ପାୱାରଟିଲର ରେ ଯୁବଚାଷୀଙ୍କ ଗୋଡ କଟିଲା, ସହାୟତା ପାଇଁ ନିବେଦନ
ହାଟଡିହି--- ଗତକାଲି ପାୱାରଟିଲର ଦ୍ୱାରା ବିଲରେ ହଳ କରୁଥିବାବେଳେ ଅସାବଧାନତା ଯୋଗୁଁ ଜଣେ ଯୁବକଙ୍କ ଗୋଡ କଟିଯାଇଥିବା ଜଣାପଡିଛି । ଖବରରୁ ଜଣାଯାଇଛି ଯେ ଶିବ ନାରାୟଣପୁର ଗ୍ରାମର ଖଗେଶ୍ୱର ଘଡେଇଙ୍କ ଏକମାତ୍ର ପୁଅ ବିଜୟ କୁମାର ଘଡେଇ(୨୨) ବିଲକୁ ପାୱାରଟିଲର ନେଇ ହଳ କରିବାକୁ ଯାଇଥିଲେ । ହଳ କରିବା ସମୟରେ ଅସାବଧାନତାରୁ ତାଙ୍କ ବାମଗୋଡଟି ଲଙ୍ଗଳ ସଂଷ୍ପର୍ଶରେ ଚାଲିଆସିଥିଲା । ଫଳରେ ତାଙ୍କ ବାମ ଗୋଡରେ ଗଭୀର ଆଘାତ ଲାଗିଥିଲା । ପାଖରେ ବିଲରେ କାମ କରୁଥିବା ଲୋକମାନେ ଦଉଡିଆସି ଦୀର୍ଘ ସମୟପରେ ତାର ଗୋଡକୁ ପାୱାରଟିଲର ଭିତରୁ ବାହାର କରି ପ୍ରଥମେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳ ଓ ସେଠାରୁ ଅଶ୍ୱିନୀ ÷ହସପିଟାଲକୁ ସ୍ଥାନନ୍ତରିତ କରିଛନ୍ତି । ଏବେ ତାଙ୍କୁ ସୁସ୍ଥ କରିବାକୁ ୫ଲକ୍ଷରୁ ଉର୍ଦ୍ଧ ଟଙ୍କା ଖର୍ଚ୍ଚ ହେବ ବୋଲି ଡାକ୍ତର କହୁଛନ୍ତି । ସେ ଜଣେ ଅତ୍ୟନ୍ତ ଗରିବ ଶ୍ରେଣୀର ପିଲା ହୋଇଥିବାରୁ ପ୍ରଶାସନ କିମ୍ବା ସ୍ୱେଚ୍ଛାସେବୀ ସଂଗଠନ ସହାୟତାର ହାତ ବଢ଼ାଇବାକୁ ପରିବାର ଲୋକେ ନିବେଦନ କରିଛନ୍ତି ।
ହାଟଡିହିରୁ ବିକାଶ ବିଶ୍ୱାଳ
ହାଟଡିହିରୁ ବିକାଶ ବିଶ୍ୱାଳ
![]() |
Hatadhi |