ସରପଞ୍ଚଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଆଣିଲେ ୱାର୍ଡସଭ୍ୟସଭ୍ୟା
ହାଟଡିହି----- ହାଟଡିହି ବ୍ଲକ ସୁଲଣ ପଞ୍ଚାୟତର ୯ଜଣ ୱାର୍ଡସଭ୍ୟସଭ୍ୟା ସରପଞ୍ଚ ଅଲିଭା ପଲେଇଙ୍କ ବିରୁଦ୍ଧରେ ଆନନ୍ଦପୁର ଉପଜିଲ୍ଲାପାଳଙ୍କ ନିକଟରେ ଅନାସ୍ଥା ପ୍ରସ୍ତାବ ଦାଖଲ କରିଛନ୍ତି ।୧୨ଟି ୱାର୍ଡକୁ ନେଇ ଗଠିତ ସୁଲଣ ପଞ୍ଚାୟତ ଗଠିତ । ମାସେ ହେଲା ଅନାସ୍ଥା ପ୍ରସ୍ତାବ ଦାଖଲ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଏନେଇ ବ୍ଲକ କାର୍ଯ୍ୟାଳୟକୁ କୌଣସି ସୁଚନା ଦିଆଯାଉ ନଥିବାରୁ ଏହାକୁ ଚପାଇ ଦିଆଯିବାର ପ୍ରୟାସ କରାଯାଉଛି ବୋଲି ୱାର୍ଡ ସଭ୍ୟସଭ୍ୟା ମାନେ କହିଛନ୍ତି । ୱାର୍ଡସଭ୍ୟ ଅଶୋକ କୁମାର ଜେନା, କବିତା ପାଢ଼ୀ, ସାବିତ୍ରୀ ସେଠୀ, ପ୍ରଭାସିନୀ ଜେନା, ଶ୍ରାବଣୀ ମଲ୍ଲିକ, ଗୋବିନ୍ଦ ଜେନା, ରବିନ୍ଦ୍ର କୁମାର ମାଝୀ, ହୃଦାନନ୍ଦ ନାୟକ, ସୁପ୍ରଭା ଜେନା ପ୍ରମୁଖଙ୍କ ଅଭିଯୋଗ କରିଛନ୍ତି । ସରପଞ୍ଚ ତାଙ୍କ ୨ବର୍ଷର କାର୍ଯ୍ୟକାଳ ଭିତରେ କୌଣସି ଉନ୍ନୟନ ମୁଳକ କାର୍ଯ୍ୟ କରିନପାରି ସରକାରୀ ଅନୁଦାନକୁ ଆତ୍ମସାତ କରିବା ସହ ଅପବ୍ୟୟ କରିଛନ୍ତି । ଏହାକୁନେଇ ପଞ୍ଚାୟତ ବାସୀ ତାଙ୍କ ଉପରୁ ଆସ୍ଥା ହରାଇ ସାରିଲେଣି । ଏଥିପାଇଁ ଏକ ସ୍ୱତନ୍ତ୍ର ବୈଠକ ଡାକି ସରପଞ୍ଚ୍ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଆଗତ କରି ତାଙ୍କୁ ପଦଚ୍ୟୁତ କରିବାକୁ ସଭ୍ୟସଭ୍ୟା ମାନେ ଦାବି କରିଛନ୍ତି । କିନ୍ତୁ ଗତ ୨୩ତାରିଖରୁ ଏହି ଅନାସ୍ଥା ପ୍ରସ୍ତାବ ପାଇଁ ସଭ୍ୟସଭ୍ୟା ମାନେ ଲିଖିତ ଭାବେ ଉପଜିଲ୍ଲାପାଳଙ୍କୁ ଜଣାଇଥିଲେବି ଆଜି ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆନଯାଉ ଥିବାରୁ ସେମାନେ ଜିଲ୍ଲାପାଳଙ୍କୁ ଭେଟିବାକୁ ନିଷ୍ପତି ନେଇଥିବା ଜଣାଇଛନ୍ତି ।
ହାଟଡିହିରୁ ବିକାଶ ବିଶ୍ୱାଳ
ହାଟଡିହିରୁ ବିକାଶ ବିଶ୍ୱାଳ