 |
pipili |
ପିପିଲି-ପିପିଲି ହରିପୁର ନିକଟସ୍ଥ ଭାର୍ଗବୀ ନଦୀ ପଠାରୁ ଏକ ଗଳିତ ମୃତ ଦେହକୁ ପିପିଲି ପୋଲିସ ଜବତ କରିଛି । ମୃତଦେହ ନିକଟରୁ ଏକ ବ୍ୟାଗ ସହ ପ୍ୟାଣ୍ଟ ,ସାର୍ଟ ଓ ସିମ ନଥିବା ମୋବାଇଲି ଓ ଦାନାଦାର ସହ ବିଷ ବୋତଲକୁ ପୁଲିସ ଜବତ କରିଛି । । ପ୍ରାଥମିକ ତଦନ୍ତ ରୁ ପିପିଲି ପୁଲିସ ମୃତକ ନାମ ରବିନ୍ଦ୍ର ସାହୁ (୫୨)ଗୋପ ଥାନା ଅଧିନସ୍ଥ ସାନ ଡି ଗ୍ରାମ ର ବୋଲି ଜାଣିବାକୁ ପାଇଥିଲା । ସେ ଭୁବନେଶ୍ୱର ସ୍ଥିତ ଗ୍ରାମ୍ୟ ସଂଯୋଗ ବିଭାଗ ଅଧିନରେ ସରକାରୀ କର୍ମଚାରୀ ଭାବେ କାର୍ଯ୍ୟ କରୁଥିଲେ ।ଏନେଇ ପିପିଲି ପୁଲିସ ଏକ ଅପମୃତ୍ୟୁ ମାମଲା ୩୩/୧୯ରେ କେସ୍ ରୁଜୁ କରି ଶବ ବ୍ୟବଛେଦ ପାଇଁ ପୁରୀ ପଠାଇଥିବା ବେଳେ ଶବ ବ୍ୟବଛେଦ ରିପୋର୍ଟ ମିଳିଲା ପରେ ଏହା ହତ୍ୟା କି ଆତ୍ମହତ୍ୟା ବୋଲି ଜଣାପଡିବ ବୋଲି ଥାନା ଅଧିକାରୀ ଶରତ କୁମାର ସାହୁ ସୂଚନା ଦେଇଛନ୍ତି । ଅନ୍ୟ ପକ୍ଷେ ମିଳିଥିବା ସୂଚନା ମୁତାବକ ରବିନ୍ଦ୍ର ୪ତାରିଖ ଠାରୁ ଭୁବନେଶ୍ୱର ରୁ ଘରକୁ ଫେରିନଥିବା ପରିବାର ପକ୍ଷରୁ ଗୋପ ଓ ଚନ୍ଦ୍ରଶେଖରପୁର ଥାନାରେ ନିଖୋଜ ନେଇ ଅଭିଯୋଗ କରିଥିଲେ ।
ପିପିଲିରୁ ବିଜୟ କୁମାର ମହାପାତ୍ର
