Breaking News

ଭତ୍ତାକୁ ଚାହିଁ ବସିଛନ୍ତି କାହାଳିଆଗଡିଆ ଗ୍ରାମର ବହୁ ବୃଦ୍ଧବୃଦ୍ଧା

 B Biswal
Hatadhi 
ହାଟଡ଼ିହି--- ରାଜ୍ୟ  ସରକାର ୬୦ବର୍ଷରୁ ଉର୍ଦ୍ଧ ବୃଦ୍ଧବୃଦ୍ଧାଙ୍କୁ ସାମାଜିକ ସୁରକ୍ଷା ଯୋଜନାରେ ଭତ୍ତା ପ୍ରଦାନ କରୁଥିବା ଡିଣ୍ଡିମି ପିଟୁଛନ୍ତି  । ମାତ୍ର ହାଟଡିହି ବ୍ଲକ ପଢ଼ିଆରିପଲ୍ଲୀ ପଞ୍ଚାୟତର କାହାଳିଆଗଡିଆ ଗ୍ରାମରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ଏହି ଗ୍ରାମରେ ଅନେକ ବୃଦ୍ଧ, ବୃଦ୍ଧା, ବିଧବା ୬୦ବର୍ଷ ଅତିକ୍ରମ କରିସାରିଥିଲେବି ସେମାନଙ୍କୁ ଆଜି ପର୍ଯ୍ୟନ୍ତ ଭତ୍ତା ମିଳୁ ନଥିବା ଅଭିଯୋଗ କରିଛନ୍ତି । ସେମାନେ ବାରମ୍ବାର ପଞ୍ଚାୟତ ଓ ବ୍ଲକ ପ୍ରଶାସନ ନିକଟରେ ଆବେଦନ କରିଥିଲେବି କୌଣସି ସୁଫଳ ପାଇପାରି ନାହାନ୍ତି ବୋଲି ଅଭିଯୋଗ କରିଛନ୍ତି । ଗ୍ରାମର ପାର୍ବତୀ ତ୍ରିପାଠୀ ଜଣେ ବିଧବା ମହିଳା ହୋଇଥିବାବେଳେ ତାଙ୍କର ବୟସ ୬୪ବର୍ଷ ହୋଇଥିଲେବି ଆଜି ପର୍ଯ୍ୟନ୍ତ ଭତ୍ତା ପାଇପାରି ନାହାନ୍ତି । ସେହିପରି ଗ୍ରାମର ହରେକୃଷ୍ଣ ବେହେରା, (୬୫), ଅନ୍ନପୁର୍ଣ୍ଣା ବେହେରା (୬୨), ଲକ୍ଷ୍ମୀ ବେହେରା (୬୭), ଶାନ୍ତିଲତା ବେହେରା (୬୨), ମାଳତୀ ବେହେରା (୬୫), ପଦ୍ମିନୀ ବେହେରା (୬୧), ତୁଳସୀ ବେହେରା (୬୮) ଭତ୍ତା ପାଇବାରୁ ବଞ୍ଚିତ ହୋଇଥିବା ଅଭିଯୋଗ କରିଛନ୍ତି । ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ସେମାନେ ନିବେଦନ କରିଛନ୍ତି ।
ହାଟଡିହିରୁ ବିକାଶ ବିଶ୍ୱାଳ 

Blog Archive

Popular Posts