Breaking News

ସେବାୟତଙ୍କ ପାଖରେ ଜିଲ୍ଲା ପ୍ରଶାସନ ମୁଣ୍ଡ ନୁଆଁଇଲା


D senapati
Sakhigopal 
 ସାକ୍ଷୀଗୋପାଳ----   ମଙ୍ଗଳବାର ସକାଳ ୬ଟାରେ ମନ୍ଦିର ସର୍ବ ସାଧାରଣଙ୍କ ଦର୍ଶନ ପାଇଁ ଖୋଲାଯାଇଥିଲା ମାତ୍ର  କିଛି ସମୟ ଠିକ୍ ଠାକ ଚାଲିଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ସେବାୟତ ମାନଙ୍କୁ ପ୍ରତି କଠୋର କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଥିଲା  ।  ସେବାୟତ ମାନେ ଦର୍ଶନ ବନ୍ଦ କରି ରଖିଥଲେ  । ଯାହାକି ପାୟତ ଏକଘଣ୍ଟା ଦର୍ଶନ ବନ୍ଦ ରହିଥିଲା  । ଶ୍ରଦ୍ଧାଳୁ ମାନେ ଲମ୍ବା ଧାଡିରେ ସେହିପରି ଡିଆ ହୋଇ ରହିଥିଲେ  ।  ସେବାୟତ ମାନେ ମନ୍ଦିର ମଧ୍ୟରୁ ଥରେ ବାହାରକୁ ଆସିବା ପରେ ପୁନର୍ବାର ମନ୍ଦିରକୁ ଯିବା ସମୟରେ  କାର୍ଯ୍ୟରତ ପୋଲିସ ଅ÷ଧିକାରୀ ମାନେ ଛାଡିନଥିଲେ । ଏପରିକି ସିଂହାରୀ , ପାଳିଆପତି,ବିଭିନ୍ନ ସେବାୟତ ମାନେ ଏହି ଅସୁବିଦାରେ ପଡିଥିଲେ  । ଶେଷରେ ସେବାୟତ ସଘଂ ପକ୍ଷରୁ ଦର୍ଶନ ବନ୍ଦ କରି ଦିଆଯାଇଥିଲା  । ଶେଷରେ ଦେବତ୍ତିର କମିଶନର ଓ ଜିଲ୍ଲା ପ୍ରଶାସନର ଅଧିକାରୀ ମାନେ ସେବାୟତ ମାନଙ୍କ ସହ ଆଲେଚନା କରିବା ସହ ସେବାୟତ ମାନଙ୍କ ଦାବୀକୁ ମାନି ନେବା ପରେ ସେବାୟତ ମାନେ ଠାକୁରଙ୍କ ନୀତି କରିଥିଲେ  । ଯାହାକି ଜନସାଧାରଣରେ ଆଲେଚନା ହେଉଛି ଯେ ଜିଲ୍ଲା ପ୍ରଶାସନ ସେବାୟତଙ୍କ ପାଖରେ ମୁଣ୍ଡ ନୁଆଁଇଲା  । ସବୁର ମୁଖ୍ୟ କାରଣ ହେଉଛି ଭିଆଇପି ପାସ ସହିତ କାର ପାସ । ଯାହାକୁ ନେଇ ଏହି ସମସ୍ୟା ସୃଷ୍ଟି ହୋଇଛି ବୋଲି ସାଧାରଣରେ ଆଲେଚନା ହେଉଛି ।
 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି  

Blog Archive

Popular Posts