ଯୁବକର ସନ୍ଦେହଜନକ ମୃତ୍ୟୁ
ହାଟଡିହି--- ନନ୍ଦିପଦା ଥାନା ସିମିଳିଆ ଗ୍ରାମରେ ଜଣେ ଯୁବକର ସନ୍ଦେହ ଜନକ ମୃତ୍ୟୁ ଘଟିଛି । ବଳରାମ ରାଉତ(୪୫) ନାମକ ଜଣେ ବ୍ୟକ୍ତି ଗତ ଦୁଇଦିନ ତଳେ ରାତିରେ ସଡଙ୍ଗା ଛକରୁ ଘରକୁ ଫେରି ଘରେ ଖାଇପିଇ ଶୋଇଥିବାବେଳେ ହଠାତ ଅସୁସ୍ଥ ହୋଇପଡିଥିଲା । ପରିବାର ଲୋକେ ତୁରନ୍ତ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାକୁ ଚିକିତ୍ସାପାଇଁ ନେଇଥିବାବେଳେ ସେଠାରେ ତାର ମୃତ୍ୟୁ ଘଟିଥିଲା । ଡାକ୍ତରଙ୍କ ସନ୍ଦେହ ହେବାରୁ ଡାକ୍ତରଖାନା କର୍ତ୍ତୁପକ୍ଷଙ୍କ ନନ୍ଦିପଦା ପୁଲିସକୁ ସୁଚନା ଦେବାପରେ ପୁଲିସ ପହଞ୍ଚି ଶବକୁ ବ୍ୟବଚ୍ଛେଦ କରିଛି । ତାଙ୍କର ହୃଦଘାତରେ ମୃତ୍ୟୁ ଘଟିଥିବା ପରିବାର ଲୋକେ ସନ୍ଦେହ କରୁଛନ୍ତି ।
ହାଟଡିହିରୁ ବିକାଶ ବିଶ୍ୱାଳ
ହାଟଡିହିରୁ ବିକାଶ ବିଶ୍ୱାଳ