ସହପାଠୀଙ୍କ ମାଡରେ ଛାତ୍ର ଆହତ, ବିଇଓଙ୍କୁ ଭେଟିଲେ ଅଭିଭାବକ
ହାଟଡିହି---- ହାଟଡିହି ବ୍ଲକ ଅକରୁଆ ବ୍ରାହ୍ମଣୀଦେବୀ ନୋଡାଲ ୟୁପି ସ୍କୁଲରେ କିଛି ସହପାଠୀଙ୍କ ମାଡରେ ଦୁଇଜଣ ଛାତ୍ର ଆହତ ହୋଇଥିବା ଜଣାଯାଇଛି । ଆଜି ବିଦ୍ୟାଳୟରେ ପରୀକ୍ଷା ସରିବାପରେ ଶ୍ରେଣୀଗୃହ ଭିତରେ କିଛି ଛାତ୍ର ମିଳିମିଶି ବିକାଶ ଖଟୁଆ ନାମକ ଜଣେ ତୃତୀୟ ଶ୍ରେଣୀ ଛାତ୍ରକୁ ଅଖା ପକାଇ ମାଡିବସି ତାକୁ ମାରଧର କରିôତଲେ । ବିକାଶକୁ ମାରୁଥିବା ଓ ସେ ଚିକକ୍ରାର କରୁôତବା ଦେଖି ପ୍ରତିକ ଖଟୁଆ ନାମକ ଅନ୍ୟ ଜଣେ ଛାତ୍ର ଆସି ଏହାର ବିରୋଧ କରିବାରୁ ସେମାନେ ତାକୁ ମଧ୍ୟ ମାରଧର କରିଥିଲେ । ଏହାଦ୍ୱାରା ଦୁଇଜଣ ଯାକ ଛାତ୍ର ଆହତ ହୋଇଥିଲେ । ଏଥିରେ ବିକାଶର ଗୋଟିଏ ଦାନ୍ତ ଭାଙ୍ଗିଯାଇଥିବା ବିକାଶର ବାପା ଅଭିଯୋଗ କରିଛନ୍ତି । ବିଦ୍ୟାଳୟ ଭିତରେ ଛାତ୍ର ମାନଙ୍କ ଏପରି ମାଡଗୋଳ ସମୟରେ ଶିକ୍ଷକ ଶିକ୍ଷୟତ୍ରୀ ମାନେ ବିଦ୍ୟାଳୟ ଅଫିସଗୃହ ଭିତରେ ବସିଥିଲେ ବୋଲି ଛାତ୍ରଛାତ୍ରୀ ମାନେ କହନ୍ତି । ଛାତ୍ରମାନେ ଛୁଟି ହୋଇ ଘରକୁ ଯିବାପରେ ଅଭିଭାବକମାନେ ଏ ବାବଦରେ ଜାଣିବାପରେ ସ୍କୁଲ ପରିଚାଳନା କମିଟି ସଭାପତିଙ୍କୁ ଧରି ସ୍କୁଲରେ ପହଞ୍ଚି ପ୍ରଧାନ ଶିକ୍ଷକଙ୍କୁ ପଚାରିଥିଲେ । ସେ ଆମକୁ ଏଠାରୁ ବଦଳି କରିନିଅ ବୋଲି ଅଜବ ଉତ୍ତର ଦେଇଥିଲେ ବୋଲି ସଭାପତି ଗଜେନ୍ଦ୍ର କଟୁଆ ଅଭିେଯୋଗ କରିଛନ୍ତି । ପରେ ବିକାଶର ବାପା ନରେନ୍ଦ୍ର ଖଟୁଆ ବିକାଶ ଓ ପ୍ରତିକଙ୍କୁ ହାଟଡିହି ଡାକ୍ତରଖାନା ନେଇ ଚିକିତ୍ସା କରାଇବା ସହ ହାଟଡିହି ବିଇଓଙ୍କୁ ଭେଟି ଅଭିଯୋଗ କରିଥିବା ଜଣାପଡିଛି ।
ହାଟଡିହିରୁ ବିକାଶ ବିଶ୍ୱାଳ
ହାଟଡିହିରୁ ବିକାଶ ବିଶ୍ୱାଳ
![]() |
hatadhi |