 |
Baragarh |
ବରଗଡ଼ ---- ବରଗଡ଼ ଜିଲ୍ଲା ଅତାବିରା ଝାଉଁଜୋର ନିକଟରେ ୫୩ ନଂ ଜାତୀୟ ରାଜପଥ ମଝିରେ ଥିବା ଡିଭାଇଡର ଏକ ଶବ ପଡିଥିବାର ଦେଖିବାକୁ ମିଳିଛି।ଧୀରେ ଧୀରେ ଯାତାୟତ ଲୋକ ତଥା ସ୍ଥାନୀୟ ଲୋକଙ୍କର ଭିଡ ଜମିଥିଲା । ବହୁ ବିଳମ୍ବ ପରେ ଅତାବିରା ପୋଲିସ ପହଞ୍ଚି ତାର ପ୍ରାରମ୍ଭିକ ତଦନ୍ତ ଆରମ୍ଭ କରି ଶବ ବ୍ୟବଚ୍ଛେଦ ପାଇଁ ବରଗଡ଼ ଜିଲ୍ଲା ଡାକ୍ତରଖାନାକୁ ପଠାଇଥିଲେ ।ବିଶ୍ୱସ୍ତ ସୂତ୍ରରୁ ଜଣାପଡେ ଯେ ଏହି ବ୍ୟକ୍ତି ଜଣକ ଅତାବିରା ବସଷ୍ଟାଣ୍ଡ ନିକଟରେ ରାତି ୧୦ଟା ପର୍ଯନ୍ତ ଘୁରିବୁଲୁଥିଲା । ସେ ବୁର୍ଲା ଅଞ୍ଚଳର ହୋଇଥିବାର କହୁଥିଲା । କଳାପାଣି ର ତା ଭଣଜା ଆସିଲେ ସେମାନେ ଦି ଜଣ ମିଶିକି ଯିବେ ବୋଲି କହୁଥିବାର ବସଷ୍ଟାଣ୍ଡ ଅଞ୍ଚଳରେ ଲୋକମାନେ କହନ୍ତି । ତା ହାତରେ ଗୁଡ଼ାଏ ଟଙ୍କା ରହିଥିବା ବେଳେ ଗୋଟିଏ ଗୋଡ଼ରେ ଚପଲ ଥିଲା ଓ ଧଳା ରଙ୍ଗର ଗୋଟିଏ ସ୍କୁଟି ଗାଡିଥିଲା ।ଘଟଣା ଟି ସନ୍ଦେହ ଜନକ ହେଇଥିବା ବେଳେ ଅଞ୍ଚଳରେ ଦିନକୁ ଦିନ ନୁଆ ନୁଆ ଘଟଣା ଘଟି ଚାଲିଛି । ମଦ,ସଟା, କୋରେସ୍କ, ଟେବଲେଟ ନିଶା କାରବାର କରି ମାଫିଆ ମାନେ ମାଲାମାଲ ହେଉଥିବାବେଳେ ଦିନକୁ ଦିନ ନୁଆ ଘଟଣା ଅଞ୍ଚଳ ରେ ଘଟୁଛି ।ଛୋଟ ମୋଟ ଘଟଣା ଠାରୁ ଆରମ୍ଭ କରି ବୋମା ବିସ୍ପୋରଣ ଘଟଣା ପର୍ଯନ୍ତ ଘଟିଯାଇଛି ହେଲେ ଆଜି ବି ପୋଲିସ ହାତ ଖାଲି । କେତେ ପୋଲିସ ବାବୁଙ୍କର ବଦଳି ହୋଇଗଲାଣି ତ ଆଉ କେତେ ପୋଲିସ ବାବୁ ଅବସର ମଧ୍ୟ ନେଇସାରିଲେଣି।ହେଲେ ଆଜି ବି ଭାଲୁପତ୍ରା ବୋମା ବିସ୍ପୋରଣ ଘଟଣାର ପୁଞ୍ଜିଲାଲ ଧରାପଡିନି।ଲୋକେ ଘରୁ ବାହାରିବା ପାଇଁ ମଧ୍ୟ ଭୟ କଲେଣି। ପୋଲିସ ଉପରୁ ଲୋକଙ୍କ ଆସ୍ଥା ଧୀରେ ଧୀରେ ତୁଟିବାକୁ ଲାଗିଛି।ତେବେ ଦେଖିବାକୁ ବାକି ରହିଲା ଏହି ଘଟଣାର କିଛି ସନ୍ଧାନ ପାଉଛି କି ନାଁ ସେହି ଚିରାଚରିତ ପରି ସବୁ ଜାଣିଶୁଣି ହାତ ବାନ୍ଧି ପୋଲିସ ଚୁପ ରହୁଛି । ସମୟ କହିବ ।
ବରଗଡ଼ ଜିଲ୍ଲାରୁ ନବୀନ ଦାଶଙ୍କ ରିପୋର୍ଟ