Breaking News

ଜିଲ୍ଲାସ୍ତରୀୟ ଶ୍ରମିକ ଦିବସ ସମାରୋହ ପାଳିତ


ବରଗଡ଼:-  --- ସ୍ଥାନୀୟ ଯଦୁମଣି ପଧାନ ଅଡ଼ିଟରିୟମ ଠାରେ ଜିଲ୍ଲା ପ୍ରଶାସନ ଓ ପ୍ରଭାଗୀୟ ଶ୍ରମ ଆୟୁକ୍ତଙ୍କ,ବରଗଡର ମିଳିତ ଆନୁକୂଲ୍ୟ ରେ ଓଡିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ (ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା)ଅଧିନରେ ହିତାଧିକାରୀଙ୍କୁ ପରିଚୟ ପତ୍ର ଏବଂ ବିଭିନ୍ନ ସହାୟତା ବିତରଣ କାର୍ଯ୍ୟକ୍ରମ  ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ  ବିଧାୟକ ବରଗଡ଼ ଅଶ୍ୱିନୀ ଷଢ଼ଙ୍ଗୀ ଏବଂ  ବିଧାୟକ ଭଟଲି ଇରାଶିଷ ଆଚାର୍ଯ୍ୟ ଯୋଗ ଦେଇଥିଲେ।ପ୍ରଭାଗୀୟ  ଶ୍ରମ ଆୟୁକ୍ତ, ବରଗଡ଼,ମାନଭଞ୍ଜନ ପ୍ରଧାନ,ଜିଲ୍ଲା ଶ୍ରମ ଅଧିକାରୀ ଯଶୋବନ୍ତ ଅମାତ ଏବଂ ସହକାରୀ ଶ୍ରମ ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ। ପଞ୍ଜିକୃତ ଯୋଗ୍ୟ ହିତାଧିକାରୀ,ନାମପ୍ରାପ୍ତ ବ୍ୟକ୍ତି,ଆଇନଗତ ଉତ୍ତରା ଧିକାରୀଙ୍କୁ ବିବାହ ସହାୟତା,ମାତୃତ୍ୱ ସୁବିଧା,ଶିକ୍ଷା ସହାୟତା,ମୃତ୍ୟୁ ସୁବିଧା ଏବଂ ଅନ୍ତିମ ସଂସ୍କାର ସହାୟତା ଏବଂ ଓଡ଼ିଶା ଅସଂଗଠିତ ଶ୍ରମିକ ସାମାଜିକ ସୁରକ୍ଷା ବୋର୍ଡର ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ଅଧୀନରେ ପରିଚୟ ପତ୍ର ପାଇଁ ବିଭିନ୍ନ ସୁବିଧା,ସହାୟତା ବଣ୍ଟନ କରା ଯାଇଥିଲା।ଏଠାରେ ୧୬୦ ମୃତ୍ୟୁ ସହାୟତା,୧୫୨ ଅନ୍ତିମ ସଂସ୍କାର ଖର୍ଚ୍ଚ, ୯୩ ଶିକ୍ଷା ସହାୟତା, ୪୪୬ ବିବାହ ସହାୟତା ଏବଂ ୦୮ ପ୍ରସୂତି ସୁବିଧା, ମୋଟ ୮୫୯ ହିତାଧିକାରୀଙ୍କୁ ସହାୟତା ପ୍ରଦାନ କରାଯାଇଥିଲା।ଏହା ବ୍ୟତୀତ, ମୋଟ ୧୨୫ ଜଣଙ୍କୁ ପରିଚୟ ପତ୍ର  ବଣ୍ଟନ କରାଯାଇ ଥିଲା।ଅତିରିକ୍ତ ଶ୍ରମ ଅଧିକାରୀ ମିସ୍‌ ତାନିଆ ଠାକୁର ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମକୁ ସୂଚାରୁରୂପେ ସମ୍ପାଦନ କରିଥିଲେ ଯୁଗ୍ମ ଶ୍ରମ କାର୍ଯ୍ୟାଳୟର ସମସ୍ତ ସହକାରୀ ଶ୍ରମ ଅଧିକାରୀ,ଜଗନ୍ନାଥ ଷଡଙ୍ଗୀ, ନିତ୍ୟାନନ୍ଦ ସାହୁ,ଗୋବିନ୍ଦ ମେହେର, କେଦାର ସିଂ ହ ବରିହା,ଘନଶ୍ୟାମ ମହାନ୍ତି,ଅରବିନ୍ଧ ହାତୀ  ପ୍ରମୁଖ ସହଯୋଗ କରିଥିଲେ। ବରଗଡ଼ରୁ ନବୀନ କୁମାର ଦାଶ ଙ୍କ ରିପୋର୍ଟ,୧/୫/୨୦୨୫----୮,୪୫ Sakhigopal News,1/5/2025

Blog Archive

Popular Posts