Breaking News

ୟୁବି ହାଇ ସ୍କୁଲର ୧୯୭୧ ମାଟ୍ରିକ ବ୍ୟାଚର ବନ୍ଧୁ ମିଳନ

 
ଭଞ୍ଜନଗର -----
ସ୍ଥାନୀୟ ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟରେ ୧୯୭୧ ମାଟ୍ରିକ ବ୍ୟାଚର ଏକ ବନ୍ଧୁ ମିଳନ ତଥା ନୂତନ ପ୍ରଧାନ ଶିକ୍ଷକଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି  । ଏହି କାର୍ଯ୍ୟକ୍ରମରେ ସମସ୍ତ ବନ୍ଧୁ ଦୀର୍ଘ ବର୍ଷ ପରେ ଏକାଠି ହୋଇଥିବାରୁ ସମସ୍ତେ ଖୁବ ଉତ୍ସାହର ସହିତ ଅଂଶ ଗ୍ରହଣ କରିଥିଲେ  । ସେମାନେ ନୂତନ ଭାବେ ଯୋଗ ଦେଇଥିବା ପ୍ରଧାନ ଶିକ୍ଷକ ମଦନ ମୋହନ ରଥ , ( ଓ ଶି ସେ - ଦୁଇ ) ଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ସମସ୍ତେ ନିଜ ନିଜର ପରିଚୟ ପ୍ରଦାନ କରିଥିଲେ  । ଏଥିରେ ଚି. ଜୟରାମ  ସୁବୁଦ୍ଧି , ଅଜିତ  କୁମାର  ଲେଙ୍କା  , ସୁରେନ୍ଦ୍ର  କୁମାର  ପାଢ଼ୀ  , ଯୁଧିଷ୍ଠିର  ବିଷୋୟୀ  , ଡାକ୍ତର  ବିଜୟ  ଷଡ଼ଙ୍ଗୀ  , ଶିବାନନ୍ଦ  ତ୍ରିପାଠୀ  , ଗୋପାଳ  ଚନ୍ଦ୍ର  ଦାସ  , ଲମ୍ବୋଦର  ହୋତା , ରାଧାକୃଷ୍ଣ  ନାୟକ , ଆଦି କନ୍ଦ  ଗୌଡ଼  , ବିପିନ  କୁମାର  ବେହେରା  ,  ନାରାୟଣ  ଗୌଡ଼  , ଆର  ତ୍ରିନାଥ  ଦୋରା  , ଉପେନ୍ଦ୍ର  କୁମାର  ମିଶ୍ର  , ରବିନ୍ଦ୍ରନାଥ  ଗୌଡ଼  , ଅଜିତ  କୁମାର  ଷଡ଼ଙ୍ଗୀ  , ରାମାନୁଜ  ପଟନାୟକ  , ପ୍ରସନ୍ନ  କୁମାର  ଉପାଧ୍ୟାୟ  , ଈଶ୍ୱର  ପ୍ରସାଦ  ସାହୁ  , ବିନୟ  କୁମାର  ମହାପାତ୍ର , ସୁରେନ୍ଦ୍ର ଶତପଥୀ ଆଦି ଯୋଗ ଦେଇଥିଲେ । ଏହି କାର୍ଯ୍ୟ କ୍ରମରେ ବରିଷ୍ଠ ଶିକ୍ଷକ ଉମାକାନ୍ତ ନାହାକ , ଶ୍ୟାମ ପ୍ରସାଦ ମିଶ୍ର , ପ୍ରଶାନ୍ତ କୁମାର ପ୍ରଧାନ , ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ଅଂଶ ଗ୍ରହଣ କରିଥିଲେ । ଶିକ୍ଷକ ଶ୍ରୀ ମିଶ୍ର, ପଣ୍ଡିତ କାଳୀ ଚରଣ ରଥଙ୍କ ରଚିତ ଯଜ୍ଞ ପ୍ରସାଦ ଓ ଶନିଶ୍ଚର ବନ୍ଦନା ପୁସ୍ତକ ବଣ୍ଟନ କରିଥିଲେ ଏବଂ ଆଲୁମ୍ନୀ ଈଶ୍ୱର ସାହୁ ସୁସ୍ଥ ଜୀବନ ନିମିତ୍ତ ଖାଦ୍ୟ ଅଭ୍ୟାସ ସଂପର୍କିତ ଏକ ଆଲେଖ୍ୟ ବଣ୍ଟନ କରିଥିଲେ ।  ଆଗାମୀ ଦିନରେ ବିଦ୍ୟାଳୟର ଗରିବ ଛାତ୍ର ଛାତ୍ରୀଙ୍କୁ ଶୈକ୍ଷିକ ଉନ୍ନତି ନିମନ୍ତେ ସାହାଯ୍ୟ କରିବେ ବୋଲି ପ୍ରଧାନ ଶିକ୍ଷକଙ୍କୁ ପ୍ରତିଶୃତି ଦେଇଛନ୍ତି ଏବଂ ବିଦ୍ୟାଳୟର ଉନ୍ନତିରେ ସହଯୋଗର ହାତ ବଢ଼ାଇବେ ବୋଲି ସଂକଳ୍ପ ନେଇଛନ୍ତି । ଭଞ୍ଜନଗର ରୁ ରବୀନ୍ଦ୍ର ପ୍ରଧାନ ଙ୍କ ରିପୋର୍ଟ,୨/୫/୨୦୨୫----୮,୪୫ Sakhigopal News,2/5/2025

Blog Archive

Popular Posts