ସ୍ତ୍ରୀ ସହ ଅନୈତିକ ସମ୍ପର୍କ ରଖିଥିବା ସନ୍ଦେହରେ ଯୁବକକୁ ଆକ୍ରମଣ, ଦୁଇଭାଇ ଗିରଫ
ଭଂଜନଗର - ସ୍ବାମୀ ବାହାରେ ରହି କାମ କରୁଥିଲେ । ଘରେ ରହୁଥିଲେ, ସ୍ତ୍ରୀ । ନିଜ ଅନୁପସ୍ଥିତିର ସୁଯୋଗ ନେଇ ଗାଁ ରେ ରହୁଥିବା ବନ୍ଧୁହିଁ, ସ୍ତ୍ରୀ ସହ ସମ୍ପର୍କ ରଖିଥିବା ସନ୍ଦେହ ସୃଷ୍ଟି ହେଲା । ଏପରିକି ସଂପୃକ୍ତ ଯୁବକ ଏବଂ ସ୍ତ୍ରୀ ଉଭୟଙ୍କ ମଧ୍ୟରେ ଟଙ୍କା ନେଣଦେଣ ହେଉଥିବା ଜାଣିବାକୁ ପାଇବା ପରେ, ଉତ୍ୟକ୍ତ ହୋଇ ପଡିଥିଲା ସ୍ବାମୀ । ଶେଷରେ ସଂପୃକ୍ତ ଯୁବକକୁ ଗାଁ ଦାଣ୍ଡରେ ଆକ୍ରମଣ କରି, ପୋଲିସ୍ ଦ୍ୱାରା ଗିରଫ ହେଲେ ସ୍ବାମୀ ଓ ଦିଅର । ଏମିତି ଏକ ଘଟଣା ଘଟିଛି ଗାଙ୍ଗପୁର ଥାନା ଅନ୍ତର୍ଗତ ଗୋବରା ଗାଁ ରେ । ଥାନା ସୂତ୍ରରୁ ମିଳିଥିବା ସୂଚନା ପ୍ରକାରେ, ଗିରଫ ଅଭିଯୁକ୍ତ ମାନେ ହେଲେ, ଗୋବରା ନୂଆଁସାହି ର ଶୁଶାନ୍ତ କୁମାର ଗୈାଡ ଏବଂ ସୁଧିର କୁମାର ଗୈାଡ । ଘଟଣା ପ୍ରକାରେ ଗୋବରା ନୂଆଁସାହି ର ପୁରୁଷୋତ୍ତମ ସାହୁ ଙ୍କର ସ୍ତ୍ରୀଙ୍କ ଦେହାନ୍ତ ହୋଇଥିବାରୁ ସୁଧ କାର୍ଯ୍ୟ ଚାଲିଥିବା ବେଳ, ପୁଅ ସୁନିଲ୍ କୁମାର ସାହୁ (ଲିଟୁ)ଙ୍କୁ ଆକ୍ରମଣ ହୋଇଥିଲା । ଗୋଟିଏ ସାହିର ଦୁଇ ସାଙ୍ଗ ସୁନିଲ୍ ଏବଂ ଶୁଶାନ୍ତ । ଶୁଶାନ୍ତ ବାହାରେ ରହି କାମ କରୁଥିବାର ସୁଯୋଗ ନେଇ ତାଙ୍କ ସ୍ତ୍ରୀଙ୍କ ସହ, ସାଙ୍ଗ ସୁନିଲ୍ ଅନୈତିକ ସମ୍ପର୍କ ରଖିଥିବା ନେଇ ସନ୍ଦେହ ସୃଷ୍ଟି ହୋଇଥିଲା । ଏ ନେଇ କିଛି ମାସ ପୂର୍ବରୁ ଉଭୟଙ୍କ ମଧ୍ୟରେ ଶତ୍ରୁତା ସୃଷ୍ଟି ହୋଇଥିଲା । ଏହାପରେ ସୁନିଲ୍ ଚତୁରତାର ସହ ଗାଁ ଛାଡି ଅନ୍ୟ ସ୍ଥାନରେ ରହୁଥିଲା । ଏବେ ସୁନିଲ୍ ର ମା'ଙ୍କ ଦେହାନ୍ତ ହୋଇଯିବାରୁ ସେ ଗାଁ କୁ ଆସିଥିଲା । ଗାଁରେ ସୁଧ କାର୍ଯ୍ୟ ଚାଲିଥିଲା । ଏହି ସମୟରେ ଶୁଶାନ୍ତ ଓ ତାଙ୍କ ଭାଇ ଉତକ୍ଷିପ୍ତ ହୋଇ ଠେଙ୍ଗା ଦ୍ବାରା, ସୁନିଲ୍ କୁ ଆକ୍ରମଣ କରିଥିଲେ । ଫଳରେ ସୁନିଲ୍ ଆହତ ହୋଇ ନିକଟସ୍ଥ ମେଡିକାଲରେ ଚିକିତ୍ସିତ ହୋଇଥିଲା । ଏନେଇ ତାଙ୍କ ଭାଇ ଶ୍ୟାମସୁନ୍ଦର ସାହୁ ଗାଙ୍ଗପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଥାନା କେଶ୍ ନମ୍ବର ୨୯୯/୨୫ ରେ ମାମଲା ରୁଜୁ କରି ଶୁଶାନ୍ତ ଏବଂ ସୁଧିର ଗୈାଡ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ନେଇ, ଥାନାଧିକାରୀ ଶୁଭଲକ୍ଷ୍ମୀ ପୂଜାରୀଙ୍କ ଠାରୁ ସୂଚନା ମିଳିଛି। ଭଞ୍ଜନଗର ରୁ ରବୀନ୍ଦ୍ର ପ୍ରଧାନ ଙ୍କ ରିପୋର୍ଟ,୮/୫/୨୦୨୫--୮,୧୦ Sakhigopal News,8/5/2025