ଗଡରେଙ୍ଘଳରେ ୩୨ ଦୋଳ ଭାଗବତ ମେଳଣ ଉଦଯାପିତ
ଡେଲାଙ୍ଗ --- ଡେଲାଙ୍ଗ ବ୍ଲକ ଗଡରେଙ୍ଘଳରେ ୩୨ ଦୋଳ ଭାଗବତ ମେଳଣ ଉଦଯାପିତ ହୋଇଯାଇଛି । ଏହି ଅବସରରେ ଠାକୁର ମାନେ ସୁସଜ୍ଜିତ ବିମାନରେ ଛତି, ତ୍ରାସ, ମସାଲ, ଘଣ୍ଟ ,ବାଜା ବାଣ ଡିଜେ ବାଜା ବାଜିବା ସହିତ ଘୋଡାନାଚ ଓ ଦୂର୍ଗାମେଢ ଆଦି ଲୋକକଳା ସହ ଏକ ବିରାଟ ସଲଟନରେ ମେଳଣ ପଡିଆରେ ପହଞ୍ଚି ଖୁଣ୍ଟି ଲାଗି ହୋଇଥିଲେ । ଏହି ମେଳଣ ୩ଦିନ ଧରି ଚାଲିଥିଲା । ମାଷ୍ଟର ମାଣିଆ ସ୍ମୁତି ପରିଷଦ ଆନୁକୂଲ୍ୟରେ ପଲ୍ଲୀ ମହୋତ୍ସବ,ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇ ଥିଲା । ସେହିପରି ଭଜନ ସନ୍ଧ୍ଯା, ଗୋଟିପୁଅ ନାଚ , ନାଗାନାଚ ଆଦି କରା ଯାଇଥିଲା । ଗୋପୀନାଥ ପୁର , କୁମୁଣ୍ଡାଳ , ମାଣିତ୍ରୀ, ଯମୁନା , ବାଛୁରା, ଅରାଗଡ ଓ ରେଙ୍ଗଳ ଆଦି ଗ୍ରାମରୁ ଠାକୁରମାନେ ମେଳଣ କୁ ବିଜେ କରିଥିଲେ । ମେଳଣ କମିଟିର ସଭାପତି ବନମାଳୀ ସାହୁ , ପୁ ତ ସଭାପତି ଚିତରଞ୍ଜନ ବିଧାର , କିଶୋର ମାଣିଆ , ବିଷ୍ଣୁ ପ୍ରସାଦ ବଡଜେନା ଓ ସୁରେନ୍ଦ୍ର ସାମନ୍ତ ରାୟ ପ୍ରମୁଖ ଯୋଗଦେଇ ଥିଲେ । ଗ୍ରାମବାସୀଙ୍କ ସମ୍ମିଳିତ ଉଦ୍ଯମରେ ମେଳଣ ଯାତ୍ରା କାର୍ଯ୍ୟକ୍ରମ କରାଯାଇ ଥିଲା । ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୫/୫/୨୦୨୫,୧,୪୫ Sakhigopal News,5/5/2025