ସି ବି ଏସ ସିର ଦଶମ ପରୀକ୍ଷା ଫଳ ପ୍ରକାଶିତ
ଭଞ୍ଜନଗର-ମଙ୍ଗଳବାର ଅପରାହ୍ନରେ ସିବିଏସସିର ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ପ୍ରକାଶିତ ହୋଇସାରିଛି। ଡିଏଭି ପିଟି ଏସ ଆର ପବ୍ଲିକ ସ୍କୁଲ ଭଞ୍ଜନଗରର ପାସହାର ଶତପ୍ରତିଶତ ହୋଇଛି। ଏବର୍ଷ ୩୬ ଜଣ ଛାତ୍ରଛାତ୍ରୀ ଦଶମ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରେ ଛାତ୍ରୀ ଚଞ୍ଚଳ ସାବତ ୯୬.୮ ପ୍ରତିଶତ ରଖି ପ୍ରଥମ ସ୍ଥାନ, ମନୀଷ ପଣ୍ଡା ୯୬.୬ପ୍ରତିଶତ ରଖି ଦ୍ବିତୀୟ ସ୍ଥାନ , ଶୁଭ୍ରାଂଶୁ ପଟ୍ଟନାୟକ ୯୪.୮ ପ୍ରତିଶତ ମାର୍କ ରଖି ତୃତୀୟ ସ୍ଥାନ ଅଧିକାର କରିଛନ୍ତିି । ବିଦ୍ୟାଳୟର ୮ଜଣ ଛାତ୍ରଛାତ୍ରୀ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖିଛନ୍ତି। ବିଦ୍ୟାଳୟ ର କ୍ୟୁ.ପି.ଆଇ ୭୪.୮ ପ୍ରତିଶତ ରହିଛି। ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ମାନସ ରଞ୍ଜନ ପୃଷ୍ଟି ଛାତ୍ରଛାତ୍ରୀ ମାନଙ୍କୁ ସେମାନଙ୍କର ସଫଳତା ପାଇଁ ଅଭିନନ୍ଦନ ପ୍ରଦାନ କରିଥିଲେ । ଭଞ୍ଜନଗର ରୁ ରବୀନ୍ଦ୍ର ପ୍ରଧାନ ଙ୍କ ରିପୋର୍ଟ,୧୩/୫/୨୦୨୫---୯,୨୫ Sakhigopal News,13/5/2025