ଆଜିର ମାନବ ସମାଜ ପାଇଁ ଭାଗବତ ଗୋଟିଏ ଅମୂଲ୍ଯ ରତ୍ନ
ସାକ୍ଷୀଗୋପାଳ ----ପୁରୀ ଜିଲ୍ଲାର ସତ୍ୟବାଦୀର ଐତିହ୍ୟ ସମ୍ପନ୍ନ ଗ୍ରାମ ସୁଆଣ୍ଡୋ ତଥା ଉତ୍କଳମଣି ଗୋପବନ୍ଧୁଙ୍କ ଜନ୍ନମାଟି ଶ୍ରରାଧା ବିନୋଦବିହାରୀ ଦେବଙ୍କ ପୀଠରେ ୪ର୍ଥ ବାର୍ଷିକ ଭାଗବତ ପାରାୟଣ ମହାଯଜ୍ଞ ଓ ପ୍ରବଚନ ଉଦଯାପିତ ହୋଇଯାଇଛି । ସାତଦିନ ଧରି ଠାକୁରଙ୍କ ନିକଟରେ ପଣ୍ଡିତ କୈଳାସ ଚନ୍ଦ୍ର ମିଶ୍ର , ପ୍ରଧାନ ଶିକ୍ଷକ ମନୋରଞ୍ଜନ ମିଶ୍ର , କାହ୍ନୁଚରଣ ଦାଶ , ଅରବିନ୍ଦ ପଣ୍ଡା , ଲକ୍ଷ୍ମଣ ଦାଶ ଓ ହରପ୍ରୀୟା ଦେବୀ ଭାଗବତ ପାଠ କରିଥିଲେ । ପାଖ ପଡୋଶୀ ବଳପୁର , ପଇଲିଢିପ , ଡିହସାହି ପ୍ରମୁଖ ଗ୍ରାମର ୭ ମଣ୍ଡଳ କିର୍ତ୍ତନଣ୍ଡଳି ସଂକିର୍ତ୍ତନ କରିଥିଲେ । ଉତ୍କଳମଣି ଭାଗବତ ପ୍ରଚାର ସମିତି - ଓଡ଼ିଶା ଆନୁକୂଲ୍ୟରେ ସଭାପତି ରାଧାକାନ୍ତ ଦାଶ ଙ୍କ ତତ୍ୱାବଧାନରେ କାର୍ଯ୍ୟକ୍ରମ କରାଯାଇ ଥିଲା । ଏଥିରେ ସମାଜର ପୂର୍ବତନ ସମ୍ପାଦକ ନିରଞ୍ଜନ ରଥ , ପ୍ରଭୁଶୀ ଇଂଲିଶ ମିଡିୟମ ସ୍କୁଲ ଉପଦେଷ୍ଟା ଶଙ୍କରାନନ୍ଦ ଗିରି ମହାରାଜ, ଉପସଚିବ ଜିତେନ୍ଦ୍ର କୁମାର ପାତ୍ର , ବୋଧିଚକ୍ର ସଭାପତି ଗିରିଜା ଶଙ୍କର ପାଢି , ଅବସରପ୍ରାପ୍ତ ଶିକ୍ଷକ ବ୍ରଜକିଶୋର ପାଇକରା , ଜ୍ଯୋତିର୍ବିଦ ବୈକୁଣ୍ଠ ନାଥ ନାୟକ , ପ୍ରକାଶ ତ୍ରିପାଠୀ, ରବୀନାରାୟଣ ମହାନ୍ତି , ଆର୍ତତ୍ରାଣ ମଲ୍ଲିକ , ଅବସରପ୍ରାପ୍ତ ଶିକ୍ଷକ ଗୋବିନ୍ଦ ଫାରକ , ଅଧ୍ଯାପକ କମଳ ଲୋଚନ ଦାସ , ପ୍ରାକ୍ତନ ବ୍ଯାଙ୍କ ଅଫିସର ବାସୁଦେବ ସାହୁ ପ୍ରମୁଖ ଯୋଗଦାନ କରି ଓଡ଼ିଆ ଜାତିକୁ ଭାଗବତ ହିଁ ମାର୍ଗଦର୍ଶନ ଦେଇଆସୁଛି ଓ ଆଜିର ମାନବ ଜାତି ପାଇଁ ଏକ ରକ୍ତ ବୋଲି କହିଥିଲେ। ଘରେ ଘରେ ଭାଗବତ ପାଠ କରାଯିବା ପାଇଁ ଅତିଥି ମାନେ ମତବ୍ୟକ୍ତ କରିଥିଲେ । କାର୍ଯ୍ୟକ୍ରମକୁ ସରସ ସୁନ୍ଦର କରିବା ପାଇଁ ଅବସରପ୍ରାପ୍ତ ଶିକ୍ଷକ ଲକ୍ଷ୍ମିଧର ସାମନ୍ତରାୟଙ୍କ ଅବଦାନ କୁ ସମସ୍ତେ ଭୂୟସୀ ପ୍ରଶଂସା କରିଥିଲେ । ସାମ୍ବାଦିକ ଧୀରେନ୍ଦ୍ର ନାଥ ଦାସ ସାତଦିନ ଧରି ସଂଯୋଜନା କରିଥିଲେ । ପୂଜକ ବାସୁଦେବ ପଣ୍ଡା , ସହଯୋଗୀ ଶ୍ରୀ ରାମ ପ୍ରଧାନ , ଗୋପାଳ ପ୍ରଧାନ ଓ କାହ୍ନୁଚରଣ ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ । ଏହି ଅବସରରେ ଗ୍ରାମରେ ନଗର କିର୍ତ୍ତନ କରାଯାଇ ଥିଲା । ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୩/୫/୨୦୨୫----୭,୧୫ Sakhigopal News,13/5/2025