ଏ ସରକାର ସମୟରେ ଘାସ ଉଠିଗଲା, ପିଚୁ ରାସ୍ତାରେ,ଫଳକ ମାଳମାଳ, କାମ ଦୁର୍ବଳ
ଭଂଜନଗର - ଅଟକଳ ୨ କୋଟି,୨୯ ଲକ୍ଷ, ୭୬ ହଜାର ଟଙ୍କା । ଯୋଜନାର ନା ପ୍ରଧାନମନ୍ତ୍ରୀ ଗ୍ରମ୍ୟ ସଡ଼କ ଯୋଜନା । କାର୍ଯ୍ୟ - ପ୍ରାୟ ସାଢେ଼ ଚାରି କିଲୋମିଟର । ନିର୍ମାଣ କାର୍ଯ୍ୟ ଆରମ୍ଭ ହେଲା । କିଛି ରାସ୍ତା ପିଚୁ ପଡ଼ିଛି, ହେଲେ ପ୍ରାୟ ଦଶଦିନ ପରେ ଦେଖିଲା ବେଳକୁ ପିଚୁ ରାସ୍ତା ମଝିରେ ଘାସ ଉଠିବା ଆରମ୍ଭ କରିଛି । ମାଟି ଉପରେ ହାଲୁକା ଗୋଡି ଛିଞ୍ଚି ଦିଆଯାଇଛି । ଏମିତି କି ହାତ ମାରିଲେ ପିଚୁ ରୁ ଗୋଡି ବାହାରି ଆସୁଛି । ଏ ହେଉଛି ଭଂଜନଗର ଉପଖଣ୍ଡ ଅନ୍ତରେ ବେଲଗୁଣ୍ଠା ବ୍ଳକ୍ ଗୋବରା ପଞ୍ଚାୟତର ବିରିପୁର ଠାରୁ ଦହିମୁଣ୍ଡୁଳି ପର୍ଯ୍ୟନ୍ତ ନିର୍ମାଣ ଚାଲିଥିବା ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା । ରାସ୍ତାର ଉନ୍ନତିକରଣ କାର୍ଯ୍ୟ । ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଗୋବରା ପଞ୍ଚାୟତର ପୂର୍ତ୍ତ ବିଭାଗ ରାସ୍ତାରୁ ବାହାରିଥିବା ବିରିପୁର ଠାରୁ ଦହିମୁଣ୍ଡୁଳି ପର୍ଯ୍ୟନ୍ତ ସମୁଦାୟ ରାସ୍ତା ନିର୍ମାଣ ପାଇଁ ସେପ୍ଟେମ୍ବର - ୨୦୨୧ ରେ ଆରମ୍ଭ ହୋଇ ୯ ମାସ ମଧ୍ୟରେ ଶେଷ ହେବାପାଇଁ ଫଳକ ଲାଗିଥିଲା । ନିର୍ଦ୍ଧାରିତ ସମୟରେ ଆରମ୍ଭ ନହୋଇ, ତାହା ଗତ କିଛି ମାସ ହେଲା ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ଏହି ରାସ୍ତାର ଉନ୍ନତିକରଣ ହେଲେ, ଆଖପାଖ ଅଞ୍ଚଳର ପ୍ରାୟ ୬ ଟି ପଞ୍ଚାଯତବାସୀ ଉପକୃତ ହେବେ । ହେଲେ ଏବେ ତାହା ନିମ୍ନ ମାନର କାର୍ଯ୍ୟ ବୋଲି ଅଭିଯୋଗ ହେବା ସହ, ପିଚୁ ରାସ୍ତାର ମଝିରେ ଘାସ ଉଠିବା ଭଳି ବିକଳ ଚିତ୍ର ଦେଖିବାକୁ ମିଳିଛି । ଏନେଇ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରାଳୟ ନିକଟରେ ଲିଖିତ ଅଭିଯୋଗ ହୋଇଛି । ନିର୍ମାଣ କାର୍ଯ୍ୟକୁ ସାମୟିକ ଭାବେ ବନ୍ଦ ରଖିବାପାଇଁ, ସଂପୃକ୍ତ ଠିକାଦାରଙ୍କୁ ତାଗିଦ୍ କରିଛି, ବିଭାଗ । ଏହାସହ ପିଚୁ ରାସ୍ତାରେ ଘାସ ଉଠିବା ଏବଂ ନିମ୍ନମାନର କାର୍ଯ୍ୟ ହୋଇଥିବା ନେଇ, ସ୍ବୀକାର କରିଛନ୍ତି, ଗ୍ରାମ୍ୟ ଉନ୍ନୟନ ବିଭାଗ କନିଷ୍ଠ ଯନ୍ତ୍ରୀ । ଏନେଇ ବିଭାଗୀୟ ଅଧିକ୍ଷଣ ଯନ୍ତ୍ରୀ କାର୍ଯ୍ୟାଳୟକୁ ଠିକରେ ଆସୁନଥିବାରୁ, ତାଙ୍କର ମତାମତ ନେବା ସମ୍ଭବ ହୋଇପାରି ନାହିଁ । କେବଳ ସେତିକି ନୁହେଁ, ମୋବାଇଲ୍ ଯୋଗେ ପ୍ରତିକ୍ରିୟା ନେବାକୁ ଯୋଗାଯାଗ କରାଯାଇଥିଲେ ମଧ୍ୟ, ଫୋନ୍ ସୁଇଚ୍ ଅଫ୍ ରହୁଛି । ଏବେ ସାଧାରଣରେ ପ୍ରଶ୍ନ ଉଠୁଛି, ଏମିତି ଏକ ଘଟଣା ଜଣା ପଡିବାପରେ, ବିଭାଗୀୟ କାର୍ଯ୍ୟାନୁଷ୍ଠାନ କଣ ହୋଇଛି ଏ ସରକାର ଙ୍କ ସମୟରେ। ସଂପୃକ୍ତ ଠିକାଦାର ନିମ୍ନମାନର କାର୍ଯ୍ୟ କରୁଥିବା ବେଳେ, ବିଭାଗୀୟ ଅଧିକାରୀ କଣ କରୁଥିଲେ । କାର୍ଯ୍ୟ ଆରମ୍ଭ ନେଇ ସର୍ବସାଧାରଣ ସୂଚନା ଓ ନିୟମାବଳୀ ସମ୍ବନ୍ଧରେ ମାଳ ମାଳ ଫଳକ ଲାଗିଛି । ହେଲେ ରାସ୍ତା ନିର୍ମାଣ ତା'ବାଟରେ । ଏଥିପାଇଁ ଏକ ଉଚ୍ଚସ୍ତରୀୟ ତଦନ୍ତ ହେବାର ଆବଶ୍ୟକ ରହିଛି ବୋଲି, ସ୍ଥାନୀୟ ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ଭଞ୍ଜନଗର ରୁ ରବୀନ୍ଦ୍ର ପ୍ରଧାନ,୨/୫/୨୦୨୫---୯,୪୫ Sakhigopal News,2/5/2025