ସତ୍ଯବାଦୀ ବ୍ଲକରେ ୭ଜଣ ଛାତ୍ରଛାତ୍ରୀ ଏ ଗ୍ରେଡରେ ମାଟ୍ରିକ ପାଶକଲେ : ସତ୍ଯବାଦୀ ହାଇସ୍କୁଲ ଏ ଗ୍ରେଡ ରୁ ବାଦ ପଡିଲା
ସାକ୍ଷୀଗୋପାଳ ---- ରାଜ୍ଯରେ ପ୍ରକାଶ ପାଇଥିବା ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଛି। ସତ୍ଯବାଦୀ ବ୍ଲକରୁ ୭ ଜଣ ଛାତ୍ରଛାତ୍ରୀ ଏ ଗ୍ରେଡରେ ମାଟ୍ରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ବୀର ଗୋବିନ୍ଦ ପୁର ଉଚ୍ଚ ବିଦ୍ଯାଳୟରୁ ଆଦ୍ଯାଶା ଆଚାର୍ଯ୍ୟ ୫୫୨ ନମ୍ବର ରଖି ବ୍ଳକରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ପଞ୍ଚଶଖା ବିଦ୍ଯାପୀଠରୁ ଅନନ୍ତ ଆଚାର୍ଯ୍ୟ ୫୪୯ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି । ସେହିପରି ତୃତୀୟାଦେବ ବିଦ୍ଯାନିକେତନରୁ ସୁଦର୍ଶନ ପ୍ରଧାନ ୫୪୫ ନମ୍ବର , ମଠସାହି ଉଚ୍ଚବିଦ୍ଯାଳୟରୁ ରାଜେଶ ମହାପାତ୍ର ଓ କୁନାଲ କାପୁର ଜେନା ଉଭୟେ ୫୪୧ , , ସାକ୍ଷିଗୋପାଳ ସରକାରୀ ବାଳିକା ଉଚ୍ଚ ବିଦ୍ଯାଳୟରୁ ସ୍ୱୟଂସ୍ନିଗ୍ଧା ଜେନା , ସୁକନ୍ୟା ଶୁଭଦର୍ଶିନୀ ସ୍ୱାଇଁ ଉଭୟେ ୫୪୧ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିବା ଜଣାପଡ଼ିଛି। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୩/୫/୨୦୨୫---୮,୪୫ Sakhigopal News,3/5/2025