Breaking News

କାଳବୈଶାଖୀ ରେ ଗଛ ପଡ଼ି ଭାଙ୍ଗି ଗଲା ଘର , ସାମ୍ବାଦିକ ମାନଙ୍କ ହସ୍ତକ୍ଷେପ ପରେ ମିଳିଲା ସରକାରୀ ସାହାଯ୍ୟ


 ଅତାବିରା ---- ବରଗଡ ଜିଲ୍ଲା ଭେଡେନ ବ୍ଲକ ରେମଣ୍ଡା ପଂଚାୟତ ର ଭୋଇପାଲି (ଜାମଟିକ୍ରା) ଠାରେ ଗତ ୨୯ ତାରିଖ ରାତିରେ କାଳ ବୈଶାଖି ଝଡ ବତାସ ଯୋଗୁଁ ଜାମଟିକ୍ରା ର ହନୁ ମାଝୀ ବୟସ ୬୦ ଙ୍କ ଘର ଉପରେ  ଆମ୍ବ ଡାଳ ପଡି ସଂପୂର୍ଣ୍ଣ ଭାବେ ଆଜବେଷ୍ଟସ୍ ଭାଙ୍ଗି ଯାଇଥିଲା। ଖବର ପାଇ  ସାମ୍ବାଦିକ ଥୁଆପାଲିର  ଭବାନୀ ଶଙ୍କର ପାଢ଼ୀ ହନୁ ମାଝୀଙ୍କ ଘରକୁ ଯାଇ ଭଙ୍ଗାରୁଜା ଘର ଦେଖିଥିଲେ।  ବର୍ଷା ଯୋଗୁଁ ଘର ର ଆସବାବ ପତ୍ର କ୍ଷତି ହୋଇଯାଇଛି। ପରେ ରେମଣ୍ଡା ରାଜସ୍ବ ନିରିକ୍ଷକ ସ୍ଵସ୍ତିକ ବଢେଇଙ୍କୁ ଯୋଗାଯୋଗ କରି ହନୁ ମାଝୀଙ୍କ ଘର ଦେଖି ସରକାରୀ ସାହାଯ୍ଯ କରିବା ପାଇଁ ଅନୁରୋଧ କରିଥିଲେ। ଶ୍ରୀ ବଢ଼େଇ ଆସି ହନୁ ମାଝୀ ଘର ର ଅବସ୍ଥା ଦେଖି ଭେଡେନ ତହସିଲଦାର ରଶ୍ମିତା ସ୍ୱାଇଁ ଙ୍କୁ  ସଠିକ ରିପୋର୍ଟ ଦେବା ସହ କଥା ହୋଇଥିଲେ। ରିପୋର୍ଟ ପାଇବା ପରେ ତହସିଲଦାର ମହାଶୟା ହୁନୁ ମାଝୀଙ୍କୁ ଏକ ଜରି (ତାରପୋଲିନ) ଦେବାକୁ ରାଜସ୍ବ ନିରୀକ୍ଷକ ସ୍ଵସ୍ତିକ ବଢେଇଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଆଜି ଭେଡେନ ତହସିଲଦାରଙ୍କ ନିର୍ଦ୍ଦେଶ କ୍ରମେ ତହସିଲ ଅଫିସ ର ଇମର୍ଜେନ୍ସି ଦାଇତ୍ବ ଥିବା ଶରତ ଭୋଇ, ହନୁ ମାଝୀଙ୍କୁ ସାମ୍ବାଦିକ ଭବାନୀ ଶଙ୍କର ପାଢ଼ୀ ଓ ଅଶୋକ ଷଡ଼ଙ୍ଗୀଙ୍କ ଉପସ୍ଥିତି ହନୁ ମାଝୀଙ୍କୁ ଏକ ତାରପୋଲିନ ଦେଇଥିଲେ । ହନୁ ମାଝୀ ଭେଡେନ ତହସିଲଦାର ରଶ୍ମିତା ସ୍ୱାଇଁ ଙ୍କ ଠାରେ କୃତଜ୍ଞତା ଜ୍ଞାପନ କରିବା ସହିତ ଆର୍ଥିକ ସହାୟତା ପ୍ରଦାନ ପାଇଁ ଅନୁରୋଧ କରିଛନ୍ତି। ଅତାବିରା ରୁ ଭବାନୀ ଶଙ୍କର ପାଢ଼ୀ ଙ୍କ ରିପୋର୍ଟ,୧/୫/୨୦୨୫---୯,୩୫ Sakhigopal News ,1/5/2025

Blog Archive

Popular Posts