ନାଗ ଓ ବୃଷଭ ମୂର୍ତ୍ତି ସ୍ଥାପନ ସହ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ
ସାକ୍ଷୀଗୋପାଳ--- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ଶୁକଳ ଗ୍ରାମ ପଞ୍ଚାୟତ ସ୍ଥିତ ମାକଣ୍ଡପଡାରେ ପୁଜିତ ବାବା ନୀଳକଣ୍ଠେଶ୍ୱର ମହାଦେବଙ୍କ ଏକ ବୃଷଭ ଓ ନାଗମୂର୍ତ୍ତି ପ୍ରତିଷ୍ଠା କରାଯାଇଛି । ଏହି ଅବସରରେ ଚାରିଦିନ ଧରି ଗ୍ରାମବାସୀ ଓ ଭକ୍ତ ମାନଙ୍କ ସହଯୋଗରେ ଏକ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଥିଲା । ଏଥିରେ ଆଚାର୍ଯ୍ୟ ଭାବେ ନିରଞ୍ଜନ ଦାସ, ରାମଚନ୍ଦ୍ର ପଣ୍ଡାଓ ସାଥୀ ମାନେ ଯଜ୍ଞ ଓ ପ୍ରତିଷ୍ଠା କାର୍ଯ୍ୟ ସମାପନ କରିଥିଲେ ଚର୍ତ୍ତା ଭାବେ ବଳଭଦ୍ର ଜେନ ଓ ତାଙ୍କ ସହ ଧର୍ମଣୀ ରହିଥିଲେ । ଏହି ଅବସରରେ ଗ୍ରାମରେ ଚାରିଦିନ ଧରି ଆମିଷ ନିଷେଧ ସହିତ ସମସ୍ତଙ୍କ ଘର ଆଗରେ କଳସ ଓ ଦୀପ ଜଳିବା ସହ ଝୋଟି ପଡିଥିଲା । ଗ୍ରାମର ଯୁବଗୋଷ୍ଠୀ ଉକ୍ତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୯/୫/୨୦୨୫----୭,୨୫ Sakhigopal News, 9/5/2025