ଡେଲାଙ୍ଗ ବ୍ଲକରେ ଜିଲ୍ଲାପାଳଙ୍କ ଜନଶୁଣାଣୀ ଶିବିର ; ୩୪ଟି ଅଭିଯୋଗ
ଡେଲାଙ୍ଗ ---ଡେଲାଙ୍ଗ ବିଜୁ ସଦଭାବନା ସଭା ଗୃହରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି। ବହୁଦିନ ପରେ ଜନଶୁଣାଣୀ ହେଲା ମାତ୍ର ୩୪ଗୋଟି ଅଭିଯୋଗ । ଡେଲାଙ୍ଗ ବ୍ଲକରେ ଶହଶହ ଅଭିଯୋଗ ରହିଥିବା ବେଳେ ଅଭିଯୋଗ କରିବା ପାଇଁ କେହି ଆସୁନାହାନ୍ତି।ମାତ୍ର ପ୍ରଚାର ପ୍ରସାର ଅଭାବ ସହ ଜିଲ୍ଲାପାଳଙ୍କ ଅନୁପସ୍ଥିତ ଯୋଗୁଁ ଜନଶୁଣାଣୀ ଶିବିରକୁ ଅଭିଯୋଗ କରିବା ପାଇଁ ଲୋକମାନେ ଆସୁନାହାନ୍ତି । ଅନୁଷ୍ଠିତ ଜନଶୁଣାଣୀ ଶିବିରରେ ଉପଜିଲ୍ଲାପାଳ. ରାଜକିଶୋର ଜେନା ,ଡେଲାଙ୍ଗ ତହସିଲଦାର ଦେବୀ ପ୍ରସାଦ ଆଚାର୍ଯ୍ୟ ବିଡ଼ିଓ କ୍ଷିତିସ ବେହେରା . ପିଡି ପ୍ରିୟ ରଞ୍ଜନ ପୃଷ୍ଟି , ଅତିରିକ୍ତ ଏସପି ପୁରୀ ସଚିନ ପଟେଲ, ବ୍ଲକ ଅଧ୍ୟକ୍ଷା ବାସନ୍ତୀ ସାହୁ,ବ୍ଲକ ଉପାଧ୍ୟକ୍ଷ ଦୁର୍ବାସା ନିଶଙ୍କ, ଜିଲ୍ଲା ଅଭିଯୋଗ ପ୍ରକୋଷ୍ଠ ଅଧିକାରୀ ଆଶୁତୋଷ ଦେଓ,,Asst Er ସୁବ୍ରତ କୁମାର ବାରିକ ଙ୍କ ସହ ସମସ୍ତ ବିଭାଗର ଉଚ୍ଚ ପଦାଧିକାରୀ ସରପଞ୍ଚ ଓ ସମିତି ସଭ୍ୟ ମାନେ ଉପସ୍ଥିତ ଥିଲେ।୩୪ଗୋଟି ଅଭିଯୋଗ ଉପ ଜିଲ୍ଲାପାଳ ଙ୍କ ନିକଟକୁ ଆସିଥିଲା । ସେଥିମଧ୍ୟରୁ କୃଷକ ନେତା ଆଶୋକ ପ୍ରଧାନ ଅଭିଯୋଗ ଆଣିଥିଲେ ଯେ ଗଙ୍ଗୁଆ ନଦୀ ଜଳ ଦୂଷିତ ଉପରେ ଗୁରୁତ୍ଵ ଆରୋପ କରିଥିଲେ ଓ ପାନୀୟ ଜଳ ସମସ୍ୟା ଉପରେ ଦାବି ଜଣାଇଥିଲେ । ସେହିପରି ଗୁଆଳୀ ପଡ଼ା ସରପଞ୍ଚଙ୍କ ପ୍ରତିନିଧି ହରେକୃଷ୍ଣ ସ୍ୱାଇଁ ପାନୀୟ ଜଳ ସମସ୍ୟା ଉପରେ ଦାବି ଜଣାଇଥିଲେ। ଅଭିଯୋଗ ଶୁଣାଣୀ ଶିବିରରେ ଖରାଦିନ ହୋଇଥିଲେ ମଧ୍ୟ ଅଭିଯୋଗ ର ସମାଧାନ ହୋଇପାରିଲା ନାହିଁ। ଯାହାକୁ ନେଇ ଡେଲାଙ୍ଗ ବ୍ଲକରେ ଅଭିଯୋଗ ଶୁଣାଣୀ ଏକ ପ୍ରହସନ ବୋଲି ସାଧାରଣରେ ଆଲୋଚନା ହେଉଛି। ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୬/୫/୨୦୨୫---୮,୪୫ Sakhigopal News,6/572025