Breaking News

ମଟର ସାଇକେଲ ଧକ୍କା ରେ ବିଦ୍ୟୁତ କର୍ମଚାରୀ ଆହତ


ବରଗଡ଼ ---ବରଗଡ ଜିଲ୍ଲା ଥୁଆପାଲି ବିଦ୍ୟୁତ ବିଭାଗର ସେକ୍ସନ ଅଫିସର ପବିତ୍ର ମୋହନ ପାଢୀ ସକାଳେ ମର୍ଣ୍ଣିଂ ୱାକ୍ ପାଇଁ ଯାଇଥିଲେ। ସମ୍ବଲପୁର ପଟରୁ ବରଗଡ ଯାଉଥିବା ଏକ ବୁଲେଟ ବାଇକ ଅତାବିରା ଲାଦେରପାଲି ନିକଟରେ ଶ୍ରୀ ପାଢୀଙ୍କୁ ଧକ୍କା ଦେଇଥିଲା । ଫଳରେ ସେ ରାସ୍ତାରେ ପଡ଼ି ଯାଇଥିଲେ । ସ୍ଥାନୀୟ ଲୋକଙ୍କ ସହାୟତାରେ ପ୍ରଥମେ ଅତାବିରା ଡାକ୍ତରଖାନା କୁ ନିଆଯାଇଥିଲା । ପରେ ଅବସ୍ଥା ଗୁରୁତର ହେବାରୁ ବରଗଡ ଏକ ଘରୋଇ ଡାକ୍ତରଖାନା କୁ ନିଆଯାଇଥିଲା । ଖବର ପାଇ ବରଗଡ ବିଦ୍ୟୁତ ବିଭାଗର ସୁପରିଟେଣ୍ଡେଣ୍ଟ ଇଞ୍ଜିନିୟର, ଅନ୍ୟାନ୍ୟ ଅଫିସର, କର୍ମଚାରୀ ପହଞ୍ଚି ଥିଲେ। ଡାକ୍ତରଙ୍କ ପରାମର୍ଶ କ୍ରମେ ଉଚ୍ଚତର ଚିକିତ୍ସା ପାଇଁ ଭୁବନେଶ୍ଵର ଏକ ଘରୋଇ ଡାକ୍ତରଖାନାକୁ ନିଆଯାଇଛି। ବରଗଡ଼ ରୁ ଭବାନୀ ଶଙ୍କର ପାଢ଼ୀ ଙ୍କ ରିପୋର୍ଟ,୧୩/୫/୨୦୨୫---୯,୩୫ Sakhigopal News,13/5/2025

Blog Archive

Popular Posts