ଶିକ୍ଷକ ଶିକ୍ଷୟିତ୍ରୀମାନେ ସମାଜ ଗଠନର ଆଦ୍ୟ ମାର୍ଗଦର୍ଶକ ଅଟନ୍ତି
ଡେଲାଙ୍ଗ - ଶିଶୁଟି ପରିବାର ଛାଡ଼ି ବିଦ୍ୟାଳୟକୁ ଆସିବା ପରେ ଶିକ୍ଷକ ଶିକ୍ଷୟିତ୍ରୀମାନେ ହିଁ ତାର ବାପା ମାଆ ।କୋମଳମତି ଶିଶୁ ମାନଙ୍କୁ ପ୍ରାରମ୍ଭରୁ ସଠିକ୍ ମାର୍ଗରେ ଗଢି ତୋଳି ମଣିଷ କରିବାରେ ଶିକ୍ଷକ ଶିକ୍ଷୟିତ୍ରୀମାନେ ପ୍ରମୁଖ ଭୂମିକା ଗ୍ରହଣ କରିଥାନ୍ତି ଓ ସେମାନେ ହେଉଛନ୍ତି ଭାବି ସମାଜ ଗଠନର ଆଦ୍ୟ ମାର୍ଗଦର୍ଶକ ବୋଲି ଡାକପଡା ପ୍ରାଥମିକ ବିଦ୍ୟାଳୟର ସୁଦକ୍ଷ ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ବଳବନ୍ତରାୟଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବରେ ଯୋଗଦେଇଥିବା ଅତିଥି ମାନେ ମତବ୍ୟକ୍ତ କରିଛନ୍ତି। ଅନୁଷ୍ଠିତ ସଭାରେ ପୂର୍ବତନ ବିଇଓ ସଚ୍ଚିଦାନନ୍ଦ ପ୍ରଧାନଙ୍କ ସଭାପତିତ୍ବ କରିଥିଲେ । ଉତ୍ସବରେ ଅତିଥି ଭାବେ ବ୍ଲକ୍ ଅଧ୍ୟକ୍ଷା ବାସନ୍ତୀ ସାହୁ, ଉପାଧ୍ୟକ୍ଷ ଦୁର୍ବାସା ନିଶଙ୍କ, ଡେଲାଙ୍ଗ ବିଇଓ ଶତୃଘ୍ନ ବେହେରା, ଏବିଇଓ ଲକ୍ଷ୍ମଣ ପ୍ରଧାନ, ସଞ୍ଜୁକ୍ତା କୁମାରୀ ମିଶ୍ର,ସୁଷମା ଦାଶ , ପ୍ରାଥମିକ ଶିକ୍ଷକ ସଂଘର ପୂର୍ବତନ ସଭାପତି ପ୍ରହଲ୍ଲାଦ ସ୍ଵାଇଁ, ପ୍ରମୋଦ କୁମାର ମିଶ୍ର, ଅସ୍ତରଙ୍ଗର ପୂର୍ବତନ ବିଇଓ ଚିତ୍ତରଞ୍ଜନ ସ୍ବାଇଁ , ଡେଲାଙ୍ଗର ପ୍ରାକ୍ତନ ବିଇଓ ଯୁଧିଷ୍ଠିର ପରିଡ଼ା, ସ୍ଥାନୀୟ ସରପଞ୍ଚ ଶେଷଦେବ ବାରିକ, ଶିକ୍ଷକ ସଂଘ ସଭାପତି ଦିଗମ୍ବର ରଥ,ସମ୍ପାଦକ ପ୍ରଶାନ୍ତ କୁମାର ଦାସ, ଏନ୍ ପି ଏସ୍ ବ୍ଲକ୍ ଶିକ୍ଷକ ସଂଘ ସଭାପତି ଦୟାନିଧି ମାର୍ଥା, ଶିକ୍ଷକ ନେତା ସୂର୍ଯ୍ୟ ନାରାୟଣ ସେଠୀ,କମିଟି ସଭାପତି ନିରଞ୍ଜନ ଖଟୋଇ , ଅବସରପ୍ରାପ୍ତ ଏବିଇଓ ଶ୍ୟାମସୁନ୍ଦର ଦାସ ,ଶିକ୍ଷାବିତ୍ ତଥା କବି ସନ୍ତୋଷ ମିଶ୍ର, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ନିରଞ୍ଜନ ସାହୁ, ପ୍ରଧାନ ଶିକ୍ଷକ ଗୋପାଳ ଚନ୍ଦ୍ର ମହାପାତ୍ର, ସିଆରସିସି ତପନ ମଲ୍ଲିକ,ଶିକ୍ଷକ ଅଭୟ ଚରଣ ସାହୁ ,ଅଶୋକ ପ୍ରଧାନ, ଫକିର ଦାସ, କୈଳାସ ବେହେରା,ଟିକେଇ ଦଳାଇ, ସୁଦୀପ୍ତ ପରିଡ଼ା ପ୍ରମୁଖ ଯୋଗଦେଇ ବ୍ଲକ୍ ଶିକ୍ଷକ ସଙ୍ଗଠନ ପାଇଁ ବିଦାୟୀ ଶିକ୍ଷକ ଶ୍ରୀ ବଳବନ୍ତରାୟଙ୍କର ସୁକାର୍ଯ୍ୟ, ଶୈକ୍ଷିକ ସାମୂହିକ କାର୍ଯ୍ୟରେ ତାଙ୍କର ସହଯୋଗ, ସଂଘୀୟ ଓ ସ୍ଵାଭିମାନୀ ଭାବ,ଛାତ୍ର ବତ୍ସଳତା ଆଦି ସୁଗୁଣ ପାଇଁଁ ସେ ଛାତ୍ର ଓ ଶିକ୍ଷକ ସମାଜ ସମସ୍ତଙ୍କର ନିଜର ହୋଇପାରିଥିଲେ ବୋଲି ବକ୍ତବ୍ୟରେ ପ୍ରକାଶ କରିଥିଲେ । ଗୁରୁକୁଳ ସମାଜରେ ଯୁଗେ ଯୁଗେ ପୂଜନୀୟ । ରାଜ୍ୟ ପ୍ରାଥମିକ ଶିକ୍ଷକ ସଂଘର ମହାସଚିବ ବିକ୍ରମ ରଥ , ଅବସରପ୍ରାପ୍ତ ପରିଵେଶ ପ୍ରେମୀ ଶିକ୍ଷକ ତଥା ଶିକ୍ଷକ ନେତା ମିଟୁକିଶୋର ପ୍ରଧାନ, ଶିକ୍ଷାବିତ୍ ପ୍ରହଲ୍ଲାଦ ସ୍ଵାଇଁ ପ୍ରମୁଖ ଏଥିରେ ଯୋଗଦେଇ ଶିକ୍ଷକ ଶିକ୍ଷୟିତ୍ରୀମାନେ ସଵୁ ପ୍ରକାର ଚାପରୁ ମୁକ୍ତ ରହିଲେ ଶୈକ୍ଷିକ କାର୍ଯ୍ୟ ସଫଳ ହୋଇପାରିବ ବୋଲି ପରିପ୍ରକାଶ କରିଥିଲେ।। ରାଜ୍ୟ ଶିକ୍ଷକ ସଂଘ ନେତା ପବିତ୍ର ମୋହନ ଜେନା ମଞ୍ଚ ସଂଯୋଜନା କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ଶିକ୍ଷକ ସୁଧୀର ଜେନା, ଶିକ୍ଷୟିତ୍ରୀ ସୁଧାଂଶୁ ବାଳା ପ୍ରଧାନ, ସରୋଜିନୀ ଜେନା, ସଭ୍ୟ ଅମିନ ରାଉତ,କମିଟି ସଭ୍ୟସଭ୍ୟା ଓ ଅଭିଭାବକବୃନ୍ଦ ସହଯୋଗ କରିଥିଲେ। ସଭାରେ ବିଦାୟୀ ଶିକ୍ଷକ ଶ୍ରୀ ବଳବନ୍ତରାୟଙ୍କୁ ମାନପତ୍ର ,ଉତ୍ତରୀୟ ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ବିଦ୍ୟାଳୟର ଶିକ୍ଷୟିତୀ ମୁନ୍ ମୁନ୍ ମଲ୍ଲିକ ସହଯୋଗ ପାଇଁ ସମସ୍ତଙ୍କୁ ଅଶେଷ ଧନ୍ୟବାଦ ଦେଇଥିଲେ। ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୯/୫/୨୦୨୫----୮,୨୦ Sakhigopal News,9/5/2025