ୟୁ.ବି. ହାଇସ୍କୁଲରେ ନୂତନ ପ୍ରଧାନଶିକ୍ଷକଙ୍କ ଦ୍ବାୟତ୍ବ ଗ୍ରହଣ
ଭଞ୍ଜନଗର :-ପୁରାତନ ଉପେନ୍ଦ୍ର ଭଞ୍ଜ ସରକାରୀ ଉଚ୍ଚ ବିଦ୍ୟାଳୟ, ଭଞ୍ଜନଗରରେ ଓଡିଶା ଶିକ୍ଷlସେବା ପାଇ ମଦନମୋହନ ରଥ ପ୍ରଧାନଶିକ୍ଷକ ଭାବେ ଗତକାଲି କାର୍ଯ୍ୟରେ ଯୋଗଦେଇଛନ୍ତି l ସେ ଏହା ପୂର୍ବରୁ ଚିକିଟି ବ୍ଲକର କୃଷ୍ଣ ପୁର ନୋଡାଲ ହାଇସ୍କୁଲରେ ପ୍ରଧାନ ଶିକ୍ଷକ ରୂପେ ଅବସ୍ଥାପିତ ଥିଲେ । ପ୍ରକାଶ ଥାଉ କି ଏହି ବିଦ୍ୟାଳୟଟି ବର୍ତ୍ତମାନ ପି ଏମ୍ ଶ୍ରୀ ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟ ଭାବେ ପରିଗଣିତ। ଏହା ଦକ୍ଷିଣ ଓଡିଶାର ଏକ ସୁନାମଧନ୍ୟ ତଥା ପ୍ରାଚୀନ ଅନୁଷ୍ଠାନ । ୨୦୨୧ ଜୁନ ମାସରେ ତତ୍କାଳୀନ ପ୍ରଧାନ ଶିକ୍ଷକଙ୍କ ଅବସର ପରେ ଏହି ମଣିଷ ଗଢା କାରଖାନାଟି ମୂରବୀ ବିହୀନ ହୋଇପଡ଼ିଥିଲା । ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଉମାକାନ୍ତ ନାହାକ ଏହି ଅନୁଷ୍ଠାନଟିର କାର୍ଯ୍ୟ ଭାର ସୁନ୍ଦର ଭାବେ ଚଳାଇ ଆସୁଥିଲେ। ନୂତନ ପ୍ରଧାନ ଶିକ୍ଷକଙ୍କ ଯୋଗଦାନ ଅବସରରେ ଶ୍ରୀ ରଥଙ୍କୁ ଓଡିଶା ମାଧ୍ୟମିକ ସ୍କୂଲ ଶିକ୍ଷକ ସଂଘ (ଓଷ୍ଟl)ସଭାପତି ତଥା ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ସନ୍ତୋଷ କୁମାର ଜେନା,ନିମ୍ନ ମାଧ୍ୟମିକ ଶିକ୍ଷକ ସଂଘ ରାଜ୍ୟ ମୁଖ୍ୟ ଉପଦେଷ୍ଟା ଜଗବନ୍ଧୁ ଜେନା, ଅବସରପ୍ରାପ୍ତ ସ୍କୂଲ ପରିଦର୍ଶକ ସୁବଳ ଚନ୍ଦ୍ର ଭୂୟାଁ , ପ୍ରଧାନଶିକ୍ଷକ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ,ହେମନ୍ତ କୁମାର ତ୍ରିପାଠୀ, ପ୍ରଭାତ କୁମାର ପଟିଆ, ଅଭିରାମ ବେହେରା , ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟର ଉମାକାନ୍ତ ନାହାକ, ଶ୍ୟାମା ପ୍ରସାଦ ମିଶ୍ର, ପ୍ରଶାନ୍ତ କୁମାର ପ୍ରଧାନ ଓ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ କର୍ମଚାରୀ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି l ଶ୍ରୀ ରଥ ଛାତ୍ର ଛାତ୍ରୀଙ୍କ ଶୈକ୍ଷିକ ଉନ୍ନତି ନିମନ୍ତେ ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି । ବହୁଦିନ ଧରି ଉକ୍ତ ପୁରାତନ ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଧାନଶିକ୍ଷକ ପଦବୀ ଖାଲି ରହିବା ପରେ ବର୍ତମାନ ପୂରଣ ହୋଇଥିବା ଯୋଗୁଁ ବିଧାୟକ ଓ ସରକାରଙ୍କୁ ଛାତ୍ର ଛାତ୍ରୀ ସେମାନଙ୍କ ଅଭିଭାବକ, ବୁଦ୍ଧିଜୀବି ଏବଂ ସହରବାସୀ ଆନନ୍ଦିତ ହେବା ସହ କୃତଜ୍ଞତା ଓ ଧନ୍ୟବାଦ ଜଣାଇଛନ୍ତି l ଭଞ୍ଜନଗର ରୁ ରବୀନ୍ଦ୍ର ବେହେରା ଙ୍କ ରିପୋର୍ଟ,୧/୫/୨୦୨୫----୮,୪୫ Sakhigopal News,1/5/2025