Breaking News

ଭେଡେନ ବ୍ଲକ କୃଷକ ସଂଗଠନ ପକ୍ଷରୁ ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟ ରେ ନିଃଶୁଳ୍କ ବିଦ୍ୟୁତ ଦେବା ପାଇଁ ଦାବି




ବରଗଡ଼ ---- ବରଗଡ ଜିଲ୍ଲା ଭେଡେନ ବ୍ଲକ କୃଷକ ସଂଗଠନ ପକ୍ଷରୁ ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟ ରେ ନିଃଶୁଳ୍କ ବିଦ୍ୟୁତ ଦେବା ପାଇଁ ବିଡିଓ ଙ୍କ ଜରିଆରେ ଏକ ଦାବି ପତ୍ର ଦିଆଯାଇଛି। ଉତ୍ପନ୍ନ ଭୋଇ ଙ୍କ ନେତୃତ୍ୱ ରେ ଭେଡେନ ମାର୍କେଟ ୟାର୍ଡ଼ ରୁ ଶୋଭାଯାତ୍ରା ବାହାରି ଭେଡେନ ସହର ପରିକ୍ରମା କରିଥିଲା । ପ୍ରଥମେ ଭେଡେନ ମାର୍କେଟ ୟାଡ଼ ଠାରେ ସୁଦାମ ପାତ୍ର ଙ୍କ ସଭାପତିତ୍ୱ ରେ ଏକ ବିରାଟ ପ୍ରତିବାଦ ସଭା ହୋଇଥିଲା। ଏହି ସମୟରେ ଆଇନ ପରାମର୍ଶ ଦାତା ନରେନ୍ଦ୍ର ଭୋଇ, ପ୍ରଭାତ ମିଶ୍ର, ଶ୍ରୀକାନ୍ତ ସାହୁ, ହୀରା ମହାକୁର ଆଲୋଚନା କରି ସରକାର ଙ୍କ ବିଜୁଳି ଗ୍ରାହକ ମାରଣ ନୀତି ପ୍ରସଙ୍ଗରେ କଟୁ ସମାଲୋଚନା କରିଥିଲେ । ଏହି ଆନ୍ଦୋଳନ ରେ ସଂଯୁକ୍ତ କୃଷକ ସଙ୍ଗଠନ ନିରଞ୍ଜନ ପଧାନ , ବାରପାହାଡ଼ କୃଷକ ସଂଗଠନ ଈଶାନ୍ତ ଭୋଇ,ସହିଦ ମାଧୋ ସିଂ ଆଞ୍ଚଳିକ କୃଷକ ସଂଗଠନ କୁଞ୍ଜ ପଧାନ, ପ୍ରଭାତ ସାହୁ, କୃଷକ ପରିବାର ଥବିର ସାହୁ,ରାଜ ବୋଡାସମ୍ବର କୃଷକ ସଂଗଠନ ଅରବିନ୍ଦ ପଣ୍ଡା, କୋଶଲ ସେନା ର ଅବିନାଶ ବିଶି, ସୋନପୁର ରୁ ସୋନାଲି ବିଶି ଏବଂ ବୌଦ୍ଧ କୃଷକ ସଂଗଠନ ର କର୍ମୀ ମାନେ ଯୋଗଦେଇ ନିର୍ବାଚନ ସମୟରେ ଦେଇଥିବା ପ୍ରତିଶୃତି ସରକାରଙ୍କୁ ମନେ ପକାଇ ଦେଇଥିଲେ । ଏବଂ ତାହା କାର୍ଯ୍ୟ କାରୀ ନ ହେଲେ ମିଳିତ ଭାବେ ଆନ୍ଦୋଳନ କରିବା ପାଇଁ ଚେତାବନୀ ମଧ୍ୟ ଦେଇଥିଲେ। ଗାଇସିମା ଗ୍ରାମର ଗୋବିନ୍ଦ ଦେହେରୀ ଘାସ କାଟି ମୁଣ୍ଡରେ ବୋହି ଆଣୁଥିବା ବେଳେ ଟାଟା ପାୱାର ପରିଚାଳନା ଗତ ତ୍ରୁଟି ଯୋଗୁଁ ଜୀବନ ଯାଇଥିବା ଆଲୋଚନା ମଧ୍ୟ ହେଲା ଏବଂ କମ୍ପାନୀ ଦେଇଥିବା ପ୍ରତିଶୃତି ତୁରନ୍ତ କାର୍ଯ୍ୟ କାରୀ କରିବା ପାଇଁ ସଂପୃକ୍ତ କୃଷକ ସଂଗଠନ ପକ୍ଷ ରୁ ଦାବୀ କରାଯାଇଥିଲା । ପରେ ବିରାଟ ଶୋଭାଯାତ୍ରା ରେ ବିଦ୍ୟୁତ ଉପଭୋକ୍ତା ମାନେ ବାହାରି ଗୋଷ୍ଠୀ ଉନ୍ନୟନ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆସି ସେଠାରେ ପଥପ୍ରାନ୍ତ ସଭା କରିଥିଲେ। ପଥପ୍ରାନ୍ତ ସଭାରେ ଉପଭୋକ୍ତା ମାନଙ୍କୁ ଯଦି ମାଗଣା ବିଦ୍ୟୁତ ପାଇବାର ଅଛି ତାହାହେଲେ ଆମମାନଙ୍କୁ ଏ ମିଛ ସରକାରଙ୍କ ବିରୁଦ୍ଧରେ ଲଢେଇ କରିବାକୁ ପଡିବ ବୋଲି ସଂଗଠନ ର ଅନ୍ୟତମ ସଦସ୍ୟମାନେ କହିଥଲେ। ବିଭିନ୍ନ ପ୍ରକାର ଯୁକ୍ତି ଦେଇ କାହିଁକି ଆମେ ମାଗଣା ବିଦ୍ୟୁତ ଚାହୁଁଛୁ ସେଦିଗରେ ଉତ୍ପନ୍ନ ଭୋଇ ଦାବିପତ୍ର ପାଠ କରି ଭେଡେନ ବି ଡି ଓ ତ୍ରିପୁର ମହାନନ୍ଦଙ୍କୁ ପ୍ରଦାନ କରାଯାଇଥିଲା । ବି ଡି ଓ ମହୋଦୟ ମୁଖ୍ୟମନ୍ତ୍ରୀ ଙ୍କ ପାଖକୁ ପଠାଇ ଦେବି  କହିଥିଲେ। ଏହି ସମୟରେ ଭେଡେନ ତହସିଲଦାର ଗୌରବ କୁମାର ବର୍ଗେ ମଧ୍ୟ ଉପସ୍ଥିତ ଥିଲେ। ପରେ ଉପଭୋକ୍ତା ମାନଙ୍କ ଅଜାଣତରେ ଚାଲୁଥିବା ମିଟର ଖୋଲି ସ୍ମାର୍ଟ ମିଟର ଲଗାଯାଇ ଥିବାରୁ ଅସନ୍ତୋଷ ଗ୍ରାହକ ମାନେ ନିଜ ନିଜ ମିଟର ଅହିଂସାତ୍ମକ ଭାବେ ଭେଡେନ ବିଦ୍ୟୁତ ବିଭାଗର ଉପଖଣ୍ଡ ଅଧିକାରୀ ଅଫିସ ରେ ଫେରାଇ ଦେଇଛନ୍ତି।  ଯୋଜନା ବଦ୍ଧ ଭାବେ ଗୋଟିଏ ଗଣତାନ୍ତ୍ରିକ ଆନ୍ଦୋଳନ କୁ କିପରି ଚାପି ଦେବା ପାଇଁ ଆଗଧାଡିର କର୍ମୀ ରମେଶ ମହାପାତ୍ର ପ୍ରତି ଚାଲିଥିବା ଷଡଯନ୍ତ୍ର କୁ ନିନ୍ଦା କରାଗଲା ଏବଂ ଯଦି ଏହି ପରି କୌଶଳ ପୋଲିସ ଅବଲମ୍ବନ କରେ ତାହା ହେଲେ ଉଚିତ ଜବାବ ଦିଆ ଯିବ ବୋଲି ସମସ୍ତ କୃଷକ ସଙ୍ଗଠନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ପରିଶେଷରେ ଭେଡେନ କୃଷକ ସଂଗଠନ ପକ୍ଷରୁ ସୁଦାମ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୧/୧୦/୨୦୨୪---୬,୧୦  Sakhigopal News,1/10/2024

Blog Archive

Popular Posts