Breaking News

ଜିଲ୍ଲା କୃଷି ବିଜ୍ଞାନ କେନ୍ଦ୍ରରେ ବିଜେପି କୃଷକ ମୋର୍ଚ୍ଚାର ରାଜ୍ୟ ସଭାପତି ଙ୍କ ପରିଦର୍ଶନ

ସାକ୍ଷୀଗୋପାଳ,----ପୁରୀ ଜିଲ୍ଲାର ସତ୍ୟବାଦୀ ଠାରେ ଅବସ୍ଥିତ ଜିଲ୍ଲା କୃଷି ବିଜ୍ଞାନ କେନ୍ଦ୍ରକୁ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ମହେଶ୍ଵର ସାହୁ ପରିଦର୍ଶନରେ ଆସିଥିଲେ । ପରିଦର୍ଶନ ସମୟ ରେ କୃଷି ବିଜ୍ଞାନ କେନ୍ଦ୍ର ର ମୁଖ୍ୟ ବୈଜ୍ଞାନିକ ଡକ୍ଟର ସୂର୍ୟ ନାରାୟଣ ମିଶ୍ର  ଶ୍ରୀ ସାହୁ ଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମର୍ଦ୍ଧିତ କରିଥିଲେ। ପରେ ରାଜ୍ୟ ସଭାପତି ଶ୍ରୀ  ସାହୁ କୃଷି ବିଜ୍ଞାନ କେନ୍ଦ୍ର ର ବିଭିନ୍ନ ଚାଷ ଉପରେ ହେଉଥିବା ଗବେଷଣା ମୂଳକ ଫସଲ କୁ ବୁଲି ଦେଖିଥିଲେ । କୃଷି ବିଜ୍ଞାନ କେନ୍ଦ୍ର ତରଫରୁ ଆୟୋଜିତ ଚାଷୀ ସମ୍ମିଳନୀ ରେ ଉପସ୍ଥିତ ଶତାଧିକ ଚାଷୀ ମାନଙ୍କୁ ରାଜ୍ୟ ସଭାପତି ଶ୍ରୀ ସାହୁ ଭାରତ ବର୍ଷର ଯଶସ୍ୱୀ ଲୋକପ୍ରିୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୀ ଙ୍କ ଶାସନ କାଳରେ ଚାଷୀ ମାନଙ୍କର ଆୟ କୁ ଦୁଇ ଗୁଣା କରିବା ପାଇଁ କୃଷକ କଲ୍ୟାଣକାରୀ ଯୋଜନା ଓ ଓଡିଶା ରେ ବିଜେପି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝି ଙ୍କ ର ଏକଶତ ଦିନ ରେ ଚାଷୀ ମାନଙ୍କ ପାଇଁ ଯେଉଁ କୃଷକ କଲ୍ୟାଣ କାରୀ ଯୋଜନା ମାନ କରିଛନ୍ତି ତାହା ଭାରତ ଇତିହାସରେ ବିରଳ ଅଟେ ଓ ଯୁଗାନ୍ତକାରୀ ପଦକ୍ଷେପ ବୋଲି ଶ୍ରୀ ସାହୁ ତାଙ୍କର ଭାଷଣରେ କହିଥିଲେ।
ବିଶ୍ବରେ ଜଙ୍ଗଲ ଅବକ୍ଷୟ ହୋଇ ଯେପରି ଭାବରେ ପରିବେଶ ପ୍ରଦୂଷିତ ହେଉଛି। ସେଥିରୁ ରକ୍ଷା ପାଇବା ପାଇଁ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ ଅବସରରେ କୃଷି ବିଜ୍ଞାନ କେନ୍ଦ୍ର ପରିସରରେ  ଶ୍ରୀ  ସାହୁ ବୃକ୍ଷ ରୋପଣ କରିଥିଲେ। ଏବଂ ଉପସ୍ଥିତ ଜନସାଧାରଣଙ୍କୁ ମଧ୍ୟ ଗଛ ଚାରା ବଣ୍ଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଂପାଦକ ଶ୍ରୀ ପ୍ରଶାନ୍ତ କୁମାର ସ୍ଵାଇଁ, ରାଜ୍ୟ ସଂଯୋଜକ ଶ୍ରୀ ଗୋବିନ୍ଦ ଚନ୍ଦ୍ର ପ୍ରଧାନ ,କୃଷକ ମୋର୍ଚ୍ଚା ଜିଲ୍ଲା ସଭାପତି ଶ୍ରୀ ଅଜୟ କୁମାର ପ୍ରଧାନ,ରାଜ୍ୟ କାର୍ଯ୍ୟକରିଣୀ ସଦସ୍ୟ ଶ୍ରୀ ପ୍ରଭାତ କୁମାର ସ୍ୱାଇଁ , ଜିଲ୍ଳା ପରିଷଦ ସଦସ୍ୟା ଶ୍ରୀମତୀ ବିଷ୍ଣୁ ପ୍ରିୟା ବରାଳ, ରଂଜନ କୁମାର ବରାଳ, ରାଜ୍ୟ କାର୍ଯ୍ୟକରିଣୀ ସଦସ୍ୟ ଶ୍ରୀ ଅକ୍ଷୟ କୁମାର ମହାନ୍ତି, ଜୟନ୍ତ କୁମାର ପ୍ରଧାନ, କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଡ,ଅମ୍ବିକା ପ୍ରସାଦ ନାୟକ, ଦୀପଶିଖା ପରମଜିତା, ସୁମିତା ଆଚାର୍ଯ୍ଯ,ସାର୍ଥକ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧/୧୦/୨୦୨୪----୮,୨୫ Sakhigopal News,1/10/2024

Blog Archive

Popular Posts