ସତ୍ୟବାଦୀରେ ଗୋପବନ୍ଧୁ ଜୟନ୍ତୀରେ ବିଭିନ୍ନ ସ୍ଥାନରେ ଆପ ଦଳ ପକ୍ଷରୁ ଗଙ୍ଗାଜଳ ଛିଞ୍ଚନ
ସାକ୍ଷୀଗୋପାଳ,--- ସତ୍ୟବାଦୀ ବିଧାୟକ ଓମ ପ୍ରକାଶ ମିଶ୍ରଙ୍କ ଏକ ଭିଡିଓ ଭାଇରାଲ ହେବା ପରେ ବିଜେଡି ଦଳ ପକ୍ଷରୁ କୁଶପୁତଳିକା ସତ୍ୟବାଦୀ ବ୍ଳକ ଛକରେ ଦାହ କରାଯାଇଥିଲା । ଆମ ଆଦାମୀ ପାର୍ଟିର ପୁରୀ ଜିଲ୍ଲା ସଭାପତି ସଂଜୀବ କୁମାର ମହାନ୍ତିଙ୍କ ନେତ୍ୱତ୍ୃରେ ଏକ ଟିମ ଗଙ୍ଗାଜଳ ଧରି ସତ୍ୟବାଦୀ ର ପବିତ୍ର ମାଟି ତଥା ସ୍ୱାଭିମାନର ମାଟି ଏବେ କଳୁଷିତ କରାଯାଇଛି । ବିଶେଷ କରି କଳୁଷିତ ହୋଇଥିବା ପଞ୍ଚସଖାଙ୍କ ସମାଧିପୀଠ , ବଜାର ଓ ବସଷ୍ଟାଣ୍ଡ ନିକଟ ପଞ୍ଚସଖା ମଣ୍ଡପ ଓ ଐତିହ୍ୟ ଗ୍ରାମ ସୁଆଣ୍ଡୋ ଗ୍ରାମ ରାସ୍ତା ଗଙ୍ଗା ଜଳ ସିଞ୍ଚନ କରିଛନ୍ତି । ଜିଲ୍ଲା ସଭାପତି କହିଛନ୍ତି ଯେ ଯେଉଁ ସରକାର ମହିଳା ମାନଙ୍କ ସୁରକ୍ଷା କଥା କହି ଭୋଟ ହାତେଇଛି ସେହି ସରକାରଙ୍କ ସମୟରେ ଜଣେ ବିଧାୟକ କେଉଁପରି ଜଣେ ମହିଳାଙ୍କ ସହିତ ସମୟ କାଟୁଛନ୍ତି ସେହି ଭିଡିଓ କହୁଛି । ତେଣୁ ଆପ ଦଳ ପକ୍ଷରୁ ବିଜେପି ସଭାପତି ମନମୋହନ ସାମଲ ଓ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଓ ବିଧାୟକଙ୍କୁ ଏହି ଭିଡିଓର ସ୍ପଷ୍ଟୀକରଣ ରଖିବା ପାଇଁ କହିଥିଲୁ ମାତ୍ର କୌଣସି ପ୍ରତିକିୟା ରଖିନଥିଲେ । କଥାରେ ଅଛି ମୌନାତେ ସମ୍ମତ ଲକ୍ଷଣ କୁ ଆଧାର କରି ଏହା ସତ୍ୟ ବୋଲି ଜନସାଧାରଣ ଓ ଆପ ଦଳ ଧରି ନେଇଛି । ଏହି ଅବସରରେ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟର୍ପଣ କରିବା ସହ କଳୁଷିତ ମାଟିକୁ ଗଙ୍ଗାଜଳରେ ଧୋଇ ସେହି ଗାରିମାକୁ ଫେରାଇ ଆଣିଛୁ ବୋଲି ଶ୍ରୀ ମହାନ୍ତି କହିଛନ୍ତି । ଅନ୍ୟ ମାନଙ୍କ ମଧ୍ୟରେ ଯୁବସଭାପତି ଅଂଶୁମାନ ଶତପଥିୀ, ନଗର ସମ୍ପାଦକ ପ୍ରଦୀପ୍ତ ପ୍ରଧାନ, ଦେବ ପ୍ରଧାନ, ସନ୍ତୋଷ ତ୍ରିପାଠୀ, ଓ ଶ୍ୟାମ ସୁନ୍ଦର ମହାପାତ୍ର ପ୍ରମୁଖ ଉପସ୍ଥିତ ରହିଥିଲେ । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୯/୧୦/୨୦୨୪---୮,୨୦ Sakhigopal News,9/10/2024