ଓଡିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଦିବସ ପାଳିତ ; ପାଞ୍ଚଜଣଙ୍କୁ ବିଶ୍ୱବିଦ୍ୟାଳୟ ପକ୍ଷରୁ ସମ୍ମାନୀତ
ସାକ୍ଷୀଗୋପାଳ,--- ସତ୍ୟବାଦୀ ରେ ପ୍ରତିଷ୍ଠିତ ଓଡିଆ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠା ଦିବସ ଆଜି ଉଦଯାପିତ ହୋଇଯାଇଛି । ଏହା ତିନିଦିନ ଧରି ପାଳନ କରାଯାଇଛି । ୨୦୧୮ ମସିହା ଅକ୍ଟୋବର ୯ ତାରିଖରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଆ ବିଶ୍ୱିବିଦ୍ୟାଳୟର ଭିତିପ୍ରସ୍ଥର ସ୍ଥାପନ କରିଥିଲେ । ଏହିଦିନକୁ ପ୍ରତିଷ୍ଠା ଦିବସ ବିଶ୍ୱବିଦ୍ୟାଳୟ ପରିସରରେ ମହାସମାରୋହରେ ପାଳିତ ହୋଇଯାଇଛି । ଉଦଯାପନ ଦିବସରେ ଅନୁଷ୍ଠିତ ସଭାରେ ଓଡିଆ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଡ, ସବିତା ପ୍ରଧାନ ସଭାପତିତ୍ୱ କରିଥିଲେ । ଓଡିଆ ବିଭାଗର ପ୍ରଧ୍ୟାପିକା ଡ, ସଂଗୀତା ଜେନା ଅତିଥି ପରିଚୟ ପ୍ରଦାନ କରିବା ସହ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ଡ, ପ୍ରଦ୍ୟୁମ୍ନ ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ କୁଳସଚିବ ରଶ୍ମିରେଖା ଦାଶ ବିବରଣୀ ପାଠ କରିଥିଲେ । ମୁଖ୍ୟଅତିଥି ଭାବେ ସାହିତ୍ୟକ ଶାନ୍ତନୁ କୁମାର ଆଚାର୍ଯ୍ୟ, ସମ୍ମାନିତ ଅତିଥି ଭାବେ ଡ. ଗୌରହରି ଦାସ ସାମ୍ବାଦିକ ତଥା ସହିତ୍ୟକ ମୁଖ୍ୟବକ୍ତା ଭାବେ ସାହିତ୍ୟକ ଡ, ଦାଶ ବେନହୁର ଯୋଗ ଦେଇ ଆଜିର ଏହି ଦିନ ଏକ ଐତିହ୍ୟ ଦିବସ ବୋଲି କହିବା ସହ ଏ ମାଟି ହେଉଛି ପୁଣ୍ୟ ମାଟି । ଏଠାରେ ଠିଆ ହୋଇ କଥା କହିବା ଭାଗ୍ୟରେ ଥିଲେ ମିଳେ ବୋଲି ଅତିଥି ମାନେ ମତ ପ୍ରକାଶ କରିଥଲେ । ସେହିପରି କୁଳସଚ୍ଚିବ କହିଥିଷଲ ଏଠାରେ ଅଧ୍ୟୟନରତ ଛାତ୍ରଛାତ୍ରୀ ମାନେ କାହାରି କଥାରେ ନ ପଡି ବା ରାଜନୀତି ନ କରି ଏଠାକୁ ଯେଉଁ ଉଦ୍ଦ୍ୟେଶରେ ଆସିଛ ସେହି ଉଦ୍ଦ୍ୟେଶ ପ୍ରତି ଅଧିକ ଧ୍୍ୟାନ ଦେବା ଦରକାର ବୋଲି କୁଳସଚ୍ଚିବ ରଶ୍ମିରେଖା ଦାଶ କହିଥିଲେ । ସେହିପରି କୁଳପତି ଡ, ସବିତା ପ୍ରଧାନ କହିଥିଲେ ବହୁ ଶିଘ୍ର ଏଠାରେ ଥିବା ସମସ୍ୟା ଗୁଡିକ ବହୁ ଶିଘ୍ର ପୂରଣ ହେବ ବୋଲି ସେ ମତ ପ୍ରକାଶ କରିଥିଷଲ । ଏହି ଅବସରରେ ଓଡିଆ ବିଶ୍ୱବିଦ୍ୟାଳୟ ପକ୍ଷରୁ ପହ୍ମଶୀ ଡ, ଦେବୀପ୍ରସନ୍ନ ପଟ୍ଟନାୟକଙ୍କୁ ପଞ୍ଚସଖା ଭାଷା ସମ୍ମାନ, ଆଚାର୍ଯ୍ୟ ଭାବନନ୍ଦଙ୍କୁ ପଞ୍ଚସଖା ସଂସ୍କୃତି ସମ୍ମାନ, ପ୍ରଫେସର ଦାଶରଥି ଦାସଙ୍କୁ ପଞ୍ଚସଖା ସାହିତ୍ୟ ସମ୍ମାନ, ଡ. କୃଷ୍ଣଚନ୍ଦ୍ର ମିଶ୍ରଙ୍କୁ ପଞ୍ଚସଖା କଳାସ୍ଥାପତ୍ୟ ସମ୍ମାନ, ଶ୍ରୀ ପ୍ରଦୀପ କୁମାର ଦଳାଇଙ୍କୁ ପଞ୍ଚସଖା ପରିବେଶ ସମ୍ମାନରେ ସେମାନଙ୍କୁ ଉପଢ଼ୌକନ ଓ ମାନପତ୍ର ସହିତ ଫୁଲତୋଡା ଦେଇ ଅତିଥି ମାନେ ସମ୍ମାନୀତ କରିଥିଲେ । ସେହିପରି ଓଡିଆ ବିଶ୍ୱବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ସର୍ଜନାତ୍ମକ ଲିଖନ ପ୍ରତିଯୋଗିତାରେ ପ୍ରଥମ ଆନନ୍ଦ ଶତପଥି, ଦୁତୀୟ ଶୁଭଶ୍ରୀ ବିଶ୍ୱାଳ, ତୁତୀୟ ସ୍ଥାନ ଅଧିକାର କରିଥିଲେ ମଧୁସ୍ମିତା ବେହେରା । ତର୍କ ପ୍ରତିଯୋଗିତାରେ ପ୍ରଥମ ଆନନ୍ଦ ଶତପଥି, ତୁ୍ୀୟ ସ୍ୱାତୀସୁମନ ମହାପାତ୍ର ଓ ତୃତୀୟ ହୋଇଥିଲେ ତିଲେଶ୍ୱର ମୁଣ୍ଡା । କବିତା ଆବୃତ୍ତିରେ ପ୍ରଥମ ଶୁଭଶ୍ରୀ ବିଶ୍ୱାଳ, ଦୁତୀୟ ଆନନ୍ଦ ଶତପଥି ତୃତୀୟ ବବି ପ୍ରଧାନ ଓ ପ୍ରବନ୍ଧ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ମଧୁସ୍ମିତା ବେହେରା, ଦୁତୀୟ ସ୍ୱାତୀ ସୁମନ ମହାପାତ୍ର ଓ ତୁତୀୟ ସ୍ଥାନ ମିଲନ କୁମାର ଦାଶଙ୍କୁ ମାନପତ୍ରଦେଇ ସମ୍ମାନୀତ କରାଯାଇଥିଲା ।ଓଡିଆ ଭାଷା ସାହିତ୍ୟ ବିଭାଗର ମୁଖ୍ୟ ନାରାୟଣ ପ୍ରସାଦ ବେହେରା ଧନ୍ୟବାଦ ପ୍ରଦାନ କରିଥିଷଲ । ଅପରାହ୍ନରେ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତି କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୯/୧୦/୨୦୨୪---୮,୨୦ Sakhigopal News, 9/10/2024