Breaking News

ସତ୍ୟବାଦୀରେ ୧୪୭ତମ ଗୋପବନ୍ଧୁ ଜୟନ୍ତୀ ପାଳିତ ; ବିଭିନ୍ନ ଦଳୀୟ, ସ୍ୱେଚ୍ଛାସେବୀ ସଂଗଠନ, ଗୋପବନ୍ଧୁ ପ୍ରେମୀ ମାନେ ଜୟନ୍ତୀ ପାଳନ କଲେ * ଜନ୍ମପୀଠ ଠାରୁ କର୍ମପୀଠ ପର୍ଯନ୍ତ ସବୁଠାରେ ଗହଳି

;

ସାକ୍ଷୀଗୋପାଳ----ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ  ଦାସଙ୍କ ୧୪୭ ତମ ଜନ୍ମଜୟନ୍ତୀ ବିଭିନ୍ନ ସ୍ଥାନରେ ପାଳିତ ହୋଇଯାଇଛି । ବିଶେଷ କରି ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଳକର ଐତିହ୍ୟ ଗ୍ରାମ ତଥା ଗୋପବନ୍ଧୁଙ୍କ ଜନ୍ମପୀଠ ସୁଆଣ୍ଡୋ ଠାରୁ ତାଙ୍କ କର୍ମୀପୀଠ  ସାକ୍ଷୀଗୋପାଳ ବକୁଳବନ ସବୁଠାରେ ଜନ୍ମ ଜୟନ୍ତୀ ପାଳିତ  ହୋଇଯାଇଛି ।  ସତ୍ୟବାଦୀ ପଞ୍ଚସଖା ସମାଧିପୀଠ ପରିସରରେ ସତ୍ୟବାଦୀ ବ୍ଳକ ପ୍ରଶାସନ ପକ୍ଷରୁ  ତହସିଲଦାର ଆଲୋକ କୁମାର ଦେହୁରୀ, ବିଡିଓ ଲିପିସା ରାୟ,  ଜିଲ୍ଲା ସୂୁଚନା ଓ ଲୋକସମ୍ପର୍କ ଅଧିକାରୀ ସନ୍ତୋଷ ସେଠୀ ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା, ସତ୍ୟବାଦୀ ଥାନା ଅଧିକାରୀ ଉମେଶ କୁମାର ସାହୁ, ସମାଧିପୀଠରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ସତ୍ୟବାଦୀ ବିଧାୟକ ଓମ ପ୍ରକାଶ ମିଶ୍ର, ଜିଲ୍ଲାପରିଷଦ ସଭ୍ୟ ରତିକାନ୍ତ ମିଶ୍ର ଓ ବିଷ୍ଠୁପିୟା ବରାଳଙ୍କ ସହିତ ଶତାଧିକ ବିଜେପି କର୍ମୀଙ୍କ ଗହଣରେ ବକୁଳବନ ସ୍ଥିତ ସମାଧିପୀଠ ଓ ମନ୍ଦିର ନିକଟରେ ଥିବା ଗୋପବନ୍ଧୁଙ୍କ ପ୍ରତିମୂତ୍ତିରେ ମାଲ୍ୟର୍ପଣ କରିବା ସହଐତିହ୍ୟ ସୁଆଣ୍ଡୋ ଗ୍ରାମରେ ଥିବା ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଷଠୀଘର, ମ୍ୟୁୟଜିୟମ ଓ କ୍ୟାମ୍ପସ ପରିସରରେ ଥିବା ପ୍ରତିମୂର୍ତ୍ତିରେ ମାଲ୍ୟର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ବିଜେଡି, କଂଗ୍ରେସ, ଆପ ଦଳୀୟ ନେତାଙ୍କ ସହିତ କର୍ମୀ ଓ ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନ ମାନଙ୍କ ପକ୍ଷରୁ  ବିଭିନ୍ନ ସ୍ଥାନରେ ଥିବା ପ୍ରତିମୂର୍ତ୍ତିରେ  ଜନ୍ମଜୟନ୍ତୀ  ପାଳିତ ହୋଇଛି । ଗୋପବନ୍ଧୁ ସ୍ମୃତି ପରିଷଦ ପକ୍ଷରୁ ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଥିଲା । ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ,  ସତ୍ୟବାଦୀ ବ୍ଳକର ଅଧ୍ୟକ୍ଷ ସୁନୀଲ କୁମାର ପଣ୍ଡା, ବ୍ଳକ ବିଜେଡି ସଭାପତି ପ୍ରମୋଦ ରାଉତଙ୍କ ସହିତ ବିଭିନ୍ନ ପଞ୍ଚାୟତର ସରପଞ୍ଚ ଓ ସମିତିସଭ୍ୟସଭ୍ୟା ଓ କର୍ମୀ ମାନେ ଗୋପବନ୍ଧୁ ଜୟନ୍ତୀରେ ସାମିଲ ହୋଇଥିବାର ଦେଖାଯାଇଥିଲା । ଐତିହ୍ୟ ସୁଆଣ୍ଡୋ ଗ୍ରାମରେ ଥିବା ଗୋପବନ୍ଧୁଙ୍କ ଷଠୀଘରେ ଥିବା ପ୍ରତିମୂର୍ତ୍ତି ଓ ମିୟୁଜିୟମ ପରିସରରେ ଥିବା ପ୍ରତିମୂର୍ତ୍ତିରେ  ପୂର୍ବତନ ବିଧାୟକ ଶ୍ରୀ ସାମନ୍ତରାୟ ଓ ବ୍ଳକ ଅଧ୍ୟକ୍ଷ ଶ୍ରିୀ ପଣ୍ଡା ମାଲ୍ୟର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଏହି ଅବସରରେ ବ୍ରଜଗୋପାଳ ସ୍ମୃତି ସଂସଦ ପକ୍ଷରୁ ୩ଜଣ ଛାତ୍ରଛାତ୍ରୀ ଓ ନିଟ ପରୀକ୍ଷାରେ ସଫଳତା ଲାଭ କରିଥିବା ସତ୍ୟବାଦୀର ଛାତ୍ରୀ ମଧୁମିତା ବିଶ୍ୱାଳଙ୍କୁ ପୂର୍ବତନ ବିଧାୟକ ଶ୍ରୀ ସାମନ୍ତରାୟ ପୁରଷ୍କୃତ କରିଥିଲେ । ପରେ ପରେ ସାକ୍ଷୀଗୋପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀ ମାନଙ୍କୁ ବିଜେଡି ଦଳ ପକ୍ଷରୁ ଫଳ ବଣ୍ଟନ କରାଯାଇଥିଲା । ଗୋପବନ୍ଧୁ ସ୍ମୃତି ପରିଷଦର ସଭାପତି ଧୀରେନ୍ଦ୍ର ନାଥ ଦାସ ଉକ୍ତ ସ୍ମୁତି ଚାରଣ ସଭାରେ ସଭାପତିତ୍ୱ କରିଥିଲେ । ଏହି କାର୍ଯ୍ୟକ୍ରମରେ ପୁରୀ ଜିଲ୍ଲାପ୍ରଶାସନ ପକ୍ଷରୁ  ଏଡିଏମ   ଶରତ ଚନ୍ଦ୍ର ବେହେରା, ଜିଲ୍ଲା ସୂୁଚନା ଓ ଲୋକସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ କୁମାର ବେହେରା,ସତ୍ୟବାଦୀ ତହସିଲଦାର ଆଲୋକ କୁମାର ଦେହୁରୀ  , ବିଡିଓ ଲିପିସା ରାୟ ପ୍ରୁମୁଖ  ଯୋଗଦେଇ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ଦୀପ, ଧୂପ ଦେଇ ମାଲ୍ୟର୍ପଣ କରିବା ସହ ଗୋପବନ୍ଧୁ ଅମର ରହେ ସ୍କୋଗାନ ଦେଇ ସ୍ମୁତି ଚାରଣ କରିଥିଲେ । ବିଭିନ୍ନ ଜିଲ୍ଲାରୁ ୧୬ ଜଣ ଛାତ୍ରଛାତ୍ରୀଙ୍କୁ ଅତିଥି ମାନେ ସମ୍ମାନୀତ କରିଥିଲେ । ସେହିପରି  କଂଗ୍ରେସ ଦଳର ପୂର୍ବତନ ପିସିସି ସଭାପତି  ତଥା ସତ୍ୟବାଦୀର ପୂର୍ବତନ  ବିଧାୟକ ପ୍ରସାଦ ହରିଚନ୍ଦନ, ପୂର୍ବତନ ସତ୍ୟବାଦୀ ବ୍ଳକ ଅଧ୍ୟକ୍ଷ ଜୟନ୍ତ କୁମାର ହୋତା , ସୁବାଷ ମହାପାତ୍ର ଐତିହ୍ୟ ଗ୍ରାମରେ ପହଞ୍ଚି ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟର୍ପଣ କରିବା ପରେ ତାଙ୍କ ନେତୃତ୍ୟରେ   ପଞ୍ଚସଖା ସମାଧିପୀଠ ପରିସରରେ ସଂକୀର୍ତ୍ତନ  ଶ୍ରଦ୍ଧାଞ୍ଜଳି ସହିତ ସର୍ବଧର୍ମ ପ୍ରାର୍ଥନା ଅନୁଷ୍ଠିତ ହୋଇଥିଲା ।  ନୀଳାଚଳ କୃଷକ ମହାସଂଘର ଉପଦେଷ୍ଠା ନିରଞ୍ଜନ ମହାପାତ୍ର, ସାକ୍ଷୀଗୋପାଳ ପତଞ୍ଜଳି ଯୋଗ ସମିତି,  ପ୍ରୟାସ ଅନୁଷ୍ଠାନ ପକ୍ଷରୁ ି କୃଷ୍ଣଚନ୍ଦ୍ର ଜଗଦେବ, କାମାକ୍ଷା ପ୍ରସାଦ ପ୍ରଧାନ, ପ୍ରାଚୁର୍ଯ୍ୟ ହୋତା ଲକ୍ଷ୍ମଣ ବେହେରା ପ୍ରମୁଖ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟର୍ପଣ କରିଥିଲେ ।  ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଦ୍ୱାରା ପ୍ରତିଷ୍ଠିତ ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ଥିବା ପଞ୍ଚସଖାଙ୍କ ପ୍ରତିମୂର୍ତ୍ତିରେ ଓ ଗୋପବନ୍ଧୁ ଶେଷ ନିଶ୍ୱାସ ତ୍ୟାଗ କରିଥିବା ପୀଠରେ  ଅତିଥି ମ।।ନେ ପୁଷ୍ପାମଲ୍ୟ ଅର୍ପଣ କରାଯାଇଥିଲା ।   ଲୋକକଳା ଗ୍ରାମରୁ କୈଳାସ ଗୋଟିପୁଅ ନୃତ୍ୟୁ ପରିଷଦ ଓ ମୃଦଙ୍ଗ ବାଦ୍ୟ ନୃତ୍ୟୁ ପରିଷଦର ଗୁରୁ ରମେଶ ପଲେଇ ଓ ଗୁରୁ କୌଳାସଙ୍କ ନେତ୍ୱତୃରେ  ଗୋଟିପୁଅ, ମୃତଙ୍ଗ ବାଦ୍ୟ, ସଂକୀର୍ତ୍ତନ, କାଳୀ , ନାଗା ଓ ଦୁର୍ଗା ବେଢ଼ ସହ ଯୋଡିଘୋଡାନୃତ୍ୟୁ ପରିବେଷଣ କରାଯାଇଥିଲା । ଏହି ଅବସରରେ ସ୍ୱରାଜ ବ୍ଳକ ଡ୍ରୋନର ଗ୍ରୁଫ ଅନୁଷ୍ଠାନ ପକ୍ଷରୁ ଏକ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା । ସତ୍ୟବାଦୀ ବିଧାୟକ ଓମ ପ୍ରକାଶ ମିଶ୍ର, ଏମସର ପ୍ରାକ୍ତନ ଅଧ୍ୟକ୍ଷ ଡ, ଅଶୋକ କୁମାର ମହାପାତ୍ର ସମାଜସେବୀ ବଦ୍ରି ମିଶ୍ର, ସୁଦର୍ଶନ ପ୍ରଧାନ ଆନୁଷ୍ଠାନିକ ଭାବେ ରକ୍ତଦାନ ଶିବିର ଉଦଘାଟନ କରିଥିଲେ । ୩୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା  । 

 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୯/୧୦/୨୦୨୪---୮,୨୦ Sakhigopal News,9/10/2024


Blog Archive

Popular Posts