Breaking News

ଝିଲିମିଣ୍ଡା ସରସ୍ବତୀ ଶିଶୁ ବିଦ୍ଯା ମନ୍ଦିରରେ ଗୁରୁଦିବସ ପାଳିତ



ବରଗଡ଼ ---  ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଝିଲିମିଣ୍ଡା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଗୁରୁଦିବସ ପାଳିତ ହୋଇଯାଇଛି। ପ୍ରଧାନ ଆଚାର୍ଯ୍ୟ ମୁକୁନ୍ଦ ମହାରଣା ଅଧ୍ୟକ୍ଷତା କରିଥିଲେ ଓ ସ୍ଵାଗତ ଭାଷଣ ସହିତ ଅତିଥି ପରିଚୟ ପ୍ରଦାନ କରିଥିଲେ। ଭାରତ ର ପୂର୍ବତନ ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣନ ଜନ୍ମ ଜୟନ୍ତୀ କୁ  "ଗୁରୁ ଦିବସ" ଭାବେ ପାଳିତ ହୋଉଛି। ଏଥିରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ଅଶୋକ ଷଡ଼ଙ୍ଗୀ ଯୋଗ ଦେଇ ଦୀପ ପ୍ରଜ୍ବଳନ ପୂର୍ବକ ସମସ୍ତଙ୍କ ଶୁଭ କାମନା କରି ଶିଶୁ ମାନଙ୍କୁ ଗୁରୁ ଶିଷ୍ୟଙ୍କ ଉତ୍ତମ ସମ୍ପର୍କରେ ମାର୍ଗଦର୍ଶନ ଦେଇଥିଲେ।  ମୁଖ୍ୟ ବକ୍ତା ଭାବେ ବିଦ୍ୟାଳୟ ର ସୁଶ୍ରୀ ରିଙ୍କିରାଣୀ ପ୍ରଧାନ   ଯୋଗ ଦେଇ ବକ୍ତବ୍ୟ ମାଧ୍ୟମରେ ଶିଶୁ ମାନଙ୍କୁ ଉତ୍ତମ ନାଗରିକ ହେବା ପାଇଁ ଉଦବୋଧନ ଦେଇଥିଲେ। ଶିଶୁ ଭଉଣୀ ମାନଙ୍କ ଦ୍ବାରା ସ୍ବାଗତ ସଙ୍ଗୀତ ପରିବେଷିତ ହୋଇଥିଲା।ଶିଶୁ ମାନେ ଗୁରୁ ପୂଜନ ଓ ବନ୍ଦନା ଗୀତ ଗାନ କରିଥିଲେ ।କାର୍ଯ୍ୟକ୍ରମକୁ  ତାପସ ଭୋଇ ପରିଚାଳନା କରିଥିଲେ। ପରିଶେଷରେ ଶ୍ରୀମତୀ ଶ୍ରୁତି ନାଏକ ଧନ୍ୟବାଦ ଅର୍ପଣ କରିଥିଲେ।ବିଦ୍ୟାଳୟର ସମସ୍ତ ଗୁରୁମା, ଗୁରୁଜୀ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୫/୯/୨୦୨୪----୮,୧୦ Sakhigopal News,5/9/2024

Blog Archive

Popular Posts