Breaking News

ଶିକ୍ଷୟତ୍ରୀଙ୍କ ଅବସର କାଳୀନ ସମ୍ମର୍ଦ୍ଧନା ସଭା ; ଛାତ୍ରଛାତ୍ରୀ ଓ ସହ କର୍ମଚାରୀଙ୍କ ଆଖିରେ ଲୁହ ଗଡିଲା


 ସାକ୍ଷୀଗୋପାଳ----ସତ୍ୟବାଦୀ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଶିକ୍ଷୟତ୍ରୀ ବିଶାଖା ଦେବୀଙ୍କ ଅବସର କାଳୀନ ସମ୍ମର୍ଦ୍ଧନା ସଭା ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି ।  ଅନୁଷ୍ଠିତ ସଭାରେ ବିଦ୍ୟାଳୟର କୁନି କୁନି ଛାତ୍ର ଛାତ୍ରୀ ମାନେ ଯୋଗ ଦେଇ କହିଥିଲେ ଯେ ବିଶାଖା ଗୁରୁମା ଆମର ଶିକ୍ଷୟତ୍ରୀ ନ ଥିଲେ ସେ ଥିଲେ ଆମର ଅବିଭାବକ ତଥା ମା । ସେ ଦୁଖରେ ଦୁଖି ହେବାସହ ନିଜେ ନିଜର ପିଲା ଭାବି ପିଲାମାନଙ୍କୁ ଶିକ୍ଷା ଦାନ ଦେବା ସହ ସେମାନଙ୍କ କଥା ବୁଝୁଥିଲେ । ଏହିକଥା କହିବା ସମୟରେ ପିଲାମାନଙ୍କ ଆଖିଲେ ଲୁହ ଗଡି ଆସିଥିଲା । ଠିକ ସେହିପରି ବିଦ୍ୟାଳୟର ସହ କର୍ମୀ ମାନେ ଅବସର ନେଉଥିବା ଶିକ୍ଷୟତ୍ରୀ ବିଶାଖା ଦେବୀଙ୍କ ସ୍ମୃତି ଗାନ କରିବା ବଦଳରେ ନିଜର କୋହ ସମ୍ଭାଳିପାରି ନଥିଲେ । ଏପରିକି ସେ ସହକର୍ମୀ ନଥିଲେ ସେ ଆମର ଭଡ ଭଉଣୀଥିଲେ ବୋଲି ମତ ପ୍ରକାଶ କରିଥିଲେ । ଆମେ କୌଣସି କାର୍ଯ୍ୟରେ ଅଧର୍ଯ୍ୟ ହୋଇପଡୁଥିଲେ ସେ ଆମକୁ ସାହସ ଦେଉଥିଲେ ଧର୍ଯ୍ୟ ଧର ଯାହା ହେବ ଦେଖାଯିବ ବୋଲି କହୁଥିଲେ । ଅନୁଷ୍ଠିତ ସଭାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଗଗନି ଦେଇ ସଭାପତିତ୍ୱ କରିଥିଲେ ।  ଅତିଥି ଭାବେ ଗେଣ୍ଠପଡା ପଞ୍ଚାୟତର ସରପଞ୍ଚ ଚିନ୍ମୟ କୁମାର ରାଉତ,  ସତ୍ୟବାଦୀ ହାଇସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ମାନସ ରଞ୍ଜନ ପଟ୍ଟନାୟକ, ଅବସରପ୍ରାପ୍ତ ଶିକ୍ଷକ ରବୀନ୍ଦ୍ର ନାଥ ଷଡଙ୍ଗୀ, ବିଜୟ କୁମାର ପରିଡା , ପ୍ରାଥମିକ ଶିକ୍ଷକ ସଂଘର ସଭାପତି ପ୍ରହଲ୍ଲାଦ ଦାଶ, ସିଆସିସି ସୁନିଲ କୁମାର ବେହେରା, ଅଜୟ ପ୍ରଧାନ, ମିନତି ମାଝୀ, ସସ୍ମିତା ସେଠୀ, ସ୍ମିରସିତା ସେଠୀ, ସରୋଜିନି ସାହୁ, ବନ୍ଦନା ଦାସ, ଶାନ୍ତି ଲତା ବେହେରା, ବନଜ୍ୟୋସ୍ନା ମହାପାତ୍ର, ଶିବ ପ୍ରସାଦ ପାଣି, ଅଭୟ ଚରଣ ସାହୁ, ମିନତୀ ଦେବୀ, ପ୍ରଜ୍ଞାପାରମିତା ପ୍ରଧାନ, ଅଗସ୍ଥି ବେହେରା, ବସନ୍ତ କୁମାର ସ୍ୱାଇଁ ସରୋଜିନି ସାହୁ, ସୂନିତା ମୟି ମହାପାତ୍ରପ୍ରମୁଖ ଯୋଗ ଦେଇ ଅବସର ଗ୍ରହଣ କରୁଥିବା ଶିକ୍ଷୟତ୍ରୀଙ୍କ ସମ୍ପର୍କେ ମତ ପ୍ରକାଶ କରିଥିଲେ । ବିଶାଖା ଦେବୀ ଜଣେ ଶିକ୍ଷୟତ୍ରୀ ସହିତ ଜଣେ ସୁଲେଖିକା ଓ କବୟତ୍ରୀ ଭାବେ ପୁରୀ ଜିଲ୍ଲାରେ ବେଶ ଜଣାଶୁଣା ବୋଲି ମୁଖ୍ୟ ଅତିଥି ରବୀନ୍ଦ୍ର ନାଥ ଷଡଙ୍ଗୀ ମତ ପ୍ରକାଶ କରିଥିଲେ ।  ବିଦ୍ୟାଳୟ ପକ୍ଷରୁ ଅବସର ନେଉଥିବା ଶିକ୍ଷୟତ୍ରୀ ବିଶାଖା ଦେବୀଙ୍କୁ ଉପଢ଼ୌକନ, ଫୁଲତୋଡା ଓ ମାନପତ୍ର ଦେଇ ଅତିଥି ମାନେ ସମ୍ମାନୀତ କରିଥିଲେ ।କାର୍ଯ୍ୟକ୍ରମରେ ଅତିଥି ପରିଚୟ ଗୀତାରାଣି ଦାଶ କରିଥିବା ବେଳେ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ଶିକ୍ଷୟତ୍ରୀ ସୁଜାତା ଦେବୀ ଓ ସଂଗୀତା ବିଭୁତିରାୟ । ଶିକ୍ଷୟତ୍ରୀ ସୀତା  ମହାରଣା ଧନ୍ୟବାଦ ଦେଇଥିଲେ ।

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତିଙ୍କ ରିର୍ପୋଟ, ୬ା୪ା୨୦୨୪---୮,୧୦    Sakhigopal News, 6/4/2024

Popular Posts