ରେଲୱେ ଭାରତ ସ୍କାଉଟ୍ସ ଏବଂ ଗାଇଡ୍ ଦ୍ୱାରା “ମେରୀ ମାଟି ମେରା ଦେଶ” ଉପରେ ଏକ ସଚେତନତା ରାଲି
ଜଟଣୀ -ପୂର୍ବ ତଟ ରେଳ ଭାରତ ସ୍କାଉଟ୍ସ ଏବଂ ଗାଇଡ୍ ଦ୍ୱାରା ଚାଲିଥିବା ସ୍କାଉଟ୍-ଗାଇଡ୍ ଶିବିରର ଏକ ଅଂଶ । ସ୍କାଉଟ୍, ଗାଇଡ୍, ରୋଭର୍ସ, ରେଞ୍ଜର୍ସ ଏବଂ ଲିଡରଙ୍କ ଦ୍ୱାରା “ମେରୀ ମାଟି ମେରା ଦେଶ” ଉପରେ ଏକ ସଚେତନତା ରାଲିର ଆୟୋଜନ କରାଯାଇଥିଲା। ଏହି ରାଲିରେ ପିଲାମାନେ ଆମ ଦେଶର ବିଭିନ୍ନ ଅଞ୍ଚଳ ଯେମିତି କି ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ, ପୂର୍ବ ଓଡ଼ିଶା, ପଶ୍ଚିମ ଓଡିଶା, ଛତିଶଗଡ ଇତ୍ୟାଦି ପୋଷାକ ପରିଧାନ କରି ସମାଜକୁ “ବିବିଧତା ମଧ୍ୟରେ ଏକତା” ବାର୍ତ୍ତା ବିସ୍ତାର କରିବାକୁ ଲକ୍ଷ୍ୟ ରଖିଥିଲେ।
ଏହି ସଚେତନତା ରାଲିକୁ, ଶିବିର ରୁ, ଶ୍ରୀ ଚନ୍ଦ୍ରଭାନୁ ନାୟକ, ବରିଷ୍ଠ ମଣ୍ଡଳ ଇଞ୍ଜିନିୟର (ମୁଖ୍ୟାଳୟ), ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । “ମେରୀ ମାଟି ମେରା ଦେଶ” ଉପରେ ସ୍ଲୋଗାନ ଦେଇ, ଖୋର୍ଦ୍ଧା ରୋଡ଼ ରେଳ ଷ୍ଟେସନ, ଟ୍ରାଫିକ କଲୋନୀ, ଡିଆରଏମ କାର୍ଯ୍ୟାଳୟ, ସୀତାରାମ ଛକ ମଧ୍ୟରେ ଏହି ରାଲି କରାଯାଇଥିଲା।
ଶ୍ରୀ କଲ୍ୟାଣ ପଟ୍ଟନାୟକ, ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ (ଅପରେସନ) ଏବଂ ଖୋର୍ଦ୍ଧା ରୋଡ଼ ସ୍କାଉଟ୍ ଏବଂ ଗାଇଡ୍ସର ଜିଲ୍ଲା ମୁଖ୍ୟ କମିଶନର, ଡିଆରଏମ କାର୍ଯ୍ୟାଳୟ ପରିସରରେ ପିଲାମାନଙ୍କର ପ୍ରଦର୍ଶନକୁ ଦେଖି ଜାତୀୟ ଏକୀକରଣରେ ନିଆଯାଇଥିବା ପଦକ୍ଷେପ ପାଇଁ ପ୍ରଶଂସା କରିଥିଲେ। ଏହି ଅବସରରେ, ଶ୍ରୀ ରବି ପ୍ରକାଶ ଯାଦବ, ବରିଷ୍ଠ ମଣ୍ଡଳ ଇଞ୍ଜିନିୟର (ସମନ୍ବୟ) ଏବଂ ଜିଲ୍ଲା କମିଶନର (ସ୍କାଉଟ୍ସ) ଏବଂ ଅନ୍ୟ ଅଧିକାରୀ ଉପସ୍ଥିତ ଥିଲେ।
ପୂର୍ବ ତଟ ରେଳବାଇ ଭାରତ ସ୍କାଉଟ୍ସ ଏବଂ ଗାଇଡ୍ ଦ୍ୱାରା 04.12.2023 ରୁ 08.12.2023 ପର୍ଯ୍ୟନ୍ତ, ଦୁଇଟି ରାଜ୍ୟ ସ୍ତରୀୟ ଶିବିର ଯଥା “ପ୍ରାଥମିକ ଚିକିତ୍ସା ପାଇଁ ସ୍ୱତନ୍ତ୍ର ପାଠ୍ୟକ୍ରମ” ଏବଂ ରାଜ୍ୟ ସ୍ତରୀୟ ଇଣ୍ଟର ଜିଲ୍ଲା ଷ୍ଟାଣ୍ଡାର୍ଡ ଜଜିଙ୍ଗ୍ ପରୀକ୍ଷା ଶିବିର, ଆୟୋଜନ କରାଯାଉଛି I ଏହି ଶିବିରରେ ସମ୍ବଲପୁର, ବିଶାଖାପାଟନମ୍, ଖୋର୍ଦ୍ଧା ରୋଡ଼, ମଞ୍ଚେଶ୍ୱର ଏବଂ ଜୋନାଲ ହେଡକ୍ୱାର୍ଟରରୁ ସ୍କାଉଟ୍ ଏବଂ ଗାଇଡ୍ ଅଂଶଗ୍ରହଣ କରୁଛନ୍ତି।