ପେନସନ ଭୋଗୀଙ୍କ ଦିବସ ପାଳନ
ଜଟଣୀ - -ରେଲୱେ ବରିଷ୍ଠ ନାଗରିକ ସମାଜ ସମିତି ଆନୁକୂଲ୍ୟରେ ଆଜି ସନ୍ଧ୍ୟା ୫ ଘଟିକା ସମୟରେ ଅନୁଷ୍ଠାନର ପ୍ରାଙ୍ଗଣରେ "ପେନସନ ଭୋଗୀ ' ଦିବସ ପାଳିତ ହୋଇଯାଇଛି l ଏଥିରେ ଏମ.ଲକ୍ଷ୍ମଣ. ରାଓ ଆଜିର ଦିନର ଗୁରୁତ୍ୱ ସମ୍ବନ୍ଧରେ ବିବରଣୀ ପ୍ରଦାନ କରିଥିଲେ l ଏତତ ବ୍ୟତୀତ ପ୍ରଫୁଲ୍ଲ କୁମାର ପଣ୍ଡା, ସୁରେନ୍ଦ୍ରନାଥ ନାୟକ, କେ.ଚନ୍ଦ୍ରୟା, ସହାଦେବ ବାରିକ, ଭି .କେ.କୁମାର,କେଦାର ନାଥ ମହାପାତ୍ର,ଏସ.ବେହେରା, କେ.ଶ୍ରୀରାମୁଲୁ, ରବୀନ୍ଦ୍ର ସାହୁ ପ୍ରମ୍ମୁଖ ନିଜ ନିଜର ମତ ପ୍ରକାଶ କରିଥିଲେ l ଏହି ଉତ୍ସବରେ ପ୍ରଫୁଲ୍ଲ କୁମାର ପଣ୍ଡା ସାଧାରଣ ସମ୍ପାଦକଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସମ୍ମାନିତ କରାଯାଇଥିଲା l ସର୍ବଶେଷରେ ବି.ଏମ.ରାଓ ଧନ୍ୟବାଦ ଅର୍ପଣ କରିଥିଲେ l ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୮/୧୨/୨୦୨୩----୮,୩୫ Sakhigopal News,18/12/2023