Breaking News

ଲଘୁଚାପ ଜନିତ ବର୍ଷାରେ ବିଲରେ ଧାନ ଗଛ ପଡି ଗଜା, ତୁରନ୍ତ ଚାଷୀ ମାନଙ୍କୁ ତଦନ୍ତ କରି କ୍ଷତିପୂରଣ ଦେବାକୁ ଦାବୀ

 


ସାକ୍ଷୀଗୋପାଳ---- ଲଘୁଚାପ ଜନିତ ବର୍ଷାରେ ସତ୍ୟବାଦୀ ବ୍ଳକର ୨୪ ଗୋଟି ଗ୍ରାମ ପଞ୍ଚାୟତରେ ବିଭିନ୍ନ ଗ୍ରାମ ଗହିରରେ ଚାଷୀ ମାନଙ୍କର ଧାନ ପାଣିରେ ପଡି ଏବେ ଗଜା ହୋଇଗଲାଣି । ଧାନ କଟା ନ ହେବା ଆଗରୁ ଧାନରେ ଗଛ ହୋଇଗଲାଣି । ତୁରନ୍ତ ସଠିକ ତଦନ୍ତ କରି ଚାଷୀ ମାନଙ୍କୁ କ୍ଷତି ପୂରଣ ଦେବାକୁ ଚାଷୀ ସଂଗଠନ ପକ୍ଷରୁ ଦାବୀ ହେଉଛି । ବଳପୁର ଗ୍ରାମ ଗହିରରେ ଏବେ ବି ଚାଷୀ ମାନଙ୍କର ଧାନ ଫସଲ ପାଣିରେ ପଡି ଗଜା ହୋଇଥିବାର ପ୍ରମାଣ ରହିଛି । ସୁଚନାଯୋଗ୍ୟ ଯେ ଆସନ୍ତା ୬ ତାରିଖରେ ଲଘୁଚାପ ଜନିତ ବର୍ଷାରେ ସତ୍ୟବାଦୀ ବ୍ଳକର ବିଭିନ୍ନ ଗ୍ରାମ ପଞ୍ଚାୟତର ଖାଲ ଜମି ଗୁଡିକରେ ପାଣି ଜମିବା ସହ ପବନ ଯୋଗୁ ପାଚିଲା ଧାନ ଗଛ ସବୁ ପଡି ଯାଇଥିଲା । ବର୍ଷା ପାଣି ନିଷ୍କାସନ ନ ହୋଇ ପାରିବାରୁ ପାଣି ଜମି ରହିବା ଫଳରେ ଧାନ ବିଲରେ ପଡିବା ଯୋଗୁ ପାଣି ପାଇ ଏବେ ସେଥିରେ ଗଜା ହୋଇଗଲାଣି । ଯାହାକି ଉକ୍ତ ବିଲ ଗୁଡିକରୁ ଧାନ ଅମଳ କରିବାକୁ ଚାଷୀମାନେ ଇଛା ପ୍ରକାଶ କରୁ ନାହାନ୍ତି । କାରଣ ବିଲରେ ଧାନ କାଟିବା ପାଇଁ ଯେତେ ମଗୁରୀ ଲାଗିବ ସେତିକି ଧାନ ମିଳିବ ନାହିଁ । ଏଣୁ ଧାନ ନ କାଟିବା ଭଲ ବୋଲି ଚାଷୀ ମାନେ କହନ୍ତି । ସେହିପରି କେତକ ଡିପ ବିଲରେ ଲଘୁଚାପ ଜନିତ ବର୍ଷା ହେବା ଫଳରେ ଡିପ ବିଲ ଗୁଡିକରେ ଧାନ ସବୁ ମାଟି ବାପଙ୍କରେ ପଡି ଯାଇଛି । ବିଶେଷ କରି ଖାଲ ବିଲରେ ହୋଇଥିବା ଧାନ ଫସଲ ଗୁଡିକ ଲଘୁଚାପ ଜନିତ ବର୍ଷା ଯୋଗୁ ଶହ ଶହ ହେକ୍ଟର ଧାନ ଫସଲ ନଷ୍ଟ ହୋଇଥିବା ଜଣାପଡିଛି । ଶିଖର ବେହେରା, କୈଳାସ ବେହେରା, କୃଷ୍ଣଚନ୍ଦ୍ର ବେହେରା, ପ୍ରହ୍ଳାଦ ଜେନା, ଶ୍ୟାମ ସୁନ୍ଦର ବେହେରା, ନବଘନ ଦାସ, ଅରୁ ପ୍ରଧାନ, ଜଗଦେବ ସାହୁ, ଅରକ୍ଷିତ ସ୍ୱାଇଁ, ପ୍ରମୋଦ ବରାଳ ପ୍ରମୁଖ ଚାଷୀ ମାନେ ସଠିକ ତଦନ୍ତ କରି ସେବାନଙ୍କୁ କ୍ଷତି ପୂରଣ ଦେବାକୁ ରାଜ୍ୟ ସରକାର ଓ ୫ଟି ସଚ୍ଚିବଙ୍କ ପାଖରେ ଦାବୀ କରିଛନ୍ତି ।


ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୦/୧୨/୨୨୩---୮,୧୦   Sakhigopal News, 10/12/2023

Blog Archive

Popular Posts