Breaking News

ପେଣ୍ଠପଡା ଗ୍ରାମ ପଞ୍ଚାୟତର ମାର୍କେଟ କମ୍ଳେକ୍ସ ଓ ଫ୍ୟାସିଲିଟି ଗୃହ ଉଦଘାଟନ



ସାକ୍ଷୀଗୋପାଳ---- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ପେଣ୍ଠପଡା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଗ୍ରାମ ପଞ୍ଚାୟତ ଫ୍ୟାସିଲିଟ ଗୃହ ସହିତ ଏକ ମାର୍କେଟ କମ୍ଳେକ୍ସ ଘର ଉଦଘାଟନ ହୋଇଯାଇଛି । ସ୍ଥାନୀୟ ବିଧାୟକ ଉମାକାନ୍ତ ସାମନ୍ତରାୟ, ବ୍ଳକ ଅଧ୍ୟକ୍ଷ ସୁନୀଲ କୁମାର ପଣ୍ଡା ଙ୍କ ସହିତ ସରପଞ୍ଚ ଚିନ୍ମୟ ରାଉତଙ୍କ ଉପସ୍ଥିତିରେ ଘର ଗୁଡିକ ଉଦଘାଟନ କରାଯାଇଥିଲା । ଦଶ ଲକ୍ଷ ଟଙ୍କା ବ୍ୟୟରେ ତିନି ବଖରା ମାର୍କେଟ କମ୍ପେକ୍ସ ଗୃହ ନିର୍ମାଣ କରାଯାଇଛି । ଏହି କାର୍ଯ୍ୟକ୍ରମରେ ସତ୍ୟବାଦୀ ବ୍ଳକର ବିଜେଡି ଦଳର ସଭାପତି ପ୍ରମୋଦ ରାଉତ, ପଞ୍ଚାୟତର ନାଏବ ସରପଞ୍ଚଚନ୍ମୟୀ ବିଶ୍ୱାଳଙ୍କ ସହିତ ବିଭିନ୍ନ ୱାଡସଭ୍ୟ ସଭ୍ୟା ମାନେ ଉପସ୍ଥିତ ରହିଥିଲେ । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୩୧/୧୨/୨୦୨୩---୮,୧୦  Sakhigopal News, 31/12/2023

Blog Archive

Popular Posts