Breaking News

ଭାପୁରରେ" ଆମ ଓଡ଼ିଶା,ନବୀନ ଓଡ଼ିଶା " କାର୍ଯ୍ୟକ୍ରମ ଅନୁଷ୍ଠିତ ,ଶକ୍ତି ପ୍ରଦର୍ଶନ କଲେ ଗୟାଧର

 
                           

ନୟାଗଡ----
 ନୟାଗଡ ଜିଲ୍ଲା ଖଣ୍ଡପଡା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଭାପୁର ବ୍ଲକ ଶାଳପଡା ପଞ୍ଚାୟତରେ ନୂଆ-ଓ" ଆମ ଓଡ଼ିଶା,ନବୀନ ଓଡ଼ିଶା "କାର୍ଯ୍ୟକ୍ରମ ହଜାର ହଜାର  ଜନସମାଗମ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଏକ ମଟରସାଇକେଲ ରାଲି ମାଧ୍ୟମରେ ନୟାଗଡ ଜିଲ୍ଲା ବିଜେଡି ଉପସଭାପତି ଗୟାଧର ପରିଡ଼ା ତାଙ୍କ ବାସଭବନରୁ ସଭାସ୍ଥଳରେ ପହଞ୍ଚିଥିଲେ । ଶ୍ରୀ ପରିଡାଙ୍କ ନେତୃତ୍ୱ ଓ ସଭାପତିତ୍ବ ରେ ଅନୁଷ୍ଠିତ କାର୍ଯ୍ୟକ୍ରମ  ଅନୁଷ୍ଠିତ ହୋଇଥିଲା। ଏଥିରେ ୨୦ ନମ୍ବର ଜୋନ୍ ଜିଲ୍ଲାପରିଷଦ ସଭ୍ୟ ବିଜୟ କୁମାର ସାମନ୍ତରାୟ,୧୯ ନମ୍ବର ଜୋନ ଜିଲ୍ଲାପରିଷଦ ସଭ୍ୟ ସୁଶାନ୍ତ କୁମାର ସାହୁ,ନୟାଗଡ ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ଜିତେନ୍ଦ୍ର କୁମାର ରଣସିଂହ,କଟକ ଲୋକସଭା ସାଂସଦଙ୍କ ପ୍ରତିନିଧି ତୋଫାନ କୁମାର ପ୍ରଧାନ,ନୟାଗଡ ଜିଲ୍ଲା ମହିଳା ବିଜେଡି ଉପସଭାପତି ଶୈଳନ୍ଦ୍ରି ସାହୁ, ବାଇଗୁଣିଆ ସରପଞ୍ଚ ନିରୁପମା ମହାରଣା,ବଡ଼ସହରା ସରପଞ୍ଚ ବ୍ରଜକିଶୋର ଆଳୁକ, ଶାଳପଡ଼ା ସରପଞ୍ଚ ସନ୍ତୋଷ କୁମାର ପଣ୍ଡା, କେନ୍ଦୁପଲ୍ଲୀ ସରପଞ୍ଚ ତାରେଶ୍ୱର ମାଝୀ, ସମିତି ସଭ୍ୟ କେନ୍ଦୁପଲ୍ଲୀ ଦୀପକ କୁମାର ଜେନା, ବିଜିପୁର ସରପଞ୍ଚ ବାସନ୍ତୀ ପରିଡା, ସମିତିସଭ୍ୟା ମଧୁସ୍ମିତା ମହାନ୍ତି, ଭାପୁର ପଞ୍ଚାୟତ ସରପଞ୍ଚ ସୁରେଖା ସାହୁ,ସମିତିସଭ୍ୟା ସୁଭଦ୍ରା ବେହେରା, ଫତେଗଡ଼ ସରପଞ୍ଚ ମଞ୍ଜୁଲତା ସେଠୀ,ପୂର୍ବତ୍ତନ ସରପଞ୍ଚ କରବର ମମତା ସ୍ୱାଇଁ, ପୂର୍ବତ୍ତନ ସରପଞ୍ଚ ବଡ଼ସହରା ମାଟିଆ ସ୍ୱାଇଁ,ଅବସରପ୍ରାପ୍ତ ଶିକ୍ଷକ ରବୀନ୍ଦ୍ରନାଥ ପଟ୍ଟନାୟକ, ଭଗବାନପୁର ପଞ୍ଚାୟତ ବିଜୁ ଜନତା ଦଳର ଦକ୍ଷ ସଙ୍ଗଠକ ଅପର୍ତ୍ତି ପ୍ରଧାନ,କୈଳାସ ଚନ୍ଦ୍ର ରାଉତରାୟ,ପ୍ରକାଶ ଜେନା,କାର୍ତ୍ତିକ ଚନ୍ଦ୍ର ପ୍ରଧାନ,ଯୋଗିନାଥ ପଟ୍ଟନାୟକ  ପ୍ରମୁଖ ଯୋଗଦେଇଥିଲେ । ୨୦ ଗୋଟି ପଞ୍ଚାୟତ ରୁ ୧୫ହଜାର ରୁ ଉର୍ଦ୍ଧ୍ବ ବିଜୁ ପ୍ରେମୀ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ଉପସ୍ଥିତ ଅତିଥି ମାନେ ବିଜେଡିର ବିକାଶ ଏବଂ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ବଖାଣିଥିଲେ। ବିଜେଡି ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ କିପରି ଭାବରେ ଜନସାଧାରଣଙ୍କୁ ଜନସାଧାରଣଙ୍କୁ ସହୋଯୋଗର ହାତ ବଢ଼େଇଛି ସେ ସମ୍ପର୍କରେ ଅତିଥି ମାନେ ଉପସ୍ଥିତ କର୍ମୀ ମାନଙ୍କୁ ବୁଝାଇଥିଲେ । ଆଗାମୀ  ନିର୍ବାଚନରେ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀରୁ ଗୟାଧର ପରିଡାଙ୍କୁ ବିଧାୟକ ପ୍ରାର୍ଥି କରିବାକୁ ସମସ୍ତ ନେତା ଓ କର୍ମୀମାନେ ସନ୍ଦେଶ ଦେଇଥିଲେ।
ଦୀର୍ଘ ଦୁଇବର୍ଷ ପରେ ଗୟାଧର ପରିଡା ଆଜିର ଏହି ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ତାଙ୍କର ଶକ୍ତି ପଦର୍ଶନ କରିଥିବା ବେଳେ ବିରୋଧୀ ମହଲରେ ଆତଙ୍କ ଖେଳିଯାଇଛି। ଶ୍ରୀ ପରିଡା ତାଙ୍କ ବକ୍ତବ୍ୟରେ କହିଥିଲେ ଆପଣମାନେ ଆଜି ହଜାର ହଜାର ସଂଖ୍ୟାରେ ଯୋଗଦେଇ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ,ବିଜୁ ଜନତା ଦଳକୁ ଏବଂ ମୋତେ ଭଲ ପାଉଥିବାର ପ୍ରମାଣ ଦେଇଛନ୍ତି । ଆପଣ ମାନଙ୍କ ମୋ ପ୍ରତି ଥିବା ଭଲପାଇବା,ସ୍ନେହ,ଶ୍ରଦ୍ଧାକୁ କେବେ ଭୁଲିବି ନାହିଁ ଓ ବଞ୍ଚିଥିବା ପର୍ଯ୍ୟନ୍ତ ଆପଣ ମାନଙ୍କସାଥିରେ ରହି ସେବା 
କରିବାର ଶପଥ ନେଇ ଥିଲେ। ଫତେଗଡ ଥାନା ଏବଂ ଭାପୁର ଆଉଟ୍ ପୋଷ୍ଟ ର ଆରକ୍ଷୀ ବାହିନୀ ଶାନ୍ତି ଶୃଙ୍ଖଳା ପାଇଁ ନିୟୋଜିତ ହୋଇଥିଲେ ।
ନୟାଗଡରୁ ନିରଞ୍ଜନ ଦାସଙ୍କ ରିପୋର୍ଟ,୩୧/୧୨/୨୦୨୩----୮,୧୦ Sakhigopal News,31/12/2023

  

Blog Archive

Popular Posts