ପୂର୍ବତନ ପୌରସଭ୍ୟଙ୍କ ପରଲୋକ
ଜଟଣୀ :--ଜଟଣୀ ପୌରପରିଷଦର ପୂର୍ବତନ ପୌରସଭ୍ୟ ଶୁଭେନ୍ଦୁ ପରିଜା (ମେଘୁ) ଙ୍କ 56 ବର୍ଷ ବୟସରେ ମୁର୍ତ୍ୟୁ ବରଣ କରିଛନ୍ତି l ସେ ଜଣେ ପରୋପକାରୀ, ସ୍ପଷ୍ଟ ବାଦୀ, ସ୍ୱାଭିମାନୀ ଏବଂ ସମାଜ ସେବୀ ଥିଲେ l ପିଲାଟି ଦିନରୁ ତାଙ୍କ ମନରେ ସେବା ମନବୃତ୍ତି ଉଜ୍ଜୀବିତ ହୋଇଥିଲା l ଛାତ୍ର ଜୀବନରୁ ସେବା ମନବୃତ୍ତି ନେଇ 1992 ମସିହାରୁ ରାଜନୀତିରେ ପାଦ ଥାପିଥିଲେ l ସେ ଲୋକଙ୍କର ଏତେ ପ୍ରିୟ ପାତ୍ର ହୋଇଥିଲେ ଯେ ଦୀର୍ଘ ତିରିଶ ବର୍ଷ ରାଜନୀତିରେ ରହି ୫ ଥର ଗୋଟିଏ ୱାର୍ଡରୁ କ୍ରମାଗତ ଭାବେ ନିର୍ଦ୍ବନ୍ଦରେ ବିଜୟ ଲାଭ କରି ବହୁ ଦୁଃଖୀ ଅସହାୟଙ୍କୁ ସାହାଯ୍ୟ କରି ପ୍ରିୟ ପାତ୍ର ପାଲଟି ଥିଲେ l ସେ ଦୀର୍ଘଦିନ ଧରି କିଡ଼ନୀ ରୋଗରେ ପୀଡିତ ହୋଇ ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସିିତ ହେଉ ଥିଲେ l ବୁଧବାର ମଧ୍ୟରାତ୍ରରେ ତାଙ୍କର ପରଲୋକ ଘଟିଥିଲା l ଆଜି ସେହି ଉଦୟମାନ ବ୍ୟକ୍ତିର ପରଲୋକରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି l ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୧/୧୨/୨୦୨୩----୮,୩୫ Sakhigopal News,21/12/2023