Breaking News

ନୂଆ-ଓ ପକ୍ଷରୁ ବ୍ଳକ ସ୍ତରୀୟ ଖେଳ ପ୍ରତିଯୋଗିତା ଉଦଘାଟିତ

 


ସାକ୍ଷୀଗୋପାଳ ----- ରାଜ୍ୟ ସରକାର ଏବେ ଖେଳ ପ୍ରତି ଯୁବକ ଯୁବତୀ ମାନଙ୍କ ମଧ୍ୟରେ ଆଗ୍ରହ ପ୍ରକାଶ କରିବା ପାଇଁ ଆଣିଛନ୍ତି ଭିନ୍ନ ଏକ ଯୋଜନା । ଯାହାର ନାମ ରହିଛି ନୂଆ-ଓ । ବକୁଳବନ ଖେଳ ପଡିଆରେ ନୂଆ- ଓ ଯୁବ ଓଡିଶା, ନବୀନ ଓଡିଶା ପକ୍ଷରୁ  ବ୍ଳକ ସ୍ତରୀୟ ଖେଳ ପ୍ରତିଯୋଗିତା ଉଦଘାଟିତ  ହୋଇଯାଇଛି । ସତ୍ୟବାଦୀ ବ୍ଳକ ବିଡିଓ ଲିପିସା ରାୟଙ୍କ ନିର୍ଦ୍ଦେଶକ୍ରମେ କାର୍ଯ୍ୟକ୍ରମର ନୋଡାଲ ଅଫିସର ସତ୍ୟବାଦୀ ବ୍ଳକର ସହକାରୀ ନିର୍ବାହୀଯନ୍ତ୍ରୀ ଶ୍ୱେତା ନାୟକଙ୍କ ତତ୍ୱବଧାନରେ ଅନୁଷ୍ଠିତ ହେଉଛି । ଜାନୁଆରୀ ୧୦ ତାରଖରେ ଏହି ଖେଳ ଶେଷ ହେବ । ଏଥିରେ ଖୋ- ଖୋ, କବାଡି, ଫୁଟବଲ, ଭଲିବଲ, କ୍ରିକେଟ ଖେଳରେ ପ୍ରାୟ ୨୧୨ଟି ଦଳ ଅଂଶ ଗ୍ରହଣ କରିବା ପାଇଁ ନାମ ପଞ୍ଜିକରଣ କରିଛନ୍ତି । ଖୋ- ଖୋରେ ୧୨ଟି ଦଳ ପୁଅପିଲା ଭାଗ ନେଇଥିବା ବେଳେ ୯ଝିଅଦଳ ଅଂଶ ଗ୍ରହଣ କରିଛନ୍ତି । କବାଡିରେ ୧୬ ଗୋଟି ଦଳ ଅଂଶଗ୍ରହଣ କରିଛନ୍ତି । ସେହିପରି ୨୪ ଓ ୨୬ ତାରିଖରେ ୯ଟି ଦଳ ମଧ୍ୟରେ ଫୁଟବଲ ଖେଳ ପ୍ରତିଯୋଗିତା ହେବ । ୨୭ରୁ ୩୦ତାରଖ ପର୍ଯ୍ୟନ୍ତ କୋଟଉପର ପଡିଆରେ ୪୯ ଟି ଦଳ ମଧ୍ୟରେ ଭଲିବଲ ଖେଳ ହେବ । ଜାନୁଆରୀ ୨ ତାରିଖରୁ ୯ ତାରିଖ ପର୍ଯ୍ୟନ୍ତ୧୧୨ଟି ଦଳ ମଧ୍ୟରେ ସାକ୍ଷୀଗୋପାଳ କଲେଜ ପଡିଆ ଓ ଦାସବିଦ୍ୟାଧରପୁର ଖେଳ ପଡିଆରେ କ୍ରିକେଟ ଖେଳ କରାଯିବ ବୋଲି ସତ୍ôୟାଦୀ ବ୍ଳକର ଗେମ ଆଣ୍ଡ ଷ୍ଟେଟସର ସମ୍ପାଦକ ତଥା ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟର ଶାରୀରିକ ଶିକ୍ଷା ଶିକ୍ଷକ ସୁଚିତ୍ର ଖଟେଇଙ୍କ ଠାରୁ ସୁଚନା ମିଳିଛି । ଆଜି ସତ୍ୟବାଦୀ ବ୍ଳକର ଜିପିଓ ସୌଭାଗ୍ୟ ରଞ୍ଜନ କର, ଡବ୍ୟୁଇଓ ରଶ୍ମି ରଞ୍ଜନ ସାହୁ ଓ ଏପିଓ ସନ୍ତୋଷ କୁମାର ନାୟକଙ୍କ ସହିତ ବିଭିନ୍ନ ବିଦ୍ୟାଳୟର ଶ୍ରାରୀରିକ ଶିକ୍ଷାଶିକ୍ଷକ, ଶିକ୍ଷୟତ୍ରୀ ମାନଙ୍କ ସହିତ ଖେଳ ଉଦଘାଟନ କରିଥିଲେ । ୨୨ଜଣ ଶାରୀରିକ ଶିକ୍ଷାଶିକ୍ଷକ ଶିକ୍ଷୟତ୍ରୀ ମାନେ ଖେଳ ପରିଚାଳନାରେ ସହଯୋଗ କରିଥିଲେ ।  ସମସ୍ତ ଖେଳରେ ଚମ୍ପିଆନ ଦଳ ଜିଲ୍ଲା ସ୍ତରରେ ଭାଗ ନେବେ ବୋଲି ଜଣାପଡିଛି । 

 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୨/୧୨/୨୦୨୩----୭,୨୦   Sakhigopal News , 22/12/2023

Blog Archive

Popular Posts