Breaking News

ସତ୍ୟବାଦୀରେ ପନ୍ଦର ଗୋଟି ଶାଖା ଡାକଘର ବନ୍ଦ ରହିଲା, ସାତଦଫା ଦାବୀ ନେଇ ଡାକ ସେବକ ମାନେ ଧାରଣା ଦେଲେ

 


ସାକ୍ଷୀଗୋପାଳ---- ସାକ୍ଷୀଗୋପାଳ ଡାକଘର ସମ୍ମୁଖରେ ସାକ୍ଷୀଗୋପାଳରେ ଥିବା ପନ୍ଦରଗୋଟି ଡାକ ସେବକ ମାନେ ସେମାନଙ୍କର ସାତ ଦାବୀ ନେଇ ଧାରଣା ଦେବା ସହ ଆଜି ଠାରୁ  କାର୍ଯ୍ୟ ବନ୍ଦ କରି ଦେଇଛନ୍ତି । ଯାହା ଫଳରେକି ଗ୍ରାମୀ ବା ପଞ୍ଚାୟତ ମାନଙ୍କରେ ଥିବା ଡାକଘର ଗୁଡିକ ଏବେ ଠପ ହୋଇଯାଇଛି ।  ସେ ଗୁଡିକ ହେଲା ସାଣ୍ଢରାହାଟ, ଡାହାଣ, ଅଳଗୁମ, ଓଲ, ବାଲିପଡା, ନୂଆସୋମୋଶ୍ୱରପୁର, ଶୁକଳ, ବୀରଗୋବିନ୍ଦପୁର, ସାରଙ୍ଗଯୋଡି, ବାହ୍ମଣପଡା, ବିଶ୍ୱନାଥପୁର, ରାୟଚକ୍ରଧରପୁର, ବୀରରାମଚନ୍ଦ୍ରପୁର , ଶ୍ରୀରାମଚନ୍ଦ୍ରପୁର ଓ ମୂଳଅଳସା ଡାକ ଘର ଗୁଡିକ ବନ୍ଦ ରହିଛି । ସୁଚନାଯୋଗ୍ୟ ଯେ ସାତ ଦଫା ଦାବି ନେଇ ଅଖିଳ ଭାରତ ଗ୍ରାମୀଣ ଡାକସେବା ସଂଘ ୧୨ ତାରିଖ ଠାରୁ ସମସ୍ତ ଶାଖା ଡାକଘର ଗୁଡିକ ବନ୍ଦ କରିବା ସହ ହରତାଳ କରିବେ ବୋଲି ଆଗରୁ ଜଣାଇଥିଲେ । ମାତ୍ର ସେମାନଙ୍କ ଦାବୀ ପ୍ରତି କେନ୍ଦ୍ର ସରକାର ଅଣଦେଖା କରିବାରୁ ସଂଘର ନିସ୍ପତି ଅନୁଯାୟୀ ସତ୍ୟବାଦୀ ବ୍ଳକରେ ଥିବା ୧୫ ଗୋଟି ଡାକଘର ଏହି ବନ୍ଦ ଡାକରାରେ ସାମିଲ ହୋଇଛନ୍ତି ।  । ଯାହା ଫଳରେକି ଗ୍ରାମୀଣ ଡାକ ସେବା ଅନିଦ୍ଧିଷ୍ଟ କାଳ ପାଇଁ ଠପ ହୋଇଯାଇଛି ବୋଲି ସତ୍ୟବାଦୀ ଡାକ ସେବକ ସଂଘର ସମ୍ପାଦକ ଲକ୍ଷ୍ମୀଧର ପଣ୍ଡାଙ୍କ ଠାରୁ ସୁଚନା ମଳିଛି । ଲୋକମାନେ ଡାକଘର ମାଧ୍ୟମରେ କରୁଥିବା ଟଙ୍କା ଦେଣ ନେଣ ଠପ ହୋଇଯାଇଛି । ସେମାନଙ୍କ ଦାବୀ ମଧ୍ୟରେ ୮ଘଣ୍ଟା କାର୍ଯ୍ୟ ନିର୍ଘଣ୍ଟ ଦାବୀ, ନିୟମିତ କର୍ମଚାରୀଙ୍କ ପରି ପଦୋନ୍ନତୀ, ଅବସରପ୍ରାପ୍ତ କର୍ମଚାରୀ ମାନଙ୍କୁ ପେନସନ ପ୍ରଦାନ, ଗ୍ରାଚ୍ୟୁଟୀ ଓ ଗ୍ରୁଫଇନ୍ସୁରେନ୍ସ ପାଞ୍ଚଲକ୍ଷ ଟଙ୍କା ଦାବୀ, ୧୮୦ ଦିନ କାର୍ଯ୍ୟନିବସ ଛୁଟି ଏନକେସମେଣ୍ଟ, ଟାର୍ଗେଟ ନାମରେ ସେବକ ମାନଙ୍କୁ ମାନସିକ ନିର୍ଯ୍ୟତନା ବନ୍ଦ କରିବା ପାଇଁ ଦାବୀ ଓ ସମାନ କାମକୁ ସମାନ ଦରମା ଦେବାକୁ ଦାବୀ ମଧ୍ୟରେ ରହିଛି । ତୁରନ୍ତ ସେମାନଙ୍କ ଦାବୀ ଗୁଡିକ କେନ୍ଦ୍ର ସରକାର ମାନି ନେବା ପାଇଁ ଦାବୀ ହୋଇଛି ।  ଆନ୍ଦୋଳନକୁ ସହଯୋଗ କରିବା ପାଇଁ ସଂଘର ସଭାପତି ସୁରରଞ୍ଜନ ମହାପାତ୍ର ଜଣସାଧାରଣଙ୍କୁ ନିବଦେନ କରିଛନ୍ତି । 


ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୨/୧୨/୨୦୨୩----୭,୧୦

Blog Archive

Popular Posts