Breaking News

ଧନୁଯାତ୍ରାରେ ଅଭିନୟ କରିବା ପାଇଁ ନିମନ୍ତ୍ରଣ ପତ୍ର ପ୍ରଦାନ


ବରଗଡ଼ --- ବରଗଡ ଜିଲ୍ଲା ଥୁଆପାଲି ଧନୁଯାତ୍ରା ମହୋତ୍ସବ ୨୪ ରେ କମିଟି ପକ୍ଷରୁ ଆଜି ଧନୁଯାତ୍ରାରେ କୃଷ୍ଣ , ବଳରାମ ,ନନ୍ଦରାଜା ଓ ଯଶୋଦା ଚରିତ୍ର ରେ ଅଭିନୟ କରିବା ପାଇଁ ମନୋନୀତ କରାଯାଇଛି।ଗୋପପୁରରେ ନନ୍ଦରାଜା ଓ ଯଶୋଦା ଅଭିନୟ କରିବାପାଇଁ ପୂର୍ଣ୍ଣ ଚନ୍ଦ୍ର ଯୁଆଡି ଓ ତାଙ୍କର ଧର୍ମପତ୍ନୀ ସତ୍ୟବତୀ ଯୁଆଡିଙ୍କୁ ଓ କୃଷ୍ନ, ବଳରାମ ପାଇଁ ସୌମ୍ୟକାନ୍ତ ଦାସ ଓ ରୋଶନ ଶର୍ମାଙ୍କ ଘରକୁ ଯାଇ ରିତିନୀତି ଅନୁସାରେ ପୂଜାର୍ଚ୍ଚନା କରି ପୁଷ୍ପମାଲ୍ୟ ଓ ଉପଢୌକନ ପ୍ରଦାନ କରି ବରଣ କରାଯାଇଥିଲା। ଏହି ସମୟରେ ଥୁଆପାଲି ଧନୁଯାତ୍ରା ମହୋତ୍ସବ କମିଟି ର ସମସ୍ତ ସଦସ୍ୟ, ସଦସ୍ୟା ଓ ଗ୍ରାମ ର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ପ୍ରମୁଖ ଓ ଗ୍ରାମର ଆବାଳ, ବୃଦ୍ଧବନିତା ଉପସ୍ଥିତ ରହି ସହଯୋଗ କରିଥିଲେ।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୩୧/୧୨/୨୦୨୩---୯,୨୫ Sakhigopal News,31/12/2023

Blog Archive

Popular Posts