Breaking News

ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ଗଳିତ ମୃତଦେହ ଉଧାର


ଭଞ୍ଜନଗର  - ତାରାସିଙ୍ଗି ଥାନା ଅନ୍ତର୍ଗତ କୁମୁଟିବଞ୍ଜର ନିକଟସ୍ଥ ପାଲୁଣିପଦା ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ଏକ ଗଳିତ ମୃତଦେହକୁ ଉଧାର କରି ପୋଲିସ । ମୃତକ ର ପରିଚୟ ଜଣାପଡିନଥିବା ବେଳେ , ଏନେଇ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ସୂଚନା ପ୍ରକାରେ ସ୍ଥାନୀୟ ବନବିଭାଗ କର୍ମଚାରୀ ମାନେ ନିକଟସ୍ଥ ଜଙ୍ଗଲରେ ପେଟ୍ରୋଲିଂ କରୁଥିବା ସମୟରେ  ଏକ ଗଛରେ ଜଣେ ବ୍ୟକ୍ତିଙ୍କ ମୃତଶରୀର ଝୁଲିଥିବାର ଦେଖିବାକୁ ପାଇଥିଲେ । ମୃତ ଦେହଟି ସଂପୂର୍ଣ୍ଣ ଭାବେ ଅସ୍ପଷ୍ଟ ରହିଥିବା ବେଳେ ପ୍ରାୟ ସପ୍ତାହ ମଧ୍ୟରେ ଘଟଣା ଘଟିଥିବା ସନ୍ଦେହ କରାଯାଉଛି । ଖବର ପାଇ ତାରାସିଙ୍ଗି ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଗଳିତ ଶବଟିକୁ ଜବତ କରିଥିଲା । ଏନେଇ ଥାନା କେଶ୍ ନମ୍ବର ୨୩/୨୩ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି ପୋଲିସ । ତେବେ ମୃତକ ର ପରିଚୟ ଜଣା ପଡ଼ିନଥିବା ବେଳେ  ଏହା ହତ୍ୟା କି ଆତ୍ମହତ୍ୟା ତାହା ସନ୍ଦେହ ଅବସ୍ଥାରେ ରହିଛି । ପୋଲିସ୍ ର ତଦନ୍ତ ଏବଂ ବ୍ୟବଛେଦ ରିପୋର୍ଟ ଆସିବା ପରେ ଘଟଣା ସଂକ୍ରାନ୍ତରେ ସ୍ପଷ୍ଟ ହେବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୩/୧୨/୨୦୨୩----୮,୧୦ Sakhigopal News,13/12/2023

Blog Archive

Popular Posts