ଆସନ୍ତା ଦିନରେ ଭଞ୍ଜନଗର ନିର୍ବାଚନ ମଣ୍ଡଳୀକୁ ୧ ନମ୍ବର କରିବା : ଭି କେ ପାଣ୍ଡିଆନ
ଭଞ୍ଜନଗର - ଦୁଇ ଦିନିଆ ଗଞ୍ଜାମ ଜିଲ୍ଲା ଗସ୍ତର ଦ୍ବିତୀୟ ଦିନର ଶେଷ ପର୍ଯ୍ୟାୟରେ ଭଞ୍ଜନଗର ବିଧାନସଭା ନିର୍ବାଚନ ମଣ୍ଡଳୀ ର କୁଲାଡ଼ ଠାରେ ପହଞ୍ଚିଥିଲେ ୫ ଟି ଅଧ୍ୟକ୍ଷ ଭି. କେ ପାଣ୍ଡିଆନ୍ । କୁଲାଡ଼ ଠାରେ ପହଞ୍ଚିବା ପରେ ସ୍ଥାନୀୟ ବିଧାୟକ ତଥା ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଶୁଭେଚ୍ଛା ଜଣାଇଥିଲେ । ସ୍ଥାନୀୟ ମା’ ବ୍ୟାଘ୍ରଦେବୀ ମନ୍ଦିର ଓ ଜଗନ୍ନାଥ ମନ୍ଦିରକୁ ଯାଇ ଦର୍ଶନ କରିବା ସହ କୁଲାଡ଼ ଠାରେ ଆୟୋଜିତ ସାଧାରଣ ସଭାରେ ଶ୍ରୀ ପାଣ୍ଡିଆନ ଉଦବୋଧନ ଦେଇଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଭିନ୍ନ ବିକାଶ ମୂଳକ ଚିନ୍ତାଧାରା ଓ ସ୍ଥାନୀୟ ବିଧାୟକ ତଥା ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଙ୍କ ତତ୍ବାବଧାନରେ ଭଞ୍ଜନଗର ଅଞ୍ଚଳରେ ହୋଇଥିବା ବିକାଶମୂଳକ କାର୍ଯ୍ୟକୁ ପ୍ରଶଂସା କରିଥିଲେ । ଏହାସହ କୁଲାଡ଼ ଜଗନ୍ନାଥ ମନ୍ଦିର ଓ ମା’ ବାଗଦେବୀ ମନ୍ଦିରର ଉନ୍ନତିକରଣ ପାଇଁ ହୋଇଥିବା ୧ କୋଟି ୮୮ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିବା ସହ ସମସ୍ତ କାର୍ଯ୍ୟର ସୁପରିଚାଳନା ଉପରେ ଗୁରୁତ୍ୱାରୋପ କରିଥିଲେ ଶ୍ରୀ ପାଣ୍ଡିଆନ୍ । ଆୟୋଜିତ ସଭାରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଙ୍କ ଦ୍ବାରା ପୁରୀ ଶ୍ରୀମନ୍ଦିର , ମା' ତାରାତାରିଣୀ ମନ୍ଦିର , ହରିଶଙ୍କର , ମା' ସମଲେଶ୍ଵରୀ , ଆଖଣ୍ଡଳମଣି ପ୍ରଭୃତି ମନ୍ଦିର ର ରୂପାନ୍ତରୀକରଣ କରାଯାଇଥିବା କହିଥିଲେ । ଏହାସହ ମେଗା ଜଳ ଯୋଗାଣ ପ୍ରକଳ୍ପ ଜରିଆରେ ହଜାରେ ୯୦୦ କୋଟି ଟଙ୍କା ବ୍ୟୟ ଅଟକଳରେ ମହାନଦୀ ଜଳ ଯୋଗାଣ ନେଇ ଘୋଷଣା କରିବା ସହ ଏହାର କାର୍ଯ୍ୟ ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ଙ୍କ ଦ୍ବାରା ,ପ୍ରତି ପଞ୍ଚାୟତରେ ମୋ ବ୍ୟାଙ୍କ ବ୍ୟବସ୍ଥା ଆରମ୍ଭ ହୋଇଛି । ଆସନ୍ତା ଦୁଇମାସ ମଧ୍ୟରେ ପ୍ରତି ପଞ୍ଚାୟତରେ "ଆମ ବ୍ୟାଙ୍କ" ବ୍ୟବସ୍ଥା ଆରମ୍ଭ ହେବ ବୋଲି କହିଥିଲେ । ଏହା ବ୍ୟତୀତ ଓଡ଼ିଶାରେ ୫ ଟି ଜିଲ୍ଲାରେ ଲକ୍ଷ୍ମୀ ବସ୍ ବ୍ୟବସ୍ଥା ଆରମ୍ଭ ହୋଇଥିବା ବେଳେ , ଆସନ୍ତା ଫେବୃୟାରୀ ପ୍ରଥମ ସପ୍ତାହରେ ଗଂଜାମ ଜିଲ୍ଲାରେ ଗଡିବ ଲକ୍ଷ୍ମୀ ବସ୍ । ଏଥିରେ ମହିଳା ମାନଙ୍କ ପାଇଁ ଟିକଟ୍ ମୂଲ୍ୟ ୫ ଟଙ୍କା ରହିଥିବା କହିଥିଲେ । ଏହାସହ ଭଞ୍ଜନଗର ନିର୍ବାଚନ ମଣ୍ଡଳୀ ବାସୀ , ସ୍ଥାନୀୟ ବିଧାୟକ ତଥା ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଙ୍କ ଭଳି ଜଣେ ଦକ୍ଷ ଜନପ୍ରତିନିଧି ପାଇଛନ୍ତି । ଏଣୁ ଆସନ୍ତା ଦିନରେ ନିର୍ବାଚନ ମଣ୍ଡଳୀର ବିକାଶ ପାଇଁ ଯାହା ଆବଶ୍ୟକ ହେବ , ସେଥିପାଇଁ ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ସ୍ଥାନୀୟ ବିଧାୟକ ବିକ୍ରମ କେଶରୀ ଆରୁଖ ଙ୍କ ଜରିଆରେ ତ୍ବରାନ୍ବିତ ହେବ । ଏହାସହ ଆସନ୍ତା ଦିନରେ ନିର୍ବାଚନ ମଣ୍ଡଳୀ କୁ ୧ ନମ୍ବର କରିବାକୁ ଆହ୍ବାନ ଦେଇଥିଲେ ଶ୍ରୀ ପାଣ୍ଡିଆନ୍ । ଆୟୋଜିତ କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ ଆରୁଖ ଙ୍କ ସମେତ ଜିଲ୍ଲା ବିଜେଡି ସଭାପତି ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ଏବଂ ସ୍ଥାନୀୟ ବହୁ ଜନପ୍ରତିନିଧି ଏବଂ ପ୍ରାୟ ୩ ହଜାର ରୁ ଉର୍ଦ୍ଧ୍ବ ଜନସାଧାରଣ ଯୋଗଦେଇଥିଲେ ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୮/୧୨/୨୦୨୩-----୮,୫୦ Sakhigopal News 18/12/2023
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୮/୧୨/୨୦୨୩-----୮,୫୦ Sakhigopal News 18/12/2023