ରୂପାପାଲି ଠାରେ ଜୟ ମା ତାରିଣୀଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଳିତ
ବରଗଡ଼ ---- ବରଗଡ ଜିଲ୍ଲା ଲୁପୁରସିଂହା ପଞ୍ଚାୟତ ର ରୂପାପାଲି ଠାରେ ଜୟ ମା ତାରିଣୀ ମନ୍ଦିର ଉତ୍ସବ ତିନି ଦିନ ଧରି ମହାସମାରୋହରେ ପାଳିତ ହୋଇଯାଇଛି। ଶହଶହ ସଂଖ୍ୟାରେ ମହିଳା ଓ ପୁରୁଷମାନେ ମିଳିତ ଭାବେ କଳସ ଯଜ୍ଞ ମଣ୍ଡପ ସ୍ଥାପନ ହୋଇଥିଲା। ଏଥିରେ ପୁରୋହିତ ଭାବରେ ପଣ୍ଡିତ ଦିଲିପ ଶତପଥୀ, ମାଧବ ଚନ୍ଦ୍ର ମହାପାତ୍ର, ଭୁବନ, ମାନଭଞ୍ଜନ ପ୍ରମୁଖ ପୂଜାର୍ଚ୍ଚନା କରିଥିଲେ। ଚଣ୍ଡୀପାଠ, ବିଗ୍ରହ ପ୍ରତିଷ୍ଠା କରାଯାଇଥିଲା। ଏହି ମନ୍ଦିର ପ୍ରତିଷ୍ଠା ପାଇଁ ଓଡିଶା ସରକାରଙ୍କ ତରଫରୁ ୪ ଲକ୍ଷ ଟଙ୍କା ୫ଟି ଯୋଜନାରେ ମିଳିଥିଲା। ଏଥିରେ ମୁଖ୍ୟ କର୍ତ୍ତା ଭାବେ ଶେଷାନତ ମେହେର ଓ ଧର୍ମପତ୍ନୀ ପଦ୍ମା ମେହେର ସହିତ ୧୬ ଜଣ ସପତ୍ନିକ ଦାଇତ୍ବ ତୁଲାଇଥିଲେ। ଏହି ଅବସରରେ ଜଳନ୍ଧର ବଧ ଅନୁଷ୍ଠିତ ହୋଇଯାଇଛି।ଏଥିରେ ଜଳନ୍ଧର ଭାବେ ସୋନପୁର ଜିଲ୍ଲାର ପ୍ରଫୁଲ ମେହେର ଓ ସାଥୀ ଅଭିନୟ କରିଥିଲେ । ତାଙ୍କର ଅଭିନୟ ଉଚ୍ଚ କୋଟୀର ହୋଇଥିଲା। ଏହି ଜଳନ୍ଧର ଦରବାର ର ଉଦଯାପନୀ ଉତ୍ସବକୁ ସଂଯୋଜନା କରିଥିଲେ ରୁଦ୍ରଦେବ ଦାଶ। ମୁଖ୍ୟ ଅତିଥି ଭାବରେ ପୂର୍ବତନ ମନ୍ତ୍ରୀ ତଥା ଅତାବିରା ବିଧାୟିକା ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ, ସମ୍ମାନିତ ଅତିଥି ଭାବେ ଲୁପୁରସିଂହା ସରପଞ୍ଚ ପ୍ରତାପ ହୋତା, ସମିତି ସଭ୍ୟ ଆନନ୍ଦ କର୍ମୀ, ଭେଡେନ ପେକ୍ସ ସଭାପତି ହରିଶଙ୍କର ବେହେରା,ପୂର୍ବତନ ସରପଞ୍ଚ ସୁଶାନ୍ତ ସାହୁ, ଶେଷାନତ ମେହେର, ପ୍ରଶାନ୍ତ ମେହେର, ଭରତ ମେହେର, ସଦାଶିବ ନାଗ, ଯୋଗେଶ୍ବର ନାଗ, ଗଜାନନ ବାଗ, ପ୍ରଫୁଲ ମେହେର ଶାନ୍ତନୁ ନାୟକ ସ୍ଵତନ୍ତ୍ର ଅତିଥି ଭାବେ ମନ୍ଦିର କମିଟିର ମୁଖ୍ୟ ଗୌରାଙ୍ଗ ମେହେରଙ୍କୁ ପୁଷ୍ପମାଲ୍ୟ ଓ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା। ପରିଶେଷରେ ମନ୍ଦିର ପ୍ରତିଷ୍ଠା ମୁଖ୍ୟକର୍ତ୍ତା ଶେଷାନତ ମେହେର ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଗ୍ରାମର ଆବାଳ ବୃଦ୍ଧ ବନିତା ସାମିଲି ହୋଇଥିଲେ । ଗ୍ରାମର ସମସ୍ତ ଘର ସମ୍ମୁଖ ରେ କଳସ ସ୍ଥାପନ ହୋଇଥିଲା । ଏହି ଅବସରରେ ଗ୍ରାମର ୧୦୦ ଯୁବକ, ଯୁବତୀ ସ୍ଵେଚ୍ଛାସେବୀ ପ୍ରତିଷ୍ଠା ଉତ୍ସବ ରେ ସହଯୋଗ କରିଥିଲେ। ସମସ୍ତ ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କ ପାଇଁ ଅନ୍ନପ୍ରସାଦ ବ୍ୟବସ୍ଥା କରାଯାଇଥିଲା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ, ୨୩/୧୨/୨୦୨୩----୮,୨୫ Sakhigopal News,23/12/2023