Breaking News

ଜିଲ୍ଲାସ୍ତରୀୟ ସମାଜସେବୀ ସଂଘ" ର ବନ୍ଧୁ ମିଳନ ୨୦୨୩ ଅନୁଷ୍ଠିତ ହୋଇଯାଇଛି


ବରଗଡ଼ ----
ବରଗଡ ଜିଲ୍ଲା ର ଗ୍ରାମାଞ୍ଚଳ, ସହରାଞ୍ଚଳରେ ଥିବା ଅନୁଷ୍ଠାନ ମାନଙ୍କର ପରିଚିତ ହେବା ଓ ମିଳିମିଶି ବିଭିନ୍ନ ସମସ୍ୟାର ସମାଧାନ ହୋଇ ପାରିବ ବୋଲି ଆଲୋଚନା ହୋଇଥିଲା। ବରଗଡ ଜିଲ୍ଲା ର ୪୨ଟି ସ୍ଵେଚ୍ଛାସେବୀ ଅନୁଷ୍ଠାନ କାର୍ଯ୍ୟକ୍ରମ ରେ ଅଂଶଗ୍ରହଣ କରି ନିଜସ୍ବ ଅଭିଜ୍ଞତା ହାସଲ କରିବା ଥିବା  ବକ୍ତବ୍ୟ ପ୍ରଦାନ କରିଥିଲେ। ଏଥିରେ ମୁଖ୍ୟ ଅତିଥି  ସମାଜସେବୀ ଗୀତା ମିଶ୍ର( ମାମା) ଯୋଗ ଦେଇ ସମାଜସେବା କ୍ଷେତ୍ରରେ ନିଜର ୩୬ ବର୍ଷ ର ଅଭିଜ୍ଞତା ବିସ୍ତୃତ ବର୍ଣ୍ଣନା କରି ଥିଲେ। ସମ୍ମାନିତ ଅତିଥି ଭାବେ ବରଗଡ ଜିଲ୍ଲା ପରିଷଦ ଅଧ୍ୟକ୍ଷା ମାନୀନୀ ଭୋଇ, ଜିଲ୍ଲା ବିଜେପି ସଭାପତି ଅଶ୍ଵିନୀ ଷଡଙ୍ଗୀ, ସମାଜସେବୀ ପାଣ୍ଡବ କର୍ଣ୍ଣ,ସମାଜସେବୀ ପ୍ରୀତମ ସିଂ, ସମାଜସେବୀ କବି ମହାରଣା,ସମାଜସେବୀ ଦିଲିପ ସାୱଡିଆ, ସମାଜସେବୀ ଏ ଇ ଏମ ବିଦ୍ୟାଳୟର ଅଧ୍ୟକ୍ଷ ଯଶବୀର ସିଂ ସାଇନୀ ଯୋଗ ଦେଇ ସମାଜସେବା କ୍ଷେତ୍ରର ଅଭିଜ୍ଞତା ବର୍ଣ୍ଣନା କରି ଥିଲେ। ଏହି ସମୟରେ ଜଣେ ଭିନ୍ନକ୍ଷମ ଭାଇଙ୍କୁ ମଧ୍ୟ ସମ୍ମାନୀତ କରାଯାଇଥିଲା । ଉପସ୍ଥିତ ରହିଥିବା ବିଭିନ୍ନ ଅନୁଷ୍ଠାନ ତଥା ସମାଜସେବୀ ର କର୍ମକର୍ତ୍ତା, ଭାଇ ଭଉଣୀ ମାନଙ୍କୁ ଫୁଲତୋଡା, ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ମାନିତ କରାଯାଇଥିଲା। ଏହି ବନ୍ଧୁ ମିଳନ କାର୍ଯ୍ଯକ୍ରମ କୁ ବରଗଡ ଜିଲ୍ଲା ସମାଜସେବୀ ସଂଘର ପ୍ରତିଷ୍ଠାତା ସଦସ୍ୟ ଦୁର୍ଗା ବନ୍ଧୁ ମିଳନ ଉଦ୍ଦେଶ୍ୟ ଓ ବାର୍ତ୍ତା ଦେଇଥିଲେ। ଏହି କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ବରଗଡ ଜିଲ୍ଲା ସମାଜସେବୀ ସଂଘର ସକ୍ରୀୟ ସଦସ୍ଯ ବିଭୁତି ଦୀପ ଓ ଜିଲ୍ଲା ସମାଜସେବୀ ସଂଘର ସମସ୍ତ ସଦସ୍ୟ ସଦସ୍ୟା ମାନେ ଉପସ୍ଥିତ ରହି ସଭା କୁ ସାଫଲ୍ୟ ମଣ୍ଡିତ କରିଥିଲେ। ପରିଶେଷରେ ଜିଲ୍ଲା ସମାଜସେବୀ ସଂଘ ର ପ୍ରତିଷ୍ଠାତା ସଦସ୍ୟ ବଳିଷ୍ଠ ଦୁର୍ଗା ଧନ୍ୟବାଦ ଅର୍ପଣ କରିଥିଲେ।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୨୭/୧୨/୨୦୨୩---୮,୨୫ Sakhigopal News,27/12/2023

Blog Archive

Popular Posts