ମା ଚର୍ଚ୍ଚିକା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ, ସମଙ୍ଗ କ୍ରିକେଟ କ୍ଳବ୍ ଚମ୍ପିୟାନ
ସାକ୍ଷୀଗୋପାଳ ---- ସତ୍ଯବାଦୀ ବ୍ଲକ ଅନ୍ତର୍ଗତ ବିଦ୍ଯାଧରପୁର ଗ୍ରାମରେ ଚାଲିଥିବା ମା ଚର୍ଚିକା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଶୁକ୍ରବାର ଅପରାହ୍ନରେ ଉଦଯାପିତ ହୋଇଯାଇଛି । ଗ୍ରାମ ଖେଳପଡ଼ିଆରେ ଏହି ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଭିନ୍ନ ଅଞ୍ଚଳର ୧୬ ଟି କ୍ରିକେଟ ଦଳ ଅଂଶ ଗ୍ରହଣ କରିଥିଲେ । ଫାଇନାଲ ମ୍ୟାଚ ବ୍ରହ୍ମଗିରି ବ୍ଳକର ସମଙ୍ଗ କ୍ରିକେଟ କ୍ଳବ୍ ସହିତ ସତ୍ଯବାଦୀ ବ୍ଲକର ଵୀରରାମଚନ୍ଦ୍ରପୁର କ୍ରିକେଟ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଟଚ୍ ଜିତି ପ୍ରଥମେ ସମଙ୍ଗ କ୍ରିକେଟ କ୍ଳବ୍ ୧୬ଓଭରରେ ୭ଉଇକେଟ ହରାଇ ୨୩୬ ରନ କରିଥିଲେ। ଜବାବରେ ୧୬ଓଭରରେ ସମସ୍ତ ଉଇକେଟ ହରାଇ ୧୫୧ରନ କରି ରନସଅଫ ହୋଇଥିଲା।
ଉଦଯାପନୀ ଉତ୍ସବରେ କ୍ରିଡା ଓ ଯୁବବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା ,ସତ୍ଯବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ, ପଞ୍ଚାୟତ ସମିତି ଅଧ୍ଯକ୍ଷ ସୁନିଲ କୁମାର ପଣ୍ଡା ଅତିଥି ଭାବେ ଯୋଗଦାନ କରି ବିଜୟୀ ଦଳକୁ ଓ ରନର୍ସ ଅଫ ଦଳକୁ ଟ୍ରଫି ପ୍ରଦାନ କରିଥିଲେ । ମା ଚର୍ଚ୍ଚିକା ସ୍ପୋର୍ଟିଂ କ୍ଲବ ପକ୍ଷରୁ ୨୪ ବର୍ଷ ଧରି ଏହି କ୍ରିଡା ଉତ୍ସବ ଏଠାରେ କରାଯାଇ ଆସୁଛି । ସରପଞ୍ଚ ଦୁଶାସନ ପ୍ରଧାନ ଅତିଥି ପରିଚୟ ପ୍ରଦାନ କରିବା ସହିତ ମଞ୍ଚ ପରିଚାଳନା କରିଥିଲେ । ସମିତି ସଭ୍ଯ ପ୍ରଫୁଲ ପ୍ରଧାନ ସଂଯୋଜନା କରିଥିଲେ । ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୯/୧୨/୨୦୨୩----୭,୧୦ Sakhigopal News,29/10/2023