Breaking News

ଡିଏଭି ବିଦ୍ୟାଳୟରେ ଅଙ୍କ ଦିବସ ପାଳନ



ଭଞ୍ଜନଗର-- ଶୁକ୍ରବାର ଦିନ ଡିଏଭି ପିଟି ଏସ ଆର ପବ୍ଲିକ ସ୍କୁଲ ଭଞ୍ଜନଗର ପରିସରରେ  ମହାନ ଗଣିତଜ୍ଞ ରାମାନୁଜନ ଙ୍କ ଜନ୍ମଜୟନ୍ତୀ ପାଳନ କରାଯାଇଛି। ଗଣିତ ଶାସ୍ତ୍ରରେ ରାମାନୁଜନଙ୍କ ଅବଦାନ ଚିରସ୍ମରଣୀୟ। ତାଙ୍କ ଜନ୍ମ ଦିନକୁ ଅଙ୍କ ଦିବସରୂପେ ଭାରତରେ ପାଳନ କରାଯାଇଥାଏ। ଡିଏଭି ବିଦ୍ୟାଳୟ ଭଞ୍ଜନଗରରେ ଏ ସମ୍ବନ୍ଧରେ ଏକ କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା। ବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀ ବାସୁଦେବ ପାଣିଗ୍ରାହୀ ବେଦୋକ୍ତ ମନ୍ତ୍ରରେ ଦୀପ ପ୍ରଜ୍ବଳନ କରି ରାମାନୁଜନଙ୍କ ଫଟୋଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ବିଦ୍ୟାଳୟ ର ବରିଷ୍ଠ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଦ୍ଵାରା ଶ୍ରଦ୍ଧା ସୁମନ ଅର୍ପଣ କରାଯାଇ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ବିଦ୍ୟାଳୟ ର ଗଣିତ ଶିକ୍ଷକ ଶ୍ରୀ ମନୋରଞ୍ଜନ ମିଶ୍ର  ଏହି କାର୍ଯ୍ୟକ୍ରମର ପରିଚାଳନା କରିଥିଲେ। ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ରାମାନୁଜନଙ୍କ ଆଦର୍ଶ ଓ ଗଣିତରେ ଅବଦାନ କୁ ମନେପକାଇ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। ବିଦ୍ୟାଳୟରେ ଗଣିତ କୁଇଜ୍ ପ୍ରତିଯୋଗିତା କରାଯାଇ କୃତି ଶିକ୍ଷାର୍ଥୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା।  ପରିଶେଷରେ ଶ୍ରୀ ପ୍ରବୀଣ କୁମାର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ବିଦ୍ୟାଳୟ ର ଗଣିତ ବିଭାଗ ତରଫରୁ ଏହି କାର୍ଯ୍ୟକ୍ରମ କରାଯାଇଥିଲା।ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ନିଜର ସହଯୋଗ ପ୍ରଦାନ କରିଥିଲେ। ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୨/୧୨/୨୦୨୩---୮,୩୫ Sakhigopal News,22/12/2023

Blog Archive

Popular Posts