Breaking News

ସାକ୍ଷୀଗୋପାଳ ମନ୍ଦିର ପରିସରରେ ଥିବା ମଦନମୋହନ ମନ୍ଦିରରୁ ଚୋରି ; ଛଅଘଣ୍ଟା ମଧ୍ୟରେ ଚୋରି ସାମଗ୍ରୀ ଉଦ୍ଧାର , ସାକ୍ଷୀଗୋପାଳ ପୋଲିସକୁ ବଡ ସଫଳତା



  ସାକ୍ଷୀଗୋପାଳ ----- ସାକ୍ଷୀଗୋପିନାଥ ଦେବଙ୍କ ମନ୍ଦିରର ଦକ୍ଷିଣଦ୍ୱାର ନିକଟରେ ଥିବା ଚଳନ୍ତି ପ୍ରତିମା ମଦନମୋହନଙ୍କ ମନ୍ଦିରରୁ ଚୋରି ହୋଇଯାଇଥିଲା । ମାତ୍ର ସତ୍ୟବାଦୀ ପୋଲିସ ବିଭିନ୍ନ ଦିଗରୁ ତଦନ୍ତ କରି ଚୋରି ହେବାର ଛଅ ଘଣ୍ଟା ମଧ୍ୟରେ ଚୋରି ହୋଇଥିବା ଠାକୁରଙ୍କ ସୁନା ଅଳଙ୍କାର ସହିତ ନଗଦ ଟଙ୍କା ଜବତ କରିବା ସହ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସତ୍ୟବାଦୀ ପୋଲିସ ସଫଳତା ପାଇଛି । ଯାହାକୁ ନେଇ ସତ୍ୟବାଦୀ ପୋଲିସ ଏବେ ଜଣସାଧାରଣଙ୍କର ବିଶ୍ୱାସଭାଜନ ହୋଇ ପାରିଛି । ଜନସାଧାରଣରେ ସତ୍ୟବାଦୀ ପୋଲିସକୁ ପ୍ରଶଂସା ମିଳିଛି । ସୁଚନାଯୋଗ୍ୟ ଯେ ଶନିବାର ବିଳମ୍ବିତ ରାତିରେ ସାକ୍ଷୀଗୋପିନାଥ ଦେବଙ୍କ ମନ୍ଦିର ପରିସରରେ ଥିବା ମଦନମୋହନ ଦେବଙ୍କ ମନ୍ଦିର କବାଟରେ ପଡିଥିବା କୋଲପ ଭାଙ୍ଗି ସୁନା ଅଳଙ୍କାର ସହିତ ଦାନବକ୍ସରେ ଥବା ଟଙ୍କା ଦୁର୍ବତ୍ତ ମାନେ ଲୁଟି ନେଇଥିଲେ । ଏହା ସହିତ ମନ୍ଦିର ସୁପରଭାଇଜରଙ୍କ କାର୍ଯ୍ୟାଳୟର କବାଟ ଚାବି ଭାଙ୍ଗି ସେଠାରୁ ସିସିଟିଭି ମନିଟର ଓ ଆହୁଜା ମେସିନ ଓ ଘଣ୍ଟି ଚୋରି କରିଥିବା ଜଣାପଡିଛି । ଠାକୁରଙ୍କ ପହିଲିଭୋଗ ନୀତି ହେଉଥିବାରୁ ରାତି ୩ଟାରେ ମନ୍ଦିର ଫିଟା ନୀତି କରିବା ପାଇଁ ସେବାୟତ ମାନେ ଆସିବା ସମୟରେ ମଦନମୋହନଙ୍କ ମନ୍ଦିର କବାଟ ଭଙ୍ଗା ଯାଇଛି ଏବଂ ସୁପରଭାଇଜରଙ୍କ କାର୍ଯ୍ୟାଳୟ ଦ୍ୱାର ଖୋଲା ହୋଇଛି ସେବାୟତ ମାନେ ଦେଖିଥିଲେ । ଏହା ଜଣାପଡିବା ପରେ ସେବାୟତ ମାନେ ତୁରନ୍ତ ସାକ୍ଷୀଗୋପାଳ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ବିଶ୍ୱବାସି ତ୍ରିପାଠୀଙ୍କୁ ଫୋନ ଯୋଗ ଜଣାଇଥିଲେ । ଖବର ପାଇ ଶ୍ରୀ ତ୍ରିପାଠୀ ମନ୍ଦିରରେ ପହଞ୍ଚି ସଙ୍ଗେ ସଙ୍ଗେ ସତ୍ଥାଯବାଦୀ ଥାନା ଅଧିକାରୀ ବିଜୟ କେତନ ବେହେରା ଓ ଏସଡିପିଓ ବିରଞ୍ଚି ନାରାୟଣ ପତିଙ୍କୁ ଏହି ଖବର ଦେଇଥିଲେ । ଖବର ପାଇ  ସତ୍ୟବାଦୀ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରି ଦେଇଥିଲା । ଏହି ଖବର ପାଇ ପୁରୀ ଅତିରିକ୍ତ ଏସପି ବିଷ୍ଠୁ ପ୍ରସାଦ ପତି ସାକ୍ଷୀଗୋପାଳ ମନ୍ଦିରରେ ପହଞ୍ଚି ତଦନ୍ତକୁ ଜୋରସୋର କରିଥିଲେ । ଏବଂ ଦୁଇଟି ତଦନ୍ତ କାରୀ ଟିମ ଗଠନ କରି ଗୋଟିଏ ଟିମ ସନ୍ଦାନୀ କୁକୁର ସହିତ ତଦନ୍ତ କରୁଥିିଲେ । ଅନ୍ୟ ଟିମଟି  ସତ୍ୟବାଦୀ ଥାନାରେ ଆଗରୁ ବିଭିନ୍ନ କେସରେ ଜଡିତ ବା ମନ୍ଦିର ଚୋରି ସହିତ ସପୁକ୍ତ ଅଭିଯୁକ୍ତ ମାନଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ କରିବା ସହ ସେମାନଙ୍କୁ ଠାବ କରିବା ଆରମ୍ଭ କରିଦେଇଥିଲା । ଶେଷରେ ସତ୍ୟବାଦୀ ପୋଲିସକୁ ସଫଳତା ମିଳିଥିଲା । ସତ୍ୟବାଦୀ ପୋଲିସ ଦୁଇଜଣ ଯୁବକଙ୍କୁ ଗିରଫ କରି ଚୋରୀ ହୋଇଥିବା ଠାକୁରଙ୍କ ୨୦୮ ଗ୍ରାମ ସୁନା ଅଳଙ୍କାର ସହିତ ନଗଦ ୬୭,୧୧୦ ଟଙ୍କା ଓ ଦୁଇଟି ଘଣ୍ଟି, ଗୋଟିଏ ଆହୁଜା ମେସିନ, ସିସିଟିଭି ମନିଟର, କେତଟି ବ୍ୟାଙ୍କ ଚେକ , ଏକ ଅଟୋ ରହିଛି । ଯାହାର ନମ୍ବର ହେଉଛିଓଡି- ୦୨-ସିଏଲ-୨୦୯୧ ବୋଲି  ପୋଲିସ ଜବତ କରିଥିବା ନେଇ ସାମ୍ବାଦିକ ସମ୍ମଳନୀରେ ଅତିରିକ୍ତ ଏସପି ଶ୍ରୀ ପତି କହିଥିଲେ । ଗିରଫ ହୋଇଥିବା ଯୁବକ ହେଲେ ଶ୍ରୀଧର ( ଲିପା) ମିଶ୍ର ( ୩୨) ବିଶ୍ୱନାଥପୁର ଗ୍ରାମର ହୋଇଥିବା ବେଳେ ଅନ୍ୟ ଜଣେ ହେଲେ ସତ୍ୟବାଦୀ ଥାନା ଅନ୍ତର୍ଗତ ବାଲିସାହି ଗ୍ରାମର ମୁନାମିଶ୍ର (୨୩) ବୋଲି ଜଣାପଡିଛି । ସତ୍ôୟାଦୀ ଥାନା କେସନଂ-୪୨୮ରେ ଏକ ମାମଲା ରୁଜ କରାଯାଇ ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥବା ଜଣାପଡିଛି । ଅନ୍ୟ ପକ୍ଷେ ଜଣାପଡିଛି ଯେ ଶ୍ରୀଧର ମିଶ୍ରଙ୍କ ନାମରେ ସତ୍ୟବାଦୀ ଥାନାରେ ୮ଟି ମାମଲା ରହିଥିବା ବେଳେମୁନା ମିଶ୍ରଙ୍କ ନାମରେ ୩ଟି ମାମଲା ରହିଛବୋଲି ଅତିରିକ୍ତ ଏସପି କହିଛନ୍ତି । ସାକ୍ଷୀଗୋପାଳ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ବିଶ୍ୱବାସି ତ୍ରିପାଠୀଙ୍କ ଅଭିଯୋଗ କ୍ରମେ ମାମଲା ରୁଜ କରାଯାଇଛି । ଚୋରୀ ହୋଇଥିବା ସୁନା ଅଳଙ୍କାର ମଧ୍ୟରେ ସୁନାର ପାଉଁଜି ଏକହଳ, କାନଫୁଲ, ଚାପସରି, କଙ୍କଣ, ବାହୁଟି, ମକୁଟ ରହିଛି ।  ମାତ୍ର ସତ୍ୟବାଦୀ ଥାନା ଅଧିକାରୀ ଶ୍ରୀ ବେହେରା ଅତି ଚତୁରତା ସହିତ ଏହି ଚୋରୀ ଘଟଣାର ଫର୍ଦ୍ଦାଫାସ କରିଥିବାରୁ ଅତିରିକ୍ତ ଏସପିଙ୍କ ସହିତ ସେବାୟତ ଓ ସତ୍ୟବାଦୀ ଜଣସାଧାରଣ ପୋଲିସକୁ ସାଧୁବାଦ ଜଣାଇଛନ୍ତି । ଏହା ପରଠାରୁ ସତ୍ୟବାଦୀ ପୋଲିସ ରାତ୍ର କାଳୀପ ପ୍ରାଟୋଲିଙ୍ଗିକୁ କଡା କଡି କରିବା ସହ ମନ୍ଦିରରେ ଥିବା ରାତ୍ର ଜଗୁଆଳି ମାନଙ୍କ ପ୍ରତି ନଜର ଦେବ ବୋଲି ଅତିରିକ୍ତ ଏସପି କହିଛନ୍ତି । ସାକ୍ଷାଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୭/୧୨/୨୦୨୩---୯.୨୫   Sakhigopal News,17/12/2023

Blog Archive

Popular Posts