ପୋଖରୀରେ ବୁଡି ବୃଦ୍ଧାଙ୍କ ମୃତ୍ୟୁ
ଭଞ୍ଜନଗର - ଗାଧୋଇବାକୁ ଯାଇଥିବା ବେଳେ ପୋଖରୀରେ ବୁଡି ବୃଦ୍ଧାଙ୍କ ମୃତ୍ୟୁ ହୋଇଯାଇଛି । ଭଂଜନଗର ଥାନା ଅନ୍ତର୍ଗତ ମୁଦୁଲିପଲ୍ଲୀ ଗାଁ ନିକଟରେ ଘଟିଛି ଏଭଳି ଘଟଣା । ମୃତକ ହେଲେ ସେହି ଗାଁ ର କୁମାରୀ ନାୟକ (୫୮) । ରବିବାର ପୂର୍ବାହ୍ନରେ ମୁଦୁଲିପଲ୍ଲୀ ଗାଁ ମୁଖ୍ୟ ରାସ୍ତା କଡ଼ରେ ଥିବା ପୋଖରୀ କୁ ଗାଧୋଇବା ପାଇଁ ଯାଇଥିଲେ କୁମାରୀ । ସେଠାରେ ଗାଧୋଇବା ସମୟରେ ଅସାବଧାନତା ବଶତଃ ଗୋଡ଼ ଖସି ଯିବାରୁ ସେ ପାଣିରେ ବୁଡି ଯାଇଥିଲେ । କିଛି ସମୟ ପରେ ସେ ପାଣିରେ ଭାସୁଥିବା ବେଳେ ସ୍ଥାନୀୟ ଲୋକେ ତାଙ୍କୁ ଉଧାର କରି ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ମୃତ କୁମାରୀଙ୍କ ସ୍ବାମୀ ଲଡୁକିଶୋର ନାୟକ ଭଞ୍ଜନଗର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଭଞ୍ଜନଗର ପୋଲିସ ମେଡିକାଲରେ ପହଞ୍ଚି ମୃତ ଦେହକୁ ଜବତ କରି ବ୍ୟବଛେଦ କରାଇଥିଲେ । ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଛି ପୋଲିସ । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୦/୧୨/୨୦୨୩---୮,୫୫ Sakhigopal News,10/12/2023