Breaking News

ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟରେ "ବୀର ଶିଶୁ ଦିବସ" ପାଳିତ




ଭଞ୍ଜନଗର - ଭଞ୍ଜନଗର ସ୍ଥିତ କେନ୍ଦ୍ରୀୟ  ବିଦ୍ୟାଳୟ ଠାରେ "ବୀର ଶିଶୁ ଦିବସ" ପାଳିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟ  ପରିସରରେ ସ୍ବତନ୍ତ୍ର ପ୍ରାର୍ଥନା ସଭାର ଆୟୋଜନ କରାଯାଇଥିଲା । ଶିଖ୍ ମାନଙ୍କର ଦଶମ ଗୁରୁ ଗୋବିନ୍ଦ ସିଂଙ୍କର ଦୁଇ ପୁତ୍ର ସାହେବଜାଦା ଜୋରାବର୍ ସିଂ ଏବଂ ସାହେବଜାଦା ଫତେ ସିଂ ଙ୍କର ବଳିଦାନକୁ ମନେ ପକାଯାଇଥିଲା । ଏବଂ ଏକ ଚଳଚ୍ଚିତ୍ର ପ୍ରଦର୍ଶନୀ ମାଧ୍ୟମରେ  ପ୍ରଦର୍ଶନ କରାଯାଇଥିଲା । ଛାତ୍ରଛାତ୍ରୀ ମାନେ ବୀର ଶିଶୁଙ୍କ କୃତିତ୍ବକୁ ମନେପକାଇ ଶହୀଦ ବାଜିରାଉତ,  ଧର୍ମପଦଙ୍କ ସାହାସିକତାକୁ  ନେଇ କବିତା ଆବୃତ୍ତି କରିବା ସହ  କାହାଣୀ ଉପସ୍ଥାପନା କହିଥିଲେ । ଛାତ୍ରଛାତ୍ରୀ  ମାନଙ୍କ ଦ୍ବାରା  କୁଇଜ୍, ପ୍ରଦର୍ଶନୀ, ବକ୍ତୃତା ଏବଂ ଧନ୍ୟବାଦ ପତ୍ର ପ୍ରଭୃତି ପ୍ରସ୍ତୁତ କରାଯାଇଥିଲା  । ବିଦ୍ୟାଳୟର ଅଧ୍ୟକ୍ଷ  ସନ୍ତୋଷ କୁମାର ପାଢୀ ପ୍ରତ୍ୟକ୍ଷ  ତତ୍ବାବଧାନରେ ସମସ୍ତ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି ଦିନର ତାତ୍ପର୍ଯ୍ୟ ବିଷୟରେ ଛାତ୍ରଛାତ୍ରୀଙ୍କୁ ବୁଝାଇବା  ସହ  ସମସ୍ତେ ସାହସୀ ହେବା ପାଇଁ ପ୍ରେରଣା ଦେଇଥିଲେ  ଅଧ୍ୟକ୍ଷ  ଶ୍ରୀ ପାଢ଼ୀ । କାର୍ଯ୍ୟକ୍ରମରେ ବିଦ୍ୟାଳୟର  ସମସ୍ତ ଛାତ୍ରଛାତ୍ରୀ , ଅଭିଭାବକ, ଶିକ୍ଷକ , ଶିକ୍ଷୟିତ୍ରୀ ଏବଂ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୩/୨୨/୨୦୨୩---୮,୪୫ Sakhigopal News,23/12/2023

Blog Archive

Popular Posts