ଭଞ୍ଜନଗର ସାବିତ୍ରୀ ମହିଳା ମହାବିଦ୍ୟାଳୟ ରେ "ନୂଆ - ଓ" କାର୍ଯ୍ୟକ୍ରମ ଅନୁଷ୍ଠିତ
ଭଞ୍ଜନଗର - ଭଞ୍ଜନଗର ସ୍ଥିତ ସାବିତ୍ରୀ ମହିଳା ମହାବିଦ୍ୟାଳୟ ଠାରେ "ନୂଆ -ଓ" ଆନୁକୂଲ୍ୟରେ କ୍ରୀଡା, ସାଂସ୍କୃତିକ ଓ ସାମାଜିକ ସେବା ଆଦି କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ୧୫ ଡିସେମ୍ବର ରୁ ଆରମ୍ଭ ହୋଇ ୨୩ ଡିସେମ୍ବର ରେ ଉଦଯାପିତ ହୋଇଯାଇଛି । ସମସ୍ତ କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡ଼. ସୁଶାନ୍ତ କୁମାର ମଲ୍ଲିକ ପରିଚାଳନା କରିଥିଲେ । ଉଦଯାପନୀ ଉତ୍ସବରେ ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିକାରୀ ବିନୋଦ ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ସମ୍ମାନିତ ଅତିଥି ଭାବେ ଭଞ୍ଜନଗର ଏନଏସି ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର, ପ୍ରସିଦ୍ଧ ଓଡ଼ିଶୀ ନୃତ୍ୟ ଶିଳ୍ପୀ ଗୀତା ଆଚାର୍ଯ୍ୟ, କଲେଜ ପରିଚାଳନା ସଭାପତି ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ତ୍ରିପାଠୀ, ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଗୌରୀଶଙ୍କର ଶତପଥୀ ପ୍ରମୁଖ ଯୋଗ ଦେଇଥିଲେ । ସୁପ୍ରଭା ବେହେରା , ମଞ୍ଚ ପରିଚାଳନା କରିଥିବା ବେଳେ , "ନୂଆ - ଓ" କାର୍ଯ୍ୟକ୍ରମ ର ଲକ୍ଷ୍ୟ ସମ୍ପର୍କରେ ଅତିଥି ମାନେ ମତବ୍ୟକ୍ତ କରିଥିଲେ । ଏହି ଉତ୍ସବରେ କୃତି ଛାତ୍ରୀ ମାନଙ୍କୁ ଅତିଥି ଙ୍କ ଦ୍ବାରା ପୁରସ୍କାର ପ୍ରଦାନ କରାଯାଇଥିଲା । ଅଧ୍ୟାପକ ଓ ଅଧ୍ୟାପିକା ମାନଙ୍କ ମଧ୍ୟରେ ପ୍ରେମ ଚାନ୍ଦ ମଲ୍ଲିକ, ଏସ ଦେବୀ, ସନ୍ଧ୍ୟାରଣି ପ୍ରଧାନ, ଉର୍ମିଳା ପଟଯୋଶି, ହେମଲତା ଭୋଇ, ଶ୍ରୀୟା ପ୍ରଧାନ, ମୋନାଲିସା ସାହୁ, ବିରଞ୍ଚି ଆଚାର୍ଯ୍ୟ, ସନ୍ତୋଷ ଆଚାରୀ, ପଙ୍କଜ ଦାସ, ଜୟଲକ୍ଷ୍ମୀ ରଥ, ପୀୟୂଷ ସ୍ୱାଇଁ, ପ୍ରଭାତୀ ମିଶ୍ର, ସଂଯୁକ୍ତା ପଟ୍ଟନାୟକ, ଅମୂଲ୍ୟ ଶତପଥି ପ୍ରମୁଖ ସହଯୋଗ କରିଥିଲେ। ପରିଶେଷରେ ନୋଡାଲ ଅଧିକାରୀ ସନ୍ତୋଷ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୩/୧୨/୨୦୨୩----୮,୪୫ Sakhigopal News 23/12/2023