Breaking News

ସାକ୍ଷୀଗୋପାଳ କଲେଜର ନୂଆ-ଓ କାର୍ଯ୍ୟକ୍ରମ ଉଦଯାପନୀ ସମାରୋହ


ସାକ୍ଷୀଗୋପାଳ ----ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟର ପରିସରରେ ନୂଆ-ଓ କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି। ଚଳିତ ମାସ  ୭ ତାରିଖରୁ ୨୯୯ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୨୩ ଦିନ ଧରି ଆୟୋଜିତ ହୋଇଆସୁଥିବା ରାଜ୍ୟ ସରକାରଙ୍କ ପ୍ରାୟୋଜିତ ନୂଆ- ଓ କାର୍ଯ୍ୟକ୍ରମର ଆଜି ଉଦଯାପନୀ ସମାରୋହ ପାଳିତ ହୋଇଯାଇଛି। ପ୍ରଥମେ ପ୍ରଭୁ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପ, ପ୍ରଦୀପ ପ୍ରଜ୍ୱଳନ ଏବଂ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ କାର୍ଯ୍ୟକ୍ରମକୁ ଆରମ୍ଭ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ସତ୍ୟବାଦୀର  ବିଧାୟକ ଶ୍ରୀ ଉମାକାନ୍ତ ସାମନ୍ତରାୟ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିବା ବେଳେ ସତ୍ୟବାଦୀ ପଞ୍ଚାୟତ ସମିତିର ସଭାପତି ଶ୍ରୀ ସୁନୀଲ କୁମାର ପଣ୍ଡା, ପରିଚାଳନା କମିଟି ର ଅଧ୍ୟକ୍ଷ ଡ଼ଃ ପ୍ରଭାତ କୁମାର ମିଶ୍ର, ସତ୍ୟବାଦୀ ବିଡ଼ିଓ ଶ୍ରୀମତୀ ଲିପିସା ରାୟ ତଥା ମହାବିଦ୍ୟାଳୟର ଅବସରପ୍ରାପ୍ତ ମୁଖ୍ୟକିରାଣୀ ଶ୍ରୀ ରାଜକିଶୋର ପତି ପ୍ରମୁଖ  ଅତିଥି  ଭାବରେ ଉପସ୍ଥିତ ଥିଲେ। ଅନୁଷ୍ଠାନର ଅଧକ୍ଷ ପ୍ରଫେସର ସତ୍ୟ ଶିବ ସୁନ୍ଦର ମିଶ୍ର ଅନୁଷ୍ଠିତ ଉଦଯାପିତ ସଭାରେ ସଭାପତିତ୍ୱ କରିଥିଲେ । ଆୟୋଜିତ ସଭାରେ ଦୀର୍ଘଦିନ ଧରି  ଚାଲିଥିବା ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତା , ସାଂସ୍କୃତିକ ପ୍ରତିଯୋଗିତା ତଥା ସାମାଜିକ ସଚେତନତା କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରି କୃତିତ୍ୱ ହାସଲ କରିଥିବା ପ୍ରତିଭା ଛାତ୍ରଛାତ୍ରୀମାନଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ। ଛାତ୍ରଛାତ୍ରୀମାନଙ୍କ ଅନ୍ତର୍ନିହିତ ପ୍ରତିଭାର ବିକାଶ ପାଇଁ ଆୟୋଜିତ ଏହି ନୂଆ-ଓ କାର୍ଯ୍ୟକ୍ରମ ଏକ ଅଭିନବ ପ୍ରୟାସ ବୋଲି ଅତିଥି ମାନେ କହିଥିଲେ । ଏହି କାର୍ଯ୍ୟକ୍ରମ ଜରିଆରେ ଛାତ୍ରଛାତ୍ରୀମାନେ କେବଳ ଶିକ୍ଷାରେ ସୀମିତ ନରହି ତାଙ୍କ ନିକଟରେ ଥିବା ଅନ୍ତର୍ନିହିତ ଗୁଣର ପ୍ରଦର୍ଶନ କରି ରାଜ୍ୟ, ଜାତୀୟ ତଥା ଅନ୍ତର୍ଜାତୀୟସ୍ତରରେ ସଫଳତାଲାଭ କରିପାରିବେ ବୋଲି ବିଧାୟକ ଶ୍ରୀ ସାମନ୍ତରାୟ କହିଥିଲେ । ଅତିରିକ୍ତ ଶ୍ରେଣୀଗୃହ ପାଇଁ ବିଧାୟକ ପାଣ୍ଠିରୁ ୨୦ ଲକ୍ଷ ଟଙ୍କା ତାଙ୍କ ପାଣ୍ଠି ରୁ ମଞ୍ଜୁର କରିବା ପାଇଁ   ବିଧାୟକ ଶ୍ରୀ ସାମନ୍ତରାୟ ନିଜ ବକ୍ତବ୍ୟରେ ପ୍ରତିଶୃତି ଦେଇଥିଲେ । ମହାବିଦ୍ୟାଳୟର ଯୁକ୍ତ ତିନି ନୋଡାଲ ଅଫିସର ପ୍ରଫେସର ଚନ୍ଦ୍ରଶେଖର ତ୍ରିପାଠୀ ଏବଂ ଯୁକ୍ତ ଦୁଇ ନୋଡାଲ ଅଫିସର ପ୍ରଫେସର ଧନୁର୍ଦ୍ଧର ମୁଦୁଲି ସମଗ୍ର କାର୍ଯ୍ୟକ୍ରମଗୁଡିକୁ ପୁଙ୍ଖାନୁପୁଙ୍ଖ ତଦାରଖ କରିଥିଲେ। ସଂସ୍କୃତ ବିଭାଗର ମୁଖା ପ୍ରଫେସର ସୁଜାତା ମହାପାତ୍ର ସଭାରେ ଅତିଥିମାନଙ୍କ ପରିଚୟ ପ୍ରଦାନ କରିବା ସହ ମଞ୍ଚ ପରିଚାଳନା କରିଥିଲେ। ଯୁକ୍ତ ତିନି ନୋଡାଲ ଅଫିସର ପ୍ରଫେସର ତ୍ରିପାଠୀ ଯୁକ୍ତ ଦୁଇ ଓ ଯୁକ୍ତ ତିନି ନୂଆ-ଓ କାର୍ଯ୍ୟକ୍ରମର ସମସ୍ତ ବିବରଣୀ ମଞ୍ଚରେ ପାଠ କରିଥିଲେ। ପୁରସ୍କାର ବିତରଣୀରେ ଅଧ୍ୟାପକ ବିଶ୍ୱନାଥ ଚୁହାଣ, ଅମରନାଥ ପାଲ, ସାର୍ଥକ ମିଶ୍ର ତଥା ମନୋଜ ମହାକୁଡ଼ ସହଯୋଗ କରିଥିଲେ। ପରିଶେଷରେ କାର୍ଯ୍ୟକ୍ରମର ସଫଳତା ପାଇଁ ଯୁକ୍ତ ଦୁଇ ନୋଡାଲ ଅଫିସର ପ୍ରଫେସର ମୁଦୁଲି ସଭାରେ ଉପସ୍ଥିତ ଥିବା ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ, ସାମ୍ବାଦିକ ଏବଂ ଛାତ୍ରଛାତ୍ରୀମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ+୨ଓ+୩ ର ଶ୍ରେଣୀ ଗୃହ ପାଇଁ ବିଧାୟକ ଓ ସମତି ଅଧ୍ୟକ୍ଷ ଶ୍ରୀ ପଣ୍ଡା ନଡ଼ିଆ ବାଡେଇ ଭୂମିପୂଜା କରିଥିଲେ। ସେହିପରି କଲେଜରେ ଅବହେଳିତ ଖେଳ ପଡିଆରେ ଏକ ମିନି ଷ୍ଟାଡିୟମ କରାଯିବା ପାଇଁ ବିଧାୟକଙ୍କ ଅନୁରୋଧ କ୍ରମେ ମୁଖ୍ୟମନ୍ତ୍ରୀ ଓ୫ଟି ସଚିବ ଶ୍ରୀ କାର୍ତ୍ତିକ ପାଣ୍ଡିଆନଙ୍କ ସହଯୋଗରେ ଦେଡକୋଟି ଟଙ୍କା ଅର୍ଥ ମଞ୍ଜୁର କରାଯାଇଛି ବୋଲି କହିଥିଲେ ବିଧାୟକ । ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୩୧/୧୨/୨୦୨୩----୧,୪୫ Sakhigopal News,31/12/2023

Blog Archive

Popular Posts