ଶ୍ରୀ ନୀଳାଚଳ ନିଖିଳୋତ୍କଳ ପାଲାଗାୟକ ପରିଷଦ ଓଡିଶାର ଷଷ୍ଠ ବାର୍ଷିକ ସମ୍ମଳନୀ ଅନୁଷ୍ଠିତ
ସାକ୍ଷୀଗୋପାଳ---- ସାକ୍ଷୀଗୋପାଳ ସ୍ଥିତ ସିଦ୍ଧବକୁଳ ପୀଠରେ ଶ୍ରୀ ନୀଳାଚଳ ନିଖିଳୋତ୍କଳ ପାଲାଗାୟକ ପରିଷଦ ଓଡିଶାର ଷଷ୍ଠ ବାର୍ଷିକ ସମ୍ମଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମଳନୀ ଅଖଣ୍ଡ ପୁରୀ ଜିଲ୍ଲା ପାଲା ଗାୟକ ପରିଷଦର ସହଯୋଗରେ ସତ୍ୟବାଦୀ ପାଲା ଗାୟକ ମଣ୍ଡଳ ସାକ୍ଷୀଗୋପାଳ ଉପଶାଖାର ଆୟୋଜନ କରିଥିଲେ । କାର୍ଯ୍ୟକ୍ରମ ଆରମ୍ଭରୁ ପ୍ରଥମେ ସତ୍ୟନାରାୟଣଙ୍କୁ ପୂଜା ପରାଯିବା ପରେ ଅଖଣ୍ଡ ପ୍ରଦ୍ୱୀପ ପ୍ରଜ୍ୱଳନ କରାଯାଇ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟିତ କରାଯାଇଥିଲା । ପରେ ପରେ ଗୁରୁପୂଜନ ଯଥା ପାଲାଗୁରୁ, ଗବେଷକ, ଲେଖକ ତଥା କବି ଗୁରୁ ସଚ୍ଚିଦାନନ୍ଦ ମହାପାତ୍ରଙ୍କୁ ଗୁରୁ ଭାବେ ସମ୍ମାନୀତ କରାଯିବା ସହ ଉପସ୍ଥିତ ଥିବା ପାଲା ଗାୟକ, ପାଳିଆ ସଂକୀର୍ତ୍ତନ ଦଳ ଗୁରୁଙ୍କୁ ପୂଜା କରି ଆର୍ଶିବାଦ ନେଇଥିଲେ । ଏହା ପରେ ବାର୍ଷିକ ସମ୍ମଳନୀ ଅନୁଷ୍ଠିତ ହୋଇଥିଲା । ସମ୍ମଳନୀରେ ସତ୍ୟବାଦୀ ପାଲା ଗାୟକ ମଣ୍ଡଳର ସଭାପତି ବିଶ୍ୱନାଥ ବିଶ୍ୱାଳ ଓ ସମ୍ପାଦକ ରମେଶ ଚନ୍ଦ୍ର ପଲେଇ ସମ୍ମଳନୀ ପରିଚାଳନା କରିଥିଲେ । ଏହି ଅବସରରେ ବିଭିନ୍ନ ଅଞ୍ଚଳରୁ ଆସିଥିବା ପାଲା ଗାୟକ ମାନେ ସେମାନଙ୍କ ପାଲା ପରିବେଷଣ କରିଥିଲେ ।
ଅପରାହ୍ନରେ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ସତ୍ୟବାଦୀ ବିଧାୟକ ଉମାକାନ୍ତ ସମାନ୍ତରାୟ ଓ ସତ୍ୟବାଦୀ ବ୍ଳକ ଅଧ୍ୟକ୍ଷ ସୁନୀଲ କୁମାର ପଣ୍ଡା, ସମାଜସେବୀ ତଥା କବି, ଲେଖକ ରବୀନ୍ଦ୍ର ନାଥ ଷଡଙ୍ଗୀ, ପାଲା ଗୁରୁ ସଚ୍ଚିଦାନନ୍ଦ ମହାପାତୁ , ଅଖଣ୍ଡ ପୁରୀ ଜିଲ୍ଲା ପାଲା ଗାୟକ ପରିଷଦର ସଭାପତିଲକ୍ଷ୍ମୀଧର ଦାଶ, ସମ୍ପାଦକ ପ୍ରମୋଦ ସାହୁ , ପ୍ରଭାକର ପ୍ରମୁଖ ଯୋଗଦେଇଥିଲେ । ସ୍ଥାନୀୟ ବିଧାୟକ କହିଥିଲେ ଯେ ବହୁ ଶିଘ୍ର ପାଲା ଗାୟକ ମାନଙ୍କ ପାଇଁ ଏକ ବୈଠକ ଘର ନିର୍ମାଣ କରାଯିବ । ସେହିପରି ବ୍ଳକ ଅଧ୍ୟକ୍ଷ ସୁନୀଲ କୁମାର ପଣ୍ଡା କହିଥିଲେ ମୁଖ୍ୟମନ୍ତୀ ଓ ୫ଟି ସଚ୍ଚିବଙ୍କ ସହ ସ୍ଥାନୀୟ ବିଧାୟକଙ୍କ ଯୋଗୁ ସତ୍ୟବାଦୀରେ ଓଡିଆ ଭାଷା, ସାହିତ୍ୟ ଆମ ସଂସ୍କୃତି ସହିତ ଜଡିତ ବିଭିନ୍ନ ପରମ୍ପରାକୁ ଏଠାରେ ଗବେଷଣା କରାଯିବ ସେଥିପାଇଁ ସେ କୃତଙ୍ଗତା ଜଣାଇଥିଲେ । ପାଲା ଆଜି କାଲିର ନୁହେଁ ଏହା ଏକ ହଜାର ବର୍ଷର ବୋଲି ପାଲା ଗୁରୁ ଶ୍ରୀ ମହାପାତ୍ର ତାଙ୍କ ବକ୍ତବ୍ୟରେ କହିଥଲେ । ଅନୁଷ୍ଠିତ ବୈଠକରେ ପାଲାକୁ ତୁରନ୍ତ ଶାସ୍ତ୍ରୀୟ ମାନ୍ୟତା ଦେବାକୁ ଦାବୀ କରାଯାଇଥିଲା । ବିଭିନ୍ନ ବ୍ୟକ୍ତି ବିଶେଷ ମାନଙ୍କୁ ଅନୁଷ୍ଠାନ ପକ୍ଷରୁ ଅତିଥି ମାନଙ୍କ ଦ୍ୱାରା ସମ୍ବଦ୍ଧିତ କରାଯାଇଥିଲା । ବାସ୍ତୁଶାସ୍ତବିତ୍ତି ଦେବୀ ପ୍ରସାଦ ମହାପାତ୍ର ଅନୁଷ୍ଠିତ ସମ୍ମଦ୍ଧିତ ସଭାକୁ ସଂଯୋଜନା କରିଥିଲେ ।
ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୦/୧୨/୨୦୨୩----୮,୪୫ Sakhigopal News, 10/12/2023